Advertisment

ଲିଣ୍ଡା ହେଲେ ଟ୍ୱିଟରର ନୂଆ ସିଇଓ

ବିଜ୍ଞାପନ କ୍ଷେତ୍ର ସହ ଜଡ଼ିତ ଲିଣ୍ଡା ଟ୍ୱିଟର କେମିତି ଅଧିକ ବ୍ୟବସାୟ କରିବ, ତା’ ଉପରେ ଫୋକସ କରିବେ।

Twitter

Twitter

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ଏନବିସି ୟୁନିଭର୍ସାଲ ବିଜ୍ଞାପନର ପୂର୍ବତନ ମୁଖ୍ୟ ଲିଣ୍ଡା ୟାକାରିନୋ। ଏ ସମ୍ପର୍କରେ ବର୍ତ୍ତମାନ ଟ୍ୱିଟର ସିଇଓ ଏଲନ ମସ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ଟ୍ୱିଟରର ନୂଆ ସିଇଓ ଭାବେ ଲିଣ୍ଡାଙ୍କୁ ସ୍ୱାଗତ କରିବା ପାଇଁ ମୁଁ ଉତ୍ସାହିତ। ଲିଣ୍ଡା ମୁଖ୍ୟତଃ ବ୍ୟବସାୟିକ ଅପରେସନ ଉପରେ ଫୋକସ କରିବେ। ମୁଁ ପ୍ରଡକ୍ଟ ଡିଜାଇନ ଓ ଟେକ୍ନୋଲଜି ଉପରେ ଗୁରୁତ୍ୱ ଦେବି। ଏହି ଫ୍ଲାଟଫର୍ମକୁ ଅଧିକ ବିକଶିତ କରିବା ପାଇଁ ଲିଣ୍ଡାଙ୍କ ସହ କାମ କରିବାକୁ ମୁଁ ଅପେକ୍ଷା କରିଛି।”

ବିଜ୍ଞାପନ କ୍ଷେତ୍ର ସହ ଜଡ଼ିତ ଲିଣ୍ଡା ଟ୍ୱିଟର କେମିତି ଅଧିକ ବ୍ୟବସାୟ କରିବ, ତା’ ଉପରେ ଫୋକସ କରିବେ। କାରଣ ମସ୍କ ଟ୍ୱିଟର କିଣିବା ଦିନ ଠାରୁ ଅନେକ ବିଜ୍ଞାପନ କମ୍ପାନୀ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲେ। ଲିଣ୍ଡା ଆଜି ସକାଳେ ହିଁ ଏନବିସି ଛାଡ଼ିଥିଲେ।

Advertisment

ଏହାପରେ ତାଙ୍କୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ସେ ଟ୍ୱିଟର ସିଇଓ ହୋଇଛନ୍ତି। ଲିଣ୍ଡା ୨୦୧୧ରେ ଏନବିସିୟୁରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ୧୫ ବର୍ଷ କାଳ ଟର୍ଣ୍ଣର ଏଣ୍ଟରଟେନମେଣ୍ଟ ସହ କାମ କରିଥିଲେ। ସେ କମ୍ପାନୀର ବିଜ୍ଞାନ ଅପରେସନକୁ ଡିଜିଟାଲ ଯୁଗ ନେଇ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ।

Elon Musk Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe