Advertisment

ଲି କିଆଙ୍ଗ ହେଲେ ଚାଇନାର ନୂଆ ପ୍ରଧାନମନ୍ତ୍ରୀ

ବିଶ୍ୱର ସର୍ବବୃହତ୍ତ ଅର୍ଥନୀତି ଭାବେ ପରିଚିତ ଚାଇନା ଏବେ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି। ଏପରି ସ୍ଥିତିରେ ହିଁ କିଆଙ୍ଗକୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଛି।

Li Qiang

Li Qiang

Advertisment

ଚାଇନାର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଲି କିଆଙ୍ଗ। ସେ ହେଉଛନ୍ତି ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଘନିଷ୍ଠ ସହଯୋଗୀ। କିଆଙ୍ଗକୁ ପ୍ରଧାନମନ୍ତ୍ରୀ ଭାବେ ଜିନପିଙ୍ଗ ହିଁ ଚୟନ କରିଥିଲେ। ଏବେ ସର୍ବସମ୍ମତିକ୍ରମେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

Advertisment

ବିଶ୍ୱର ସର୍ବବୃହତ୍ତ ଅର୍ଥନୀତି ଭାବେ ପରିଚିତ ଚାଇନା ଏବେ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି। ଏପରି ସ୍ଥିତିରେ ହିଁ କିଆଙ୍ଗକୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଛି।

କିଆଙ୍ଗଙ୍କୁ ଆଜି ସକାଳେ ଚାଇନାର ସଂସଦ ନ୍ୟାଶନାଲ ପିପୁଲ୍ସ କଂଗ୍ରେସରେ ରାଷ୍ଟ୍ରପତି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ଦିନକ ତଳେ ୬୯ ବର୍ଷୀୟ ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦ ସମ୍ଭାଳିଥିବା ବେଳେ ଆଜି କିଆଙ୍ଗ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Advertisment

ଜଣେ ବ୍ୟବସାୟୀରୁ ରାଜନେତା ବନିଥିବା କିଆଙ୍ଗ ଚାଇନାର ବ୍ୟବସାୟିକ ଗଡ଼ ଭାବେ ପରିଚିତ ସଙ୍ଘାଇରେ ଶୂନ କୋଭିଡ ନୀତି ବଳପୂର୍ବକ ପ୍ରୟୋଗ କରି ଚର୍ଚ୍ଚାକୁ ଆସିଥିଲେ।

ସେଠାକାର ଲୋକମାନେ କୋଭିଡ କଟକଣା ଯୋଗୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ୬୩ ବର୍ଷୀୟ କିଆଙ୍ଗ କିଛି ଶୁଣି ନଥିଲେ। ତଥାପି ସେ ରାଷ୍ଟ୍ରପତି ଜିନପିଙ୍ଗ ଘନିଷ୍ଠ ଭାବେ ବିଶ୍ୱାସ ଜିତିବାକୁ ସକ୍ଷମ ହୋଇଥିଲେ। ଏହି ଘନିଷ୍ଠତା ଯୋଗୁ କିଆଙ୍ଗ ଆଜି ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି।

China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe