Advertisment

'ମାର୍ଚ୍ଚ ୧୫ ପୂର୍ବରୁ ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସେନା'

ରାଜନୈତିକ ବିବାଦ ଭିତରେ ଚୀନ୍‌ରୁ ଫେରି ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ।

ଅଦ୍ୟତନ ହୋଇଛି
Maldives President

Maldives President

Advertisment

ଭାରତ ଓ ମାଳଦ୍ୱୀପର ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜନୈତିକ ବିବାଦ ଭିତରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଭାରତୀୟ ସେନାଙ୍କୁ ମାଳଦ୍ୱୀପ ଛାଡିବାକୁ ସେ କହିଛନ୍ତି। ଚୀନ୍‌ରୁ ଫେରିବା ପରେ ନିଜ ଦେଶରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି।

Advertisment

ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ହେଲା ମାଳଦ୍ୱୀପରେ ଭାରତୀୟ ସେନାର ଏକ ଛୋଟ କ୍ୟାମ୍ପ ରହିଛି। ମାଳଦ୍ଵୀପର ପୂର୍ବ ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ନିଜର ସୈନ୍ୟ ସେଠାରେ ମୁତୟନ କରିଥିଲେ। ସାମୁଦ୍ରିକ ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ସାହାଯ୍ୟ ପାଇଁ ଭାରତୀୟ ସେନା ମାଳଦ୍ଵୀପରେ ମୁତୟନ ହୋଇଥିଲା।

ମୁଇଜ୍ଜୁ ଶନିବାର ଚୀନ୍‌ରୁ ପାଞ୍ଚ ଦିବସୀୟ ଯାତ୍ରା ସାରି ଫେରିଛନ୍ତି। ଏହି ଯାତ୍ରା ସମୟରେ ସେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ସହ ଭେଟିଛନ୍ତି। ଚୀନ୍‌ରୁ ଫେରିବା ପରେ ସେ କହିଥିଲେ କି ‘ଆମ ଦେଶ ଛୋଟ ହୋଇପାରେ, କିନ୍ତୁ ଆମକୁ ଗାଳି କରିବାର ଅଧିକାର କାହା ପାଖରେ ନାହିଁ।’ ତେବେ ସେ ସିଧାସଳଖ କାହାର ନାଁ ନେଇ ନଥିଲେ କିନ୍ତୁ କୁହାଯାଉଛି ଯେ, ଭାରତ ଆଡକୁ ଇଙ୍ଗିତ କରି ସେ ଏଭଳି କହିଥିଲେ।

Advertisment

ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ବେଳେ ମୁଇଜ୍ଜୁ ଓ ତାଙ୍କ ଦଳ ଦଳ ପିଏନସି ଭାରତ ବିରୋଧରେ ଏକ ପ୍ରଚାର ପ୍ରସାର କରିଥିଲେ। ମୁଇଜ୍ଜୁ ଲଗାତର ଭାବେ କ୍ୟାମ୍ପେନ୍‌ ବେଳେ ଭାରତୀୟ ସେନା ବିରୋଧରେ ପ୍ରଚାର ପ୍ରସାର କରୁଥିଲେ। କେବଳ ସେତିକି ନୁହେଁ ସେ ନିଜ ଅଭିଭାଷଣରେ ଭାରତକୁ ଟାର୍ଗେଟ୍‌ ମଧ୍ୟ କରିଥିଲେ। ନିର୍ବାଚନ ସମୟରେ ମାଳଦ୍ୱୀପରେ ସରକାର ଗଠନ କରିବା ମାତ୍ରେ ସେ ପ୍ରଥମେ ବିଦେଶୀ ସୈନ୍ୟଙ୍କୁ ତାଙ୍କ ଦେଶରୁ ବାହାର କରିଦେବେ ବୋଲି ମୁଇଜ୍ଜୁ ଶପଥ ମଧ୍ୟ ନେଇଥିଲେ।

Indian Army Maldives Maldives President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe