Advertisment

ଜାଲ ବିଛାଇଲା ପୁଲିସ, ଆମେରିକାରେ ଫଶିଲା ଲରେନ୍ସ ବିଷ୍ଣୋଇର ଭାଇ

କାଲିଫର୍ଣ୍ଣିଆରୁ ଗିରଫ ହେଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ। ଅକ୍ଟୋବର ୨୫ରେ ଏନଆଇଏ ଅନମୋଲ ବିଷ୍ଣୋଇଙ୍କ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

Anmol and Lawrence Bishnoi

Anmol and Lawrence Bishnoi

Advertisment

ଜାଲ ବିଛାଇଲା ମୁମ୍ବାଇ ପୁଲିସ। ଆମେରିକାରେ ଫଶିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ। ଏନ୍‌ସିପି ନେତା ବାବା ସିଦ୍ଦିକି, ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଏଭଳି ଅନେକ ପ୍ରସଙ୍ଗରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରେ ଗିରଫ କରାଯାଇଛି।

Advertisment

ସୂତ୍ର ଅନୁସାରେ ଅନମୋଲ ବିଷ୍ଣୋଇଙ୍କୁ କାଲିଫର୍ଣ୍ଣିଆରୁ ଇମିଗ୍ରେସନ ବିଭାଗ ଦ୍ୱାରା ଗିରଫ କରିଛି। ତେବେ ଅନୋମଲଙ୍କ ଗିରଫ ପଛରେ ମୁମ୍ବାଇ ପୁଲିସର ବଡ଼ ଭୂମିକା ରହିଛି। ଅଧିକାରୀମାନେ ଅନମୋଲଙ୍କ ଲୋକେସନ ଟ୍ରାକ୍‌ କରିଥିଲେ। ଏହା ପରେ ମୁମ୍ବାଇ ପୁଲିସ ସେହି ସ୍ଥାନ ଉପରେ ନଜର ରଖିବାକୁ ଆମେରିକୀୟ ପ୍ରଶାସନକୁ ନିବେଦନ କରିଥିଲା। ଏକ ସପ୍ତାହ ଧରି ମନିଟରିଂ କରିବା ପରେ ସେ ହି ଅନମୋଲ ବିଷ୍ଣୋଇ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ କାଲିଫର୍ଣ୍ଣିଆରୁ ଅନମୋଲଙ୍କୁ ଗିରଫ କରାଯାଇଥିଲା।

ରିପୋର୍ଟରୁ ଜଣାପଡିଛି ଯେ, ଗିରଫ ପରେ ତୁରନ୍ତ ଭାରତୀୟ ଏଜେନ୍ସିମାନେ ମଧ୍ୟ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଅନମୋଲଙ୍କ ପ୍ରତ୍ୟର୍ପଣକୁ ନେଇ FBI ଅଧିକାରୀ ଏବଂ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟରେ ଆଲୋଚନା ହୋଇଛି। ତେବେ ଆମେରିକାର ବୈଦେଶିକ ବିଭାଗ ଏହି ଘଟଣାରୁ ନିଜକୁ ଦୂରେଇ ରଖିଛି। ଆମେରିକାରେ ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଏହି ମାମଲା FBI ଏବଂ ଗୃହ ସୁରକ୍ଷା ବିଭାଗ ସହ ଜଡିତ, ତେଣୁ ଏହା ଉପରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ। ତେବେ ଆମେରିକା ଅନମୋଲ ବିଷ୍ଣୋଇର କଷ୍ଟଡି କାନାଡାକୁ ଦେଇପାରେ ବୋଲି ମିତ୍ର ଥିବା ସୂତ୍ରରୁ ସୂଚନା ମିଳିଛି। 

Advertisment

କହିରଖୁ ଯେ, ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚ ଶାଖା ଅନମୋଲ ବିଷ୍ଣୋଇର ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଅକ୍ଟୋବର ୨୫ରେ ଏନଆଇଏ ଅନମୋଲ ବିଷ୍ଣୋଇଙ୍କ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ୨୦୨୨ ମସିହାରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇଙ୍କ ନାମ ମଧ୍ୟ ଆସିଥିଲା। ଏହା ପରେ ସଲମାନ ଖାନଙ୍କ ଘରେ ହୋଇଥିବା ଆକ୍ରମଣରେ ଅନମୋଲ ବିଷ୍ଣୋଇଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। 

ଏହା ବ୍ୟତୀତ ତାଙ୍କ ନାମ ଅନେକ ଅପରାଧିକ ମାମଲା ସହିତ ଜଡିତ। ଆମେରିକାରେ ରହୁଥିଲେ ମଧ୍ୟ ଅନମୋଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନିର୍ଦ୍ଦେଶ ଦେଉଛନ୍ତି। ଏହାର ନେଟୱାର୍କ ଆମେରିକାରୁ କାନାଡା ପର୍ଯ୍ୟନ୍ତ ବ୍ୟାପିଛି। ଏହା ବ୍ୟତୀତ ଭାରତରେ ସୁଟର ନିଯୁକ୍ତି, ଅସ୍ତ୍ରଶସ୍ତ୍ର ବିତରଣ କରିବା ଏବଂ ସେମାନଙ୍କୁ ସମସ୍ତ ନିର୍ଦ୍ଦେଶ ଦେବା କାର୍ଯ୍ୟ ଅନମୋଲ ବିଷ୍ଣୋଇ ହିଁ କରୁଥିଲେ।

Lawrence Bishnoi Anmol Bishnoi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe