ଆଜି ବ୍ରିଟେନକୁ ମିଳିବ ନୂଆ ରାଜା, ଉତ୍ସବମୁଖର ବଙ୍କିଙ୍ଗହମ୍ ପ୍ୟାଲେସ

ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ କିଙ୍ଗ୍ ଚାର୍ଲସ । ଅପରାହ୍ନ ସାଢ଼େ ୩ଟା ବେଳକୁ କିଙ୍ଗ୍ ଚାର୍ଲସଙ୍କ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ ।

king-charles

କିଙ୍ଗ ଚାର୍ଲସଙ୍କର ଆଜି ବିଧିବଦ୍ଧ ଭାବେ ହେବ ରାଜ୍ୟାଭିଷେକ ।

Niharika Rout
  • Published: Saturday, 06 May 2023
  • Updated: 06 May 2023, 07:59 AM IST

ଆଜି ବ୍ରିଟେନକୁ ମିଳିବ ନୂଆ ରାଜା। କିଙ୍ଗ୍ ଚାର୍ଲସଙ୍କର ହେବ ରାଜ୍ୟାଭିଷେକ। ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିବେ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ବଙ୍କିଙ୍ଗହମ୍ ପ୍ୟାଲେସ ।

ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।

ଆଜି ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ ବଙ୍ଗିହାମ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିବେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା । ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚରେ ବସି ସେମାନେ ଯିବେ ୱେଷ୍ଟମିନଷ୍ଟର ଆବେକୁ। ୧୮ ଫୁଟ୍ ଲମ୍ବା, ୩ ଟନ୍ ଓଜନ ଡାଇମଣ୍ଡ । ଜୁବଲି ଷ୍ଟେଟ୍ କୋଚକୁ ଟାଣିଟାଣି ନେବେ ୬ଟି ଘୋଡ଼ା । ସାଥିରେ ଚାଲିବେ ଅଙ୍ଗରକ୍ଷୀ ।

Also Read

ଅପରାହ୍ନ ସାଢ଼େ ୩ଟା ବେଳକୁ ରାଜପରିବାର ସଦସ୍ୟ ଏବଂ ଅତିଥିଙ୍କ ଉପସ୍ଥିତିରେ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ । ଘଣ୍ଟାଏ ଧରି ଚାଲିବ ବିଭିନ୍ନ ରୀତିନୀତି। ସନ୍ଧ୍ୟା ୬ଟା ୪୫ରେ ରାଜପରିବାର ବକିଙ୍ଗହମ୍ ପ୍ୟାଲେସ ବାଲକୋନିରୁ ଜନତାଙ୍କୁ ଦେଖା ଦେବେ।

 ଦେଶ ବିଦେଶର ପ୍ରାୟ ୨ ହଜାର ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ସିଧା ପ୍ରସାରଣ କରାଯିବ । ଏହି ଅବସରରେ ଭାରତ ତରଫରୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ତାଙ୍କ ପତ୍ନୀ ଯୋଗ ଦେବେ ବୋଲି ଜଣାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos