Advertisment

Venezuela: ଟ୍ରମ୍ପଙ୍କୁ ନିଜର ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଚାହୁଁଛନ୍ତି ମାଚାଡୋ

ଆମେରିକାର ରେଡ ପରେ ମାଦୁରୋ ଗିରଫ ହୋଇଛନ୍ତି। ଏହାର କିଛି ଘଣ୍ଟା ପରେ ମାଚାଡୋ ସ୍ୱାଧୀନତାର ସମୟ ଆସି ଯାଇଥିବା ଘୋଷଣା କରିଥିଲେ। ଏପରି କହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ବିରୋଧୀଙ୍କ ଶାସନ ଆରମ୍ଭ ହେବାର ସଙ୍କେତ ଦେଇଥିଲେ।

Trump

ଟ୍ରମ୍ପ ଓ ମାଚାଡୋ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଚାହୁଁଛନ୍ତି ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀ ମାରିଆ କୋରିନା ମାଚାଡୋ। ନିକଟରେ ଆମେରିକା ସାମାରିକ(US attack on Venezuela) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ପଣବନ୍ଦୀ କରି ନେଇଛି। ଏହାପରେ ମାଚାଡୋ ଭେନେଜୁଏଲାର ସର୍ବେସର୍ବା ହେବେ ବୋଲି ଆଶା କରିଥିଲେ। କିନ୍ତୁ ଟ୍ରମ୍ପ ନିଜର ଭେନେଜୁଏଲା ଯୋଜନାରୁ ମାଚାଡୋଙ୍କୁ ବାଦ ଦେଇଛନ୍ତି। ତଥାପି ମାଚାଡୋ ନିଜର ନୋବେଲ ଶାନ୍ତି ପୁରସ୍କାର ଟ୍ରମ୍ପଙ୍କ ସହ ଭାଗ କରିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଛନ୍ତି।

Advertisment

ଆମେରିକାର ରେଡ ପରେ ମାଦୁରୋ ଗିରଫ ହୋଇଛନ୍ତି। ଏହାର କିଛି ଘଣ୍ଟା ପରେ ମାଚାଡୋ ସ୍ୱାଧୀନତାର ସମୟ ଆସି ଯାଇଥିବା ଘୋଷଣା କରିଥିଲେ। ଏପରି କହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ବିରୋଧୀଙ୍କ ଶାସନ ଆରମ୍ଭ ହେବାର ସଙ୍କେତ ଦେଇଥିଲେ। କିନ୍ତୁ ତାଙ୍କର ଏହି ଆଶାରେ ଟ୍ରମ୍ପ ପାଣି ପକାଇ ଦେଇଛି। ମାଚାଡୋଙ୍କୁ ସମର୍ଥନ କରିବାକୁ ଟ୍ରମ୍ପ ଆଦୌ ଆଗ୍ରହୀ ନାହାନ୍ତି। ତାଙ୍କ ପ୍ରତି ଭେନେଜୁଏଲାରେ କୌଣସି ସମର୍ଥନ କିମ୍ବା ସମ୍ମାନ ନଥିବା ଟ୍ରମ୍ପ କହିଥିଲେ।

୨୦୨୫ ନୋବେଲ ଶାନ୍ତି ପୁରସ୍କାର ଜିତି ଥିବା ମାଚାଡୋ ଭେନେଜୁଏଲାରେ ମାଦୁରୋ ଚଳାଇଥିବା ଏକଛତ୍ରବାଦୀ ଶାସନ ବିରୋଧରେ ସ୍ୱର ଉଠାଇ ଚାଲିଥିଲେ। ଏଥିପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ମାଚାଡୋ କହିଛନ୍ତି, “ଆମେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା କଥା ମୁଁ ଜାଣିବା ପରେ ତୁରନ୍ତ ଏହାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରିଥିଲି। କାରଣ ମୁଁ ଭାବୁଛି ସେ ଏଥିପାଇଁ ଯୋଗ୍ୟ। ଜାନୁଆରୀ ୩ରେ ସେ ଯାହା ହାସଲ କରିଛନ୍ତି, ଅନେକ ଲୋକ ଏହା ଅସମ୍ଭବ ବୋଲି କହୁଥିଲେ।

Advertisment

ସେ ପୂରା ବିଶ୍ୱକୁ ନିଜର ବୀରତାର ପ୍ରମାଣ ଦେଖାଇଛନ୍ତି। ଜାନୁଆରୀ ୩ ସବୁବେଳେ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଜାନୁଆରୀ ୩ରେ ଅତ୍ୟାଚାରକୁ ନ୍ୟାୟ ପ୍ରରାସ୍ତ କରିଛି। ଏହା ଗୋଟିଏ ମାଇଲଖୁଣ୍ଟ। ଏହା କେବଳ ଭେନେଜୁଏଲା ପାଇଁ ନୁହେଁ, ବରଂ ମାନବତା ଦିଗରେ ଗୋଟିଏ ବଡ଼ ପଦକ୍ଷେପ।”

ନୋବେଲ ଶାନ୍ତି ପୁରସ୍କାର ପାଇବା ପରେ କ’ଣ ସେ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି କି? ଏହାର ଜବାବରେ ମାଚାଡୋ କହିଛନ୍ତି, “ବାସ୍ତବରେ ମୁଁ ଅକ୍ଟୋବର ୧୦ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଥିଲି। ସେହି ଦିନ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଥିଲା। କିନ୍ତୁ ସେବେଠାରୁ ମୁଁ ଆଉ ତାଙ୍କ ସହ କଥା ହୋଇନି।”

ନୋବେଲ ଶାନ୍ତି ପୁରସ୍କାର ପାଇଁ ଗତମାସରେ ଭେନେଜୁଏଲାର ନରୱେ ଅଭିମୁଖେ ଯାଇଛନ୍ତି ମାଚାଡୋ। କିନ୍ତୁ ସେବେଠାରୁ ସେ ଆଉ ଦେଶକୁ ଫେରି ନାହାନ୍ତି। ଏବେ ଆମେରିକା ମାଦୁରୋ ଶାସନର ଅନ୍ତ ଘଟାଇବାରୁ ମାଚାଡୋ ସ୍ୱଦେଶ ଫେରିବେ ବୋଲି କହିଛନ୍ତି। 

US attack on Venezuela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe