Advertisment

ବିପର୍ଯ୍ୟୟ ରାସ୍ତାର ଭିଡିଓ କରୁଥିବା ବେଳେ କାଉନସିଲରଙ୍କୁ ଗୁଳି କରି ମାରି ଦେଲେ

ବିଭିନ୍ନ ମହଲରେ ଏପରି ଗୁଳିକାଣ୍ଡକୁ ତୀବ୍ର ବିରୋଧ କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଲୋକମାନେ ଦାବି କରିଛନ୍ତି।

author-image
Hemant Lenka
councilor

councilor

ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା ଶେଷ କରିବା କ୍ଷଣି ଇକ୍ୟୁଡରର ଜଣେ ୨୯ ବର୍ଷୀୟ ମହିଳା କାଉନସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଡିଆନା କାରନେରୋ ବୈଠକ ଶେଷ ହେବା ପରେ ଗୁଆୟାର ନାରନଜଲ ଠାରେ ବିପର୍ଯ୍ୟୟ ଅବସ୍ଥାରେ ପଡ଼ିଥିବା ରାସ୍ତର ଭିଡିଓ ରେକର୍ଡିଂ କରୁଥିଲେ।

Advertisment

ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ତାଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଗୁଳି ମାଡ଼ ପରେ ଡିଆନା ସେହି ଠାରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଥିବା ଦୁଇ ଦୁର୍ବୃତ୍ତଙ୍କ ସମ୍ପର୍କରେ ପୁଲିସ୍‌ ଏଯାଏ କୌଣସି ପ୍ରକାରର ସୂଚନା ପାଇ ନାହିଁ। ତଥାପି ଦୋଷୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି।

Advertisment

ଦେଶର ପୂର୍ବତନ ରାଷ୍ଟ୍ରପତି ରାଫେଲ କୋରେଆ କହିଛନ୍ତି, “ଡିଆନାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା। ଏହା ଏକ ଦୁଃସ୍ୱପ୍ନ। ଆପଣଙ୍କର ଯଦି ଏତେ କମ ବୟସର ପିଲାଥିବେ, ତା’ହେଲେ ପରିବାର ଲୋକଙ୍କ ଅବସ୍ଥା କ’ଣ ହେଉଥିବ ବୁଝିପାରିବେ। ଏହା ହୃଦୟ ବିଦାରକ।”

ସେହିପରି ବିଭିନ୍ନ ମହଲରେ ଏପରି ଗୁଳିକାଣ୍ଡକୁ ତୀବ୍ର ବିରୋଧ କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଲୋକମାନେ ଦାବି କରିଛନ୍ତି।

Crime Shot Dead Shot Out