/odisha-reporter/media/post_attachments/uploadimage/library/16_9/16_9_0/IMAGE_1707203970.jpg)
King Charles III
ବ୍ରିଟେନ୍ ରାଜା ଚାର୍ଲସ୍-୩ଙ୍କୁ କ୍ୟାନ୍ସର। ସେ କ୍ୟାନସର୍ରେ ପୀଡିତ ଥିବା ନେଇ ସୋମବାର ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି। ୭୫ ବର୍ଷୀୟ କିଙ୍ଗସ୍ ଚାର୍ଲସ୍-୩ଙ୍କ ବଢ଼ିଥିବା ପ୍ରୋଷ୍ଟେଟର ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡିଛି। ତେବେ କିଙ୍ଗ ଚାର୍ଲ୍ସଙ୍କୁ କେଉଁ ପ୍ରକାରର କର୍କଟ ରୋଗ ହୋଇଛି ଏବଂ ଶରୀରର ଏହା କେଉଁ ଅଂଶରେ ଅଛି ସେ ନେଇ କିଛି ସୂଚନା ଦିଆଯାଇନାହିଁ।
ବକିଙ୍ଗହମ୍ ପ୍ୟାଲେସର ବୟାନ ମୁତାବକ କିଙ୍ଗ ଚାର୍ଲ୍ସ ଚିକିତ୍ସା ନିଜ ଚିକିତ୍ସାକୁ ନେଇ ସମ୍ପୂର୍ଣ୍ଣ ସକାରାତ୍ମକ ଅଛନ୍ତି। ଯଥାଶୀଘ୍ର ସେ ନିଜ ସାର୍ବଜନୀନ ଦାୟିତ୍ୱକୁ ଫେରିବେ। କିଙ୍ଗ ଚାର୍ଲ୍ସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ, ତାଙ୍କୁ ଘରେ ଚିକିତ୍ସା କରାଯାଉଛି। ତେବେ ରାଜା ଚାର୍ଲ୍ସଙ୍କର କ୍ୟାନ୍ସର କେଉଁ ଷ୍ଟେଜ୍ରେ ଅଛି ଏବଂ ଏହା ଶରୀରର କେଉଁ ଅଂଶରେ ଅଛି ସେ ନେଇ ପ୍ୟାଲେସ୍ ତରଫରୁ କିଛି କୁହାଯାଇ ନାହିଁ। କହି ନାହିଁ।
ରାଜ ପରିବାରର ପ୍ରବକ୍ତାଙ୍କ କହିବା ମୁତାବକ, ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କିଙ୍ଗ ଚାର୍ଲ୍ସ-୩ ଜାଣିଶୁଣି ତାଙ୍କ ପ୍ରୋଷ୍ଟେଟ ଚିକିତ୍ସାକୁ ସାର୍ବଜନୀନ କରିଥିଲେ। ତେବେ ତାଙ୍କୁ ଏହି ରୋଗରୁ ମୁକ୍ତି ପାଇବାକୁ କେତେ ସମୟ ଲାଗିବ ସେ ସମ୍ପର୍କରେ କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ। ନିୟମିତ ଚିକିତ୍ସା ସମୟରେ ତାଙ୍କୁ କ୍ୟାନ୍ସର ହୋଇଥିବା କଥା ଜଣାପଡିଥିଲା। ଏଥିପାଇଁ ଡାକ୍ତର ତାଙ୍କୁ ସାର୍ବଜନୀନ କାମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହି ଅବଧି ମଧ୍ୟରେ ସେ ରାଜକୀୟ କାର୍ଯ୍ୟ ଜାରି ରଖିବେ।
A statement from Buckingham Palace: https://t.co/zmYuaWBKw6
📷 Samir Hussein pic.twitter.com/xypBLHHQJb
— The Royal Family (@RoyalFamily) February 5, 2024
ସେପଟେ ବ୍ରିଟେନର ରାଜା ଚାର୍ଲ୍ସ-୩ କର୍କଟ ରୋଗରେ ଆକ୍ରାନ୍ତ ଥିବା କଥା ସାମ୍ନାକୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ସୋଶାଲ ମିଡିଆ Xରେ ପୋଷ୍ଟ କରି ଲେଖିଛନ୍ତି 'ଭାରତବାସୀଙ୍କ ପକ୍ଷରୁ ମୁଁ ରାଜା ଚାର୍ଲ୍ସ-୩ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।'
I join the people of India in wishing speedy recovery and good health to His Majesty King Charles III. https://t.co/86mKg9lE1q
— Narendra Modi (@narendramodi) February 6, 2024
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୦୨୨ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ କିଙ୍ଗସ୍ ଚାର୍ଲ୍ସ-୩ ବ୍ରିଟେନର ରାଜା ହୋଇଥିଲେ। ଗତ ବର୍ଷ ମେ ମାସରେ ତାଙ୍କର ରାଜ୍ୟାଭିଷେକ ହେବା ସହ ସେ ବ୍ରିଟେନର ରାଜ ମୁକୁଟ ପିନ୍ଧିଥିଲେ। ଏହା ପରେ ତାଙ୍କୁ ରାଜା ଚାର୍ଲ୍ସ ତୃତୀୟ ଭାବରେ ସମ୍ବୋଧିତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
