Advertisment

ବାଦଲଫଟା ବର୍ଷା ପରେ ଭୂସ୍ଖଳନ, ୧୯ ମୃତ

୮୦ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ସରକାରୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

landslide-after-torrential-rains

landslide-after-torrential-rains

Advertisment

ତାଣ୍ଡବର ରଚିଲା ପ୍ରକୃତି। ବାଦଲ ଫଟା ବର୍ଷା ପରେ ହେଲା ଭୟଙ୍କର ବନ୍ୟା ଆଉ ତା'ପରେ ହେଲା ଭୂସ୍ଖଳନ। ବନ୍ୟା ଓ ଭୂସ୍ଫଳନ ଯୋଗୁ ପ୍ରାୟ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ନିଖୋଜ ହୋଇଥିବା ସୂଚନା ମିଳିଛି। ଇଣ୍ଡୋନେସିଆର ସୂମାତ୍ରା ଦ୍ୱୀପରେ ଘଟିଛି ଏଭଳି କିଛି ଘଟଣା।

Advertisment

ଗତ ରାତିରୁ ଏଠାରେ ଭୟଙ୍କର ଭାବେ ବର୍ଷା ହେବା ପରେ ଭୂସ୍ଖଳନ ହୋଇଥିଲା। ଏନେଇ ଅଧିକାରୀମାନେ ରବିବାର ସୂଚନା ଦେଇଛନ୍ତି। ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକେ ନିଖୋଜ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କିଛି ଲୋକଙ୍କୁ ସୁରକ୍ଷିତ ଭାବେ ମାଟି ତଳୁ ଉଦ୍ଧାର କରି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖ୍ୟଙ୍କ କହିବା ମୁତାବକ, ବିଳମ୍ବିତ ରାତିରେ ବଡ ଧରଣର ଏକ ମାଟି ଅତଡା ଖସି ଗଛ ସହ ପାହାଡରେ ଧକ୍କା ଦେଇ ଖସି ନଦୀ ଯାଏଁ ଆସିଥିଲା। ଏହା ପରେ ପଶ୍ଚିମ ସୁମାତ୍ରା ପ୍ରଦେଶର ପେସେସିର ସେଲାଟାନ ଜିଲ୍ଲାର ଅନେକ ପାହାଡିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଆଖପାଖର ଲୋକଙ୍କ ମଧ୍ୟରେ ହା ହା କାର ସୃଷ୍ଟି ହୋଇଥିଲା। ଏହି ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।

Advertisment

ଅନ୍ୟ ଜଣେ ଅଧିକାରୀଙ୍କ କହିବା ମୁତାବକ, ହଠାତ୍‌ ମାଡି ଆସିଥିବା ବନ୍ୟା ଯୋଗୁ ଅତି କମ୍‌ରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ନିଖୋଜ ଥିବା ଅନ୍ୟ ସାତ ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସର୍ଚ୍ଚ ଚଳାଇଛନ୍ତି। ସେହିପରି ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାୟ ୧୪ଟି ଘର ନଷ୍ଟ ହୋଇଯାଇଛି। ୮୦ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ସରକାରୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଶ୍ଚିମ ସୁମାତ୍ରା ପ୍ରଦେଶର ୯ଟି ଜିଲ୍ଲା ଏବଂ ସହରର ପ୍ରାୟ ୨୦ ହଜାର ଘର ବନ୍ୟା ପାଣିରେ ବୁଡ଼ି ଯାଇଛି।

Heavy Rain Land Slide Indonesia Cloud Brust
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe