Advertisment

ଭୁଶୁଡ଼ିଲା ସୁନା ଖଣି, ୭୩ ମୃତ

ଆହୁରି ଅନେକ ଲୋକେ ଖଣି ଭିତରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

Gold Mine Collapse

Gold Mine Collapse

Advertisment

ସୁନା ଖଣିରେ ଅଘଟଣ। ସୁନା ଖଣି ଧସିବା ଯୋଗୁ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଆଫ୍ରିକାର ମାଲିରେ ଘଟିଛି ଏହି ଅଘଟଣ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Advertisment

ବୁଧବାର ମାଲିରେ ଥିବା ଏକ ବେଆଇନ ସୁନା ଖଣି ଭୁଶୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭୩ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଲୋକେ ଖଣି ଭିତରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟସ ଚାଲିଛି।

ଦକ୍ଷିଣ ପଶ୍ଚିମ ସହର କଙ୍ଗାବାର ଜଣେ ଅଧିକାରୀ କହିଛନ୍ତି, ଏକ ଜୋର୍‌ରେ ଶବ୍ଦ ଶୁଭିବା ପରେ ଭୂମି ଦୋହଲିବାକୁ ଲାଗିଥିଲା। ଏଥିସହ ଜୋର୍‌ରେ କମ୍ପନ ହୋଇଥିଲା। ଏହାପରେ ଏହି ଦୁର୍ଘଟଣା ଘଟିଥିଲା । ସେ ନ୍ୟୁଜ୍ ଏଜେନ୍ସି ଏଏଫ୍‌ପିକୁ କହିଛନ୍ତି ଯେ ଘଟଣା ସ୍ଥଳର ଚାରିପାଖରେ ୨୦୦ ରୁ ଅଧିକ ସୁନା ଖଣି ଅଛି। ଶ୍ରମିକଙ୍କ ସନ୍ଧାନ ଏବେବି ଜାରି ରହିଛି। ବର୍ତ୍ତମାନ ଭୁଶୁଡିପଡିଥିବା ଖଣିରୁ ୭୩ ଟି ମୃତଦେହ ବାହାର କରାଯାଇଛି।

Advertisment

ଏହି ଦୁର୍ଘଟଣା ପରେ ମାଲିର ଖଣି ମନ୍ତ୍ରାଳୟ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି। ଏହି ଘଟଣା ପରେ ସୁରକ୍ଷା ଆବଶ୍ୟକତା ଅନୁସରଣ କରିବାକୁ ଖଣି ମାଲିକ ତଥା ଖଣି ସ୍ଥାନ ନିକଟରେ ରହୁଥିବା ଲୋକମାନଙ୍କୁ ସେ ଅନୁରୋଧ କରିଛନ୍ତି।

ଆଫ୍ରିକାର ତୃତୀୟ ସବୁଠାରୁ ବଡ଼ ସୁନା ଉତ୍ପାଦନକାରୀ ଦେଶ ମାଲିରେ ଏଭଳି ଦୁର୍ଘଟଣା ଘଟିବା ସାଧାରଣ କଥା। ଦେଶରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ସରକାର ପଦକ୍ଷେପ ନେବା ଉଚିତ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଯାହାଫଳରେ ଏହିପରି ଦୁର୍ଘଟଣାକୁ ଏଡ଼ା ଯାଇପାରିବ।

Gold Mine Gold Mine Collapse Accident In Mali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe