Advertisment

ମସ୍କୋରେ ହେଲା ଭୟଙ୍କର ବିସ୍ଫୋରଣ, ଟଳି ପଡ଼ିଲେ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ

ଏହି ବିସ୍ଫୋରଣରେ ଦେଶର ପରମାଣୁ, ଜୈବିକ ଓ ରସାୟନିକ ସୁରକ୍ଷା ବଳ ପ୍ରମୁଖ ଜେନେରାଲ ଇଗୋର କିରିଲଭଙ୍କ ମୃତ୍ୟୁ ହୋଇଛି।କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀ ବି ଏଥିରେ ପ୍ରାଣ ହରାଇଛନ୍ତି।

Lieutenant General Igor Kirillov

Lieutenant General Igor Kirillov

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଲାଗିଛି ଶକ୍ତ ଝଟକା। ରାଜଧାନୀ ମସ୍କୋରେ ଆଜି ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦେଶର ପରମାଣୁ, ଜୈବିକ ଓ ରସାୟନିକ ସୁରକ୍ଷା ବଳ ପ୍ରମୁଖ ଜେନେରାଲ ଇଗୋର କିରିଲଭଙ୍କ ମୃତ୍ୟୁ ହୋଇଛି। କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀ ବି ଏଥିରେ ପ୍ରାଣ ହରାଇଛନ୍ତି। ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

Advertisment

କ୍ରିମଲିନ୍‌ ସହରରେ ଥିବା ଏକ ଆପାର୍ଟମେଣ୍ଟ ବାହାରେ ଆଜି ସକାଳେ ଏକ ଇଲେକ୍ଟ୍ରି ସ୍କୁଟର ବ୍ଲାଷ୍ଟ ହୋଇଥିଲା। ଏହି ବିସ୍ଫୋରଣରେ କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କ ରକ୍ତାକ୍ତ ମୃତଦେହ ଚଟାଣରେ ଛିଟିକି ପଡ଼ିଥିଲା। ଉକ୍ତ ସ୍କୁଟରରେ ବୋମା ଲୁଚାଇ ରଖାଯାଇଥିବା ବେଳେ ତାହା ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କିରିଲଭ ରାଷ୍ଟ୍ରପତି ପୁଟିନ୍‌ଙ୍କ ବେଶ୍‌ ବିଶ୍ୱସ୍ତ ହୋଇଥିବା ବେଳେ ତାଙ୍କର ଏପରି ମୃତ୍ୟୁ ପୁଟିନଙ୍କୁ ଧକ୍କା ଦେଇଛି। ୟୁକ୍ରେନରେ ନିଷିଦ୍ଧ ରାସାୟନିକ ଅସ୍ତ୍ର ବ୍ୟବହାର ଅଭିଯୋଗର ଶୁଣାଣି ଚାଲିଥିବା ବେଳେ କିରିଲଭ ଅନୁପସ୍ଥିତ ରହିଥିଲେ। ଏହାର ଦିନକ ପରେ ଏହି ଘଟଣା ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Advertisment

ନିଜ କ୍ୟାରିଅରରେ ଇଗୋର କିରିଲଭ ଭିନ୍ନ ଭିନ୍ନ ପଦରେ ଅଧିଷ୍ଠିତ ହୋଇ ପାରିଥିଲେ। ଏପରିକି ବିପଦପୂର୍ଣ୍ଣ ବିକିରଣ, ରାସାୟନିକ ଓ ବାୟୋଲୋଜିକାଲ ପ୍ରତିରକ୍ଷା ଗ୍ରୁପ୍‌ରେ ବି ସେ କାମ କରି ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି।

Bomb Blast Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe