saulos-klaus-chilima
ବିମାନ ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟ ପରେ ଏବେ ପୁଣି ଏକ ଦେଶର ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ ହୋଇଛି। ଏହି ରାଷ୍ଟ୍ରନେତାଜଣକ ହେଉଛନ୍ତି ଦକ୍ଷିଣ ପୂର୍ବ ଆଫ୍ରିକୀୟ ଦେଶ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍ ଚିଲିମା।
ଚିଲିମା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଗତକାଲି ପୂର୍ବାହ୍ନ ୯ଟା୧୭ରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ। ତାଙ୍କ ସହ ଉକ୍ତ ବିମାନରେ ଆଉ ୯ ଜଣ ବି ଥିଲେ। ମାତ୍ର ଖରାପ ପାଗ ଯୋଗୁ ବିମାନଟି ଲ୍ୟାଣ୍ଡ କରି ପାରି ନ ଥିବା ବେଳେ ତାହାକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର କିଛି ସମୟ ପରେ ବିମାନଟି ରାଡାରରୁ ଗାଏବ ହୋଇ ଯାଇଥିଲା। ବିମାନ ଅଧିକାରୀଙ୍କ ଦ୍ୱାରା ଏଥିନିମନ୍ତେ ବହୁ ପ୍ରଚେଷ୍ଟା କରାଯିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା।
ଏହାପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ମଲାୱିର ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ବିମାନଟି ଏକ ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ନିଖୋଜ ହୋଇଥିବା ଅନୁମାନ କରାଯାଉଥିବାରୁ ଜଙ୍ଗଲର ୧୦ କିମି ପରିଧି ମଧ୍ୟରେ ସର୍ଚ୍ଚ ଅପରେସନ ଚାଲୁ ରହିଛି। ବିମାନର ପତ୍ତା ନ ମିଳିବା ପର୍ଯ୍ୟନ୍ତ ସନ୍ଧାନ କାର୍ଯ୍ୟ ଚାଲୁ ରଖିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।
ଏହି ସର୍ଚ୍ଚ ଅପରେସନରେ ସହାୟତା କରିବାକୁ ଆମେରିକା, ବ୍ରିଟେନ, ନରୱେ ଓ ଇସ୍ରାଏଲ ସରକାରଙ୍କୁ ଅନୁରୋଧ କରାଯାଇଥିବା ମଲାୱି ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୨୦୨୨ ମସିହାରେ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚିଲିମା ଗତ ମାସ ଜେଲ୍ରୁ ବାହାରିଥିଲେ। ତାଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ହଟାଇବାକୁ କୋର୍ଟ ଅର୍ଡର ଦେବା ପରେ ସେ କୋର୍ଟରୁ ମୁକୁଳିଥିଲେ। ଏଥିସହ ଆସନ୍ତା ନିର୍ବାଚନରେ ସେ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରମୁଖ ଦାବିଦାର ବୋଲି ବି ଚର୍ଚ୍ଚା ହେଉଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
