Advertisment

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଯୁବକ, ତଳି ପେଟରୁ ବାହାରିଲା ଛୁରୀ

ଘଟଣା ବେଳେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ରହିଥିଲେ। ତାଙ୍କ ସହ ପ୍ରକୃତରେ କ’ଣ ସବୁ ଘଟିଛି, ସେକଥା ମଧ୍ୟ ତାଙ୍କର ମନ ନାହିଁ।

Knife

Knife

Advertisment

ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ନେପାଳର ଜଣେ ୨୨ ବର୍ଷୀୟ ଯୁବକଙ୍କ ସହ ଘଟିଛି ଅଜବ ଘଟଣା। ସେ ପେଟ ଯନ୍ତ୍ରଣା ଯୋଗୁ ହସ୍ପିଟାଲ ଯାଇଥିଲେ। ଯାଞ୍ଚ ବେଳେ ତାଙ୍କ ତଳି ପେଟରେ ୧୫ ସେମିର ଗୋଟିଏ ଛୁରୀର ବ୍ଲେଡ ରହି ଯାଇଥିବା ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଛନ୍ତି।

Advertisment

ଦିନକ ତଳେ ଯୁବକଙ୍କୁ କିଛି ଲୋକ ଛୁରୀରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ସ୍ଥାନୀୟ ହସ୍ପିଟାଲରେ ତାଙ୍କର କ୍ଷତ ଚିହ୍ନକୁ ଷ୍ଟିଚ୍‌ କରି ଛାଡ଼ି ଦିଆଯାଇଥିଲା। କିନ୍ତୁ ତଳି ପେଟରେ ଯେ ଛୁରୀ ରହି ଯାଇଥିବା କାହାକୁ ଜଣା ନଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣା ବେଳେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ରହିଥିଲେ। ତାଙ୍କ ସହ ପ୍ରକୃତରେ କ’ଣ ସବୁ ଘଟିଛି, ସେକଥା ମଧ୍ୟ ତାଙ୍କର ମନ ନାହିଁ।

Advertisment

ଘଟଣାର ପରଦିନ ତାଙ୍କର ନିଶା ଛାଡ଼ି ଥିଲା। ସେ ନିଦରୁ ଉଠିବା ପରେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ସେ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରେ ତାଙ୍କ ତଳି ପେଟର ଯାଞ୍ଚ କରାଯାଇଥିଲା।

ପ୍ରାଥମିକ ଭାବେ ଡାକ୍ତରରେ କିଛି ବି ଜାଣି ପାରି ନଥିଲେ। କାରଣ ତାଙ୍କ ତଳି ପେଟ ଫୁଲି ନଥିଲା। ତାଙ୍କର ବାନ୍ତି କିମ୍ବା ଝାଡ଼ା ହେଉ ନଥିଲା। ରକ୍ତ ସଞ୍ଚାଳନ ମଧ୍ୟ ଠିକଠାକ ରହିଥିଲା।

ତେବେ ଯୁବକ ଜଣଙ୍କ କେବଳ ଯନ୍ତ୍ରଣା ଅନୁଭବ କରୁଥିଲେ। ଡାକ୍ତରୀ ଟିମ ଭଲ ଭାବେ ଯାଞ୍ଚ କରିବା ପରେ ତାଙ୍କ ପେଟର ଡାହାଣ ପଟେ ଅତ୍ୟନ୍ତ ପତଳାର ଗୋଟିଏ ଷ୍ଟିଚ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। କାହିଁକି ଏପରି ହୋଇଛି ବୋଲି ଡାକ୍ତରମାନେ ପଚାରିବାରୁ ଗଣ୍ଡଗୋଳ କଥା ସାମ୍ନାକୁ ଆସିଥିଲା। ଏହାପରେ ହିଁ ଡାକ୍ତରମାନେ ଏକ୍ସ ରେ’ ଓ ଅନ୍ୟାନ୍ୟ ପରୀକ୍ଷା କରିଥିଲେ।

ଏକ୍ସ ରେରୁ ଜଣାପଡ଼ିଥିଲା ଯେ ଯୁବକଙ୍କ ତଳି ପେଟରେ ୧୫ ସେମିର ଛୁରୀର ବ୍ଲେଡ ରହି ଯାଇଛି। ଛୁରୀଟି ଗୋଟିଏ ପଟରୁ ଆଉ ଗୋଟିଏ ପଟୁ ମଧ୍ୟ ଘୁରି ବୁଲୁଥିଲା। ତେବେ ଏହା ଦ୍ୱାରା ତାଙ୍କ ଶରୀର କୌଣସି ଅଙ୍ଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ନାହିଁ। ଏକଥା ଜଣାପଡ଼ିବା ପରେ ଡାକ୍ତରମାନେ ସର୍ଜରୀ ପରେ ଛୁରୀଟିକୁ ତାଙ୍କ ପେଟରୁ କାଢ଼ି ଦେଇଛନ୍ତି।

Doctor Knife Attack Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe