Advertisment

କାନାଡାକୁ USAର ୫୧ତମ ରାଜ୍ୟ କହିଲେ ଟ୍ରମ୍ପ, ରାଗିଗଲେ ଟ୍ରୁଡୋ

ମଙ୍ଗଳବାର ଟ୍ରମ୍ପ ତାଙ୍କ ଟ୍ରୁଥ ମିଡିଆରେ ଆମେରିକାର ଦୁଇଟି ମାନଚିତ୍ର ସେୟାର କରିଛନ୍ତି ଯେଉଁଥିରୁ ଗୋଟିଏରେ ସେ କାନାଡାକୁ ଆମେରିକାର ଅଂଶ ଭାବରେ ଦର୍ଶାଇଛନ୍ତି। କାନାଡାକୁ ସେ USAର ୫୧ତମ ରାଜ୍ୟ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ହାଇପର ଆକ୍ଟିଭ ମୁଡ୍‌ରେ ଅଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶପଥ ପୂର୍ବରୁ ହିଁ ସେ ତାଙ୍କ ନୂଆ ମିଶନ ଆରମ୍ଭ କରିଦେଇଛନ୍ତି। ମେକ୍‌ ଆମେରିକା ଗ୍ରେଟ ପୁନର୍ବାର ସ୍ଲୋଗାନ ଦେଇଥିବା ଟ୍ରମ୍ପ ବର୍ତ୍ତମାନ ଅଫଖଣ୍ଡ ଆମେରିକା ଗଢିବାକୁ ପ୍ଲାନ କରିଛନ୍ତି। ବର୍ତ୍ତମାନ ସେ କାନାଡାକୁ ଆମେରିକାର ୫୧ ତମ ରାଜ୍ୟ କରିବାକୁ ସ୍ଥିର କରିଛନ୍ତି। ଏହାକୁ ନେଇ ସେ ଇଟି ମାନଚିତ୍ର ମଧ୍ୟ ସେୟାର କରିଛନ୍ତି।

Advertisment

ମଙ୍ଗଳବାର ଟ୍ରମ୍ପ ତାଙ୍କ ଟ୍ରୁଥ ମିଡିଆରେ ଆମେରିକାର ଦୁଇଟି ମାନଚିତ୍ର ସେୟାର କରିଛନ୍ତି ଯେଉଁଥିରୁ ଗୋଟିଏରେ ସେ କାନାଡାକୁ ଆମେରିକାର ଅଂଶ ଭାବରେ ଦର୍ଶାଇଛନ୍ତି। ଆଉ ଏକ ମାନଚିତ୍ରରେ କାନାଡାକୁ ନେଇ ସେ ତାଙ୍କର ଉଦ୍ଦେଶ୍ୟ କ'ଣ ତାହା ପ୍ରକାଶ କରିଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଇଟି ମାନଚିତ୍ର ସେୟାର କରିଛନ୍ତି। ଏହି ମାନଚିତ୍ରଗୁଡିକ ମଧ୍ୟରୁ ଗୋଟିଏରେ ସେ ଆମେରିକାରେ କାନାଡା ଦେଖାଇଥିବାବେଳେ ଅନ୍ୟ ମାନଚିତ୍ରରେ ସେ କାନାଡା ସମ୍ବନ୍ଧରେ ନିଜର ଉଦ୍ଦେଶ୍ୟ ପ୍ରକାଶ କରିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଛି ଏବଂ କାନାଡାର ନେତାମାନେ ଟ୍ରମ୍ପଙ୍କୁ ଉତ୍ତର ଦେବା ଆରମ୍ଭ କରି ଦେଇଛନ୍ତି।

Advertisment

ଟ୍ରମ୍ପ ‘ଗ୍ରେଟର ଆମେରିକା’ ମିଶନରେ କାମ କରୁଛନ୍ତି ବୋଲି କୁହାଯାଇଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ତାଙ୍କ ମିଶନର ପ୍ରଥମ ସଫଳତା ବୋଲି ଅନୁମାନ କରାଯାଉଛି। ସେପଟେ ଟ୍ରମ୍ପଙ୍କ ଏଭଳି ମାନଚିତ୍ର ସେୟାର କରିବାକୁ ନେଇ ରାଗି ଯାଇଛନ୍ତି ଜଷ୍ଟିନ୍‌ ଟ୍ରୁଡୋ। ସେ ମଧ୍ୟ ଆକ୍ରମଣାତ୍ମକ ହୋଇପଡିଛନ୍ତି ଟ୍ରମ୍ପଙ୍କୁ ସେ ଏହାର ଦୃଢ ଜବାବ ଦେଇଛନ୍ତି।

ଟ୍ରୁଡୋ କହିଛନ୍ତି, କାନାଡା କେବେବି ସଂଯୁକ୍ତ ରାଷ୍ଟ୍ର ଅମେରିକାରେ ଅଂଶ ହେବ ନାହିଁ। କାନାଡା ହେଉଛି ଏକ ମଜଭୁତ ଦେଶ। ଏହାର ଅର୍ଥବ୍ୟବସ୍ଥା ଓ ଏଠାକାର ଲୋକମାନେ ବେଶ୍‌ ମଜଭୁତ ଅଛନ୍ତି। ଆମେ ଧମକକୁ ଡରି କେବେବି ପଛକୁ ହଟିବୁ ନାହିଁ ବୋଲି କାନାଡାର ବିଦେଶ ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ କେବଳ କାନାଡା ନୁହେଁ ଟ୍ରମ୍ପ ପାନାମା କେନାଲକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ସେ ଏହା ହାସଲ କରିବା ପାଇଁ ସାମରିକ ଅପରେସନକୁ ମଧ୍ୟ ମନା କରି ନାହାଁନ୍ତି। ଯଦି ଏସବୁ ଘଟେ, ତେବେ କ୍ଷେତ୍ର ଦୃଷ୍ଟିରୁ ଆମେରିକା ବିଶ୍ୱର ସବୁଠାରୁ ବଡ଼ ଦେଶ ହେବ।

Canada Donald Trump Justin Trudeau USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe