Advertisment

ମେସିଙ୍କୁ ଧମକ, ସୁପରମାର୍କେଟ୍‌ରେ ଆଖିବୁଜା ଗୁଳିମାଡ଼

ଦୁଇ ଜଣ ବନ୍ଧୁକଧାରୀ ସୁପରମାର୍କେଟ୍ ଭିତରେ ପଶି ଗୁଳିମାଡ କରିବା ପରେ ଏକ ଧମକପୂର୍ଣ୍ଣ ଚିଠି ଛାଡି ଯାଇଛନ୍ତି।

author-image
Madhupriya Mistry
Lionel messi and his wife

Lionel messi and his wife

ଫୁଟ୍‌ବଲର ଷ୍ଟାର୍ ପ୍ଲେଅର୍ ଲିଓନେଲ ମେସିଙ୍କୁ ଧମକ। ବାଇକ୍‌ରେ ଆସି ଆଖିବୁଜା ଗୁଳିମାଡ ପରେ ତାଙ୍କୁ ଧମକ ଦେଇଛନ୍ତି ବନ୍ଧୁକଧାରୀ। ଆର୍ଜେଣ୍ଟିନାର ରାଜଧାନୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ମେସିଙ୍କ ଜନ୍ମସ୍ଥାନ ରୋସାରିଓରେ ଘଟିଛି ଏଭଳି କିଛି ଘଟଣା।

Advertisment

ଗୁରୁବାର ଭୋର ୩ଟା ବେଳେ ଏହି ଘଟଣା ଘଟିଛି। ରୋସାରିଓରେ ଥିବା ଏକ ସୁପର ମାର୍କେଟ୍‌ରେ ବନ୍ଧୁକଧାରୀମାନେ ପଶି ୧୪ ରାଉଣ୍ଡ ଗୁଳିମାଡ କରିଛନ୍ତି। ଏହାପରେ ମେସିଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ଛାଡିଯାଇଛନ୍ତି। ଏହି ସୁପରମାର୍କେଟ୍‌ଙ୍କୁ ମେସିଙ୍କ ପତ୍ନୀଙ୍କ ଘର ଲୋକେ ଚଳାନ୍ତି। ତେବେ ଗୁଳିମାଡରେ କାହାରି କୌଣସି କ୍ଷତି ହୋଇନଥିବା ବେଳେ ସୁପରମାର୍କେଟ୍‌ର ବ୍ୟାପକ କ୍ଷୟକ୍ଷତି ଘଟିଛି।

ତେବେ ବନ୍ଧୁକଧାରୀମାନେ ମେସିଙ୍କ ଶ୍ୱଶୂର ଘର ଲୋକଙ୍କୁ କାହିଁକି ଟାର୍ଗେଟ୍ କରିଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ମୁତାବକ, ଦୁଇ ଜଣ ବନ୍ଧୁକଧାରୀ ସୁପରମାର୍କେଟ୍ ଭିତରେ ପଶି ଗୁଳିମାଡ କରିବା ପରେ ଏକ ଧମକପୂର୍ଣ୍ଣ ଚିଠି ଛାଡି ଯାଇଛନ୍ତି। ସେଥିରେ ଲିଓନେଲ୍ ମେସି ଆମେ ତୁମ ଅପେକ୍ଷାରେ ଅଛୁ ବୋଲି ଲେଖା ଅଛି। ଏହି ଦୁଇ ବନ୍ଧୁକଧାରୀମାନେ ଡ୍ରଗ୍ସ ଡିଲର୍ ଥିବା କୁହାଯାଉଛି। ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଜାରି ରଖିଛି ପୁଲିସ। 

Advertisment

ଲିଓନେଲ୍ ମେସି ବିଶ୍ୱର ସବୁଠୁ ବଡ ଫୁଟ୍‌ବଲ୍ ଖେଳିଳିଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ସେ ଆର୍ଜେଣ୍ଟିନାର କ୍ଲବ ପେରିସ ସେଣ୍ଟ ଜର୍ମେନ ପାଇଁ ଖେଳୁଛନ୍ତି। ଅଧିକାଂଶ ସମୟ ସେ ବିଦେଶରେ ହିଁ ରୁହନ୍ତି। କେତେ ସେ ପ୍ରାୟତଃ ନିଜ ଜନ୍ମ ସ୍ଥାନ ରୋସାରିଓ ଯାଆନ୍ତି।   

Lionel Messi