Advertisment

ଥାଇଲ୍ୟାଣ୍ଡରେ ତିନି ଦିନ ହେବ ଫସିଛନ୍ତି ଏୟାର ଇଣ୍ଡିଆର ୧୦୦ ଯାତ୍ରୀ

ବିମାନ ଉଡ଼ାଣରେ ବିଳମ୍ବ ପରେ ସୋଶାଲ ମିଡିଆରେ ପୋଷ୍ଟ କରି କ୍ଷୋଭ ଝାଡ଼ିଲେ ଯାତ୍ରୀ।

author-image
Debibandita Barick
ଅଦ୍ୟତନ ହୋଇଛି
Air India Flight

Air India Flight

ଥାଇଲ୍ୟାଣ୍ଡର ଫୁକେଟରେ ଫସି ରହିଛନ୍ତି ଏୟାର ଇଣ୍ଡିଆର ୧୦୦ରୁ ଅଧିକ ଯାତ୍ରୀ। ବିମାନରେ ବୈଷୟିକ ତ୍ରୁଟି କାରଣରୁ ତିନି ଦିନରୁ ଅଧିକ ସମୟ ହେବ ସେଠାରେ ଯାତ୍ରୀମାନେ ଅଟକି ରହିଛନ୍ତି। ଏନେଇ ଏକାଧିକ ଯାତ୍ରୀ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଖବର ସାମ୍ନାକୁ ଆସିଛଇ।  

Advertisment

ଯାତ୍ରୀମାନଙ୍କ କହିବାନୁସାରେ, ବିମାନଟି ନଭେମ୍ବର ୧୬ ତାରିଖ ରାତିରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଥିଲା। ମାତ୍ର ୬ ଘଣ୍ଟା ବିଳମ୍ବ ହେବା ନେଇ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା। ଚାରି ଘଣ୍ଟା ବିମାନବନ୍ଦରରେ ଅପେକ୍ଷା କରାଇବା ପରେ ବିମାନକୁ ଚଢିବାକୁ କରିଥିଲେ। ପୁଣି ବୋଡିଂର ଗୋଟିଏ ଘଣ୍ଟା ପରେ ଉଡାଣ ବାତିଲ୍ ହୋଇ ଯାଇଥିବା କୁହିଥିଲେ ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। 

ଏହା ପରେ ପୁଣି ବିମାନ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିଲା। ଯାତ୍ରୀମାନଙ୍କୁ କୁହାଯାଇଥିଲା ଯେ, ଏହା ସେହି ବିମାନ କିନ୍ତୁ ତ୍ରୁଟି ସମ୍ପୂର୍ଣ୍ଣ ରୂପେ ଠିକ୍ ହଇଯାଇଛି। ବୋଡିଂ ପରେ ବିମାନ ଉଡାଣ ଭରିଥିଲା। ମାତ୍ର ଆକାଶରେ ଅଢେଇ ଘଣ୍ଟା ଉଡିବା ପରେ ପୁଣି ଫୁକେଟକୁ ଫେରି ଯାଇଥିଲା। ସେବେଠାରୁ ଯାତ୍ରୀମାନେ ସେଠାରେ ଫସି ରହିଥିବା ସୋଶାଲ ମିଡିଆର ଏକାଧିକ ପୋଷ୍ଟରେ ଦାବି କରାଯାଇଛି। 

Advertisment

ଯାତ୍ରୀମାନେ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ବିମାନ ପ୍ରତିନିଧିମାନଙ୍କ ଠାରୁ ସେମାନଙ୍କୁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ଦିଆଯାଇ ନାହିଁ।

ଏୟାର ଇଣ୍ଡିଆ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ନଭେମ୍ବର ୧୭ରେ ବିମାନ ଉଡ଼ିବା ପରେ ଏକ ବୈଷୟିକ ତ୍ରୁଟି ଦେଖାଦେଇଥିଲା, ଫଳରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଥିଲା। ଯାତ୍ରୀମାନଙ୍କ ରହିବାର ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ। କିଛି ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ଅଣାଯିବା ନେଇ ବନ୍ଦୋବସ୍ତ କରାଯାଇଛି। 

Phuket Air India Air India Flight