Advertisment

ବିମାନ ଦୁର୍ଘଟଣାରେ ମଲାୱିର ଉପରାଷ୍ଟ୍ରପତି ମୃତ

ତାଙ୍କ ସହ ବିମାନରେ ଥିବା କ୍ର୍ୟୁ ସଦସ୍ୟଙ୍କ ସମେତ ଅନ୍ୟ ୯ ଜଣଙ୍କ ମୃତ୍ୟୁ।

author-image
Debibandita Barick
Saulos Chilima File Photo

Saulos Chilima File Photo

ବିମାନ ଦୁର୍ଘଟଣାରେ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍‌ ଚିଲିମା ମୃତ। ତାଙ୍କ ସହ ବିମାନରେ ଥିବା କ୍ର୍ୟୁ ସଦସ୍ୟଙ୍କ ସମେତ ସମସ୍ତ ୯ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଖରାପ ପାଗ କାରଣରୁ ବିମାନ ଦୁର୍ଘଟଣା ଘଟିଥିଲା।

Advertisment

ଖବର ଅନୁସାରେ, ଗତକାଲି ପୂର୍ବାହ୍ନ ୯ଟା ୧୭ରେ ୫୧ ବର୍ଷୀୟ ଚିଲିମା ପ୍ରତିରକ୍ଷା ବିଭାଗର ଏକ ବିମାନ ଯୋଗେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ। ଖରାପ ପାଗ କାରଣରୁ ବିମାନ ଅବତରଣ ହୋଇପାରି ନଥିଲା। ଫଳରେ ବିମାନକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ସମୟ ପରେ ବିମାନଟି ରାଡାରରୁ ବାହାରି ଯିବାରୁ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ବିମାନଟି ଏକ ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ନିଖୋଜ ହୋଇଥିବା ଅନୁମାନ କରାଯାଇଥିଲା। ଏହାପରେ ଜଙ୍ଗଲର ୧୦ କିଲୋମିଟର ପରିଧି ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଥିଲା। 

Advertisment

ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ବିମାନର ପତ୍ତା ମିଳିଛି। ଏକ ଜଙ୍ଗଲରୁ ବିମାନର ଧ୍ୱଂସାବଶେଷ ମିଳିଛି। ବିମାନଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇ ଥିବାବେଳେ ଏଥିରେ ତିବା ଚିଲିମାଙ୍କ ସମେତ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। 

Plane Crash Malawi Vice President Dies Saulos Chilima