Advertisment

'ଇଏ କେମିତିକା ଭାଷା…', ନିଜ ଦେଶର ମନ୍ତ୍ରୀଙ୍କ ଉପରେ ବର୍ଷିଲେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ମାଳଦ୍ୱୀପର ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟମ୍‌ ଶିଆନା ସୋଶାଲ ମିଡିଆ ପୋଷ୍ଟରେ ‌ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଜୋକର୍‌’ ଓ ‘ଖେଳନା’ ବୋଲି କହିଥିଲେ।

ଅଦ୍ୟତନ ହୋଇଛି
Maldives ex-president Nasheed

Maldives ex-president Nasheed

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ। ଏହାପରେ ମାଳଦ୍ୱୀପର ମନ୍ତ୍ରୀମାନେ ତାଙ୍କୁ ବିଦ୍ରୂପ କରିବାରୁ ବିବାଦର ସୂତ୍ରପାତ ହୋଇଛି। ଭାରତକୁ ନେଇ ମାଳଦ୍ୱୀପ ସରକାରର ମନ୍ତ୍ରୀମାନେ ଟାର୍ଗେଟ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ସୋଶାଲ ମିଡିଆରେ ବୟକଟ୍‌ ମାଳଦ୍ୱୀପ ଟ୍ରେନ୍‌ ମଧ୍ୟ କରୁଛି। ଏବେ ନିଜ ଦେଶର ମନ୍ତ୍ରୀମାନଙ୍କ ଉପରେ ବର୍ଷିଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି।

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ମାଳଦ୍ୱୀପର ମନ୍ତ୍ରୀମାନେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ୍‌ ନିନ୍ଦା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ମରିୟମ୍ ଶିଆନାଙ୍କ ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି, 'ଇଏ କେମିତିକା ଭାଷା। ଜଣେ ମାଳଦ୍ୱୀପ ସରକାରୀ ଅଧିକାରୀ ବ୍ୟବହାର କରିଥିବା ଭାଷା ଅତି କଦର୍ଯ୍ୟ… ତାହା ମଧ୍ୟ ଏକ ପ୍ରମୁଖ ସହଯୋଗୀ ଦେଶର ନେତାଙ୍କ ପାଇଁ, ଯାହା ସହିତ ମାଲଦ୍ୱୀପର ସୁରକ୍ଷା ଏବଂ ସମୃଦ୍ଧତା ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି। ମୁଇଜୁ ସରକାର ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ। ଏଥିସହ ସେ ଭାରତକୁ ନିର୍ଭର ପ୍ରତିଶ୍ରୁତି ଦେବା କଥା ଯେ, ଏଭଳି ମନ୍ତବ୍ୟ ଦେଶର ସରକାରଙ୍କର ନୁହେଁ।'

ମାଳଦ୍ୱୀପର ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟମ୍‌ ଶିଆନା ସୋଶାଲ ମିଡିଆ ପୋଷ୍ଟରେ ‌ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଜୋକର୍‌’ ଓ ‘ଖେଳନା’ ବୋଲି କହିଥିଲେ। ପରେ ସେ ଏହି ପୋଷ୍ଟଟିକୁ ଡିଲିଟ୍‌ କରି ଦେଇଥିଲେ। କିନ୍ତୁ, ଡିଲିଟ ପୂର୍ବରୁ ତାଙ୍କର ଏହି ପୋଷ୍ଟଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଇଣ୍ଟରନେଟ୍‌ ୟୁଜର୍ସମାନେ ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହା ପୂର୍ବରୁ ଉକ୍ତ ପୋଷ୍ଟ୍‌କୁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ତୀବ୍ର ସମାଲୋଚନା କରିଥିଲେ।

Advertisment

ଶିଆନାଙ୍କ ଛଡ଼ା, ମାଳଦ୍ୱୀପର ଅନ୍ୟତମ ମନ୍ତ୍ରୀ ଜାହିଦ ରମୀଜ୍‌ ଓ କେତେକ ସରକାରୀ ଅଧିକାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ବିଦ୍ରୂପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକାଳୀନ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯିବା ପରେ ଏହା ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନେକେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିଥିଲେ।

PM Modi Maldives PM Modi In Lakshadweep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe