ଚର୍ଚ୍ଚାରେ କିମ ଜଙ୍ଗ ଉନ୍‌ଙ୍କ ‘ପ୍ଲେଜର ସ୍କ୍ୱାଡ’: ଦେହ ଓ ମନ ସୁଖ ପାଇଁ ବାଛି ନେଉଥିଲେ ୨୫ ଝିଅ

କିମ ଜଙ୍ଗ ଉନ ନିଜ ସୁଖ ପାଇଁ ଗୋଟିଏ ପ୍ଲେଜର ସ୍କ୍ୱାଡ ତିଆରି କରିଛନ୍ତି। ଏହି ସ୍କ୍ୱାଡ ପାଇଁ ପ୍ରତିବର୍ଷ ସମଗ୍ର ଦେଶରୁ ସେ ୨୫ ଜଣ ଭର୍ଜିନ ଓ ସୁନ୍ଦରୀ ଝିଅଙ୍କୁ ବାଛନ୍ତି।

KIM

କିମ ଜଙ୍ଗ ଉନ୍‌ (ଫାଇଲ ଫଟୋ)

Hemant Lenka
  • Published: Thursday, 02 May 2024
  • Updated: 02 May 2024, 06:25 PM IST

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ପ୍ଲେଜର ସ୍କ୍ୱାଡକୁ ନେଇ ଚର୍ଚ୍ଚା। ନିଜ ମନ ଓ ଦେହର ସୁଖ ପାଇଁ ସେ ପ୍ରତି ବର୍ଷ ୨୫ ଜଣ ସୁନ୍ଦରୀ ଝିଅଙ୍କୁ ନିଜ ପାଖରେ ରଖୁଥିଲେ। ସେମାନଙ୍କ ସହ ନିଜ ଇଚ୍ଛାରେ ସବୁ କିଛି କରୁଥିଲେ। ଉତ୍ତର କୋରିଆରୁ କୌଶଳକ୍ରମେ ଖସି ଆସିଥିବା ୟେନମି ପାର୍କ ନାମକ ଜଣେ ଯୁବତୀ ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି।

ପାର୍କ ଦାବି କରିଛନ୍ତି ଯେ କିମ ଜଙ୍ଗ ଉନ ନିଜ ସୁଖ ପାଇଁ ଗୋଟିଏ ପ୍ଲେଜର ସ୍କ୍ୱାଡ ତିଆରି କରିଛନ୍ତି। ଏହି ସ୍କ୍ୱାଡ ପାଇଁ ପ୍ରତିବର୍ଷ ସମଗ୍ର ଦେଶରୁ ସେ ୨୫ ଜଣ ଭର୍ଜିନ ଓ ସୁନ୍ଦରୀ ଝିଅଙ୍କୁ ବାଛନ୍ତି। ଯୁବତୀମାନଙ୍କୁ ବାଛିବା ବେଳେ ସେମାନଙ୍କ ସୁନ୍ଦରତା ଓ ରାଜନୀତିକ ସ୍ଥିତିକୁ ମଧ୍ୟ ବିଚାରକୁ ନିଆଯାଏ।

କମି ଜଙ୍ଗ ଉନ୍‌ଙ୍କ ପ୍ଲେଜର ସ୍କ୍ୱାଡ ପାଇଁ ପାର୍କଙ୍କୁ ଦୁଇ ଥର ତାଲିକା ଭୁକ୍ତ କରାଯାଇଥିଲା। କିନ୍ତୁ ତାଙ୍କ ପରିବାରର ଭିନ୍ନ ସ୍ଥିତି ଯୋଗୁ ତାଙ୍କୁ କେବେ ହେଲେ ୨୫ ଜଣିଆ ଚୂଡ଼ାନ୍ତ ସ୍କ୍ୱାଡରେ ସାମିଲ କରାଯାଇ ନଥିଲା।

Also Read

ପାର୍କ ଆହୁରି କହିଛନ୍ତି, କିମ ଜଙ୍ଗ ଉନଙ୍କ ଲୋକମାନେ ପ୍ଲେଜର ସ୍କ୍ୱାଡରେ ଯୁବତୀଙ୍କୁ ଚୟନ କରିବା ପାଇଁ ପ୍ରତିଟି କ୍ଲାସରୁମକୁ ଯାଉଥିଲେ। ଏପରି କି ସ୍କୁଲର ପଡ଼ିଆ ଓ ବିଶ୍ରାମ କକ୍ଷକୁ ବି ଯାଉଥିଲେ। ସୁନ୍ଦରୀ ଝିଅ ସେମାନଙ୍କ ଫୋକସରେ ରହୁଥିଲେ।

ସୁନ୍ଦରୀ ଝିଅଙ୍କୁ ଦେଖିବା ମାତ୍ରେ ସେମାନଙ୍କ ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିଲା। ସେହିପରି ସେମାନଙ୍କ ରାଜନୀତିକ ସ୍ଥିତି ମଧ୍ୟ ଯାଞ୍ଚ ହେଉଥିଲା। ଯଦି କୌଣସି ଯୁବତୀଙ୍କ ପରିବାର ଲୋକ ଉତ୍ତର କୋରିଆରୁ ଖସି ଯାଇଥିବେ କିମ୍ବା ସେମାନଙ୍କ ସମ୍ପର୍କୀୟ ଦକ୍ଷିଣ କୋରିଆ କିମ୍ବା ଅନ୍ୟ ଦେଶରେ ଥିବେ, ତା’ହେଲେ ତାଙ୍କୁ ହତ୍ୟା କରାଯାଉଥିଲା।

ପ୍ଲେଜର ସ୍କ୍ୱାଡ ପାଇଁ ଯୁବତୀ ଚୟନ ହେବା ପରେ ସେମାନେ ଭର୍ଜିନ କି ନାହିଁ, ସେକଥା ଜାଣିବା ପାଇଁ ମେଡିକାଲ ପରୀକ୍ଷା କରାଯାଉଥିଲା। ଯଦି ପରୀକ୍ଷା ବେଳେ କିଛି ବି ତ୍ରୁଟି ଆସିଲା, ତା’ହେଲେ ଉକ୍ତ ଯୁବତୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଏ। ବିଭିନ୍ନ ପ୍ରକାରର ପରୀକ୍ଷା ପରେ ଯୁବତୀମାନଙ୍କୁ କିମ ଜଙ୍ଗ ଉନଙ୍କ ଦେହ ଓ ମନର ଖୁସି ପାଇଁ ରାଜଧାନୀ ପୟୋଙ୍ଗୟାଙ୍ଗ ପଠାଯାଏ।

ପ୍ଲେଜର ସ୍କ୍ୱାଡ ୩ ଭାଗରେ ବିଭକ୍ତ। ଗୋଟିଏ ଗ୍ରୁପ ମ୍ୟାସେଜ ଓ ଅନ୍ୟ ଗ୍ରୁପଟି ନାଚ-ଗୀତ କରିନ୍ତି। ତୃତୀୟ ଗ୍ରୁପଟି କିମ ଜଙ୍ଗ ଉନ ଓ ଅନ୍ୟ ପୁରୁଷଙ୍କୁ ଦେହ ସୁଖ ଦିଅନ୍ତି। ସେମାନେ ଯୌନ ଦାସୀ ଭାବେ ରୁହନ୍ତି। ତୃତୀୟ ଗ୍ରୁପକୁ କେମିତି କିମ ଓ ଅନ୍ୟ ପୁରୁଷମାନଙ୍କୁ ଦେହ ସୁଖ ଦେବାକୁ ହେବ, ତା’ର ତାଲିମ ମଧ୍ୟ ଦିଆଯାଏ।

ଅଧିକ ସୁନ୍ଦରୀ ଯୁବତୀଙ୍କୁ କିଙ୍ଗ ଜଙ୍ଗ ଉନ ନିଜ ପାଇଁ ନିଜେ ଚୟନ କରନ୍ତି। ଅନ୍ୟମାନଙ୍କୁ ତଳ ପାହ୍ୟାର ଜେନେରାଲଙ୍କ ସେବାରେ ନିୟୋଜିତ କରାଯାଏ। ସ୍କ୍ୱାଡରେ ଥିବା ଝିଅମାନେ ମିଡ୍‌ ଟ୍ୱେଣ୍ଟିରେ ପହଞ୍ଚିବା ପରେ ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଝିଅଙ୍କୁ ନେତାମାନଙ୍କ ବଡିଗାର୍ଡ ବିବାହ କରନ୍ତି।

୧୯୭୦ ମସିହାରୁ କିମ ଜଙ୍ଗ ଉନଙ୍କ ବାପା କି ଜଙ୍ଗ-ଦ୍ୱିତୀୟ ମଧ୍ୟ ପ୍ଲେଜର ସ୍କ୍ୱାଡ ଚଳାଉଥିଲେ। ତେବେ ୨୦୧୧ରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story