Advertisment

ନିଜ ମନ୍ତ୍ରୀଙ୍କୁ ନେଇ ବଦଳିଲା ମାଳଦ୍ୱୀପ ସରକାରଙ୍କ ସ୍ୱର

ସେ ମନ୍ତ୍ରୀଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଛନ୍ତି।

Maldives President on mariyam

Maldives President on mariyam

Advertisment

ପ୍ରଥମେ ନିଜେ ପରମ୍ପରା ଭାଙ୍ଗିଲେ। ବିବାଦ ବଢ଼ିବା ପରେ ନିଜ ମନ୍ତ୍ରୀଙ୍କୁ ନେଇ ବଦଳିଲା ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସ୍ୱର। ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୋଇଜ୍ଜୁ ପ୍ରଥମେ ପରମ୍ପରା ଭାଙ୍ଗିଲେ। ପରେ ତାଙ୍କର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଭାରତ ମଧ୍ୟ ଏହାକୁ ନେଇ ଆପତ୍ତି ଜଣାଇବା ପରେ ମାଳଦ୍ୱୀପ ସରକାର ସଫେଇ ରଖିଛନ୍ତି।

Advertisment

ମାଳଦ୍ୱୀପର ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ସେ ମୋଦିଙ୍କୁ ଜୋକର ଓ କଣ୍ଡେଇ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହିତ ମାଳଦ୍ୱୀପ ଦ୍ୱୀପପୁଞ୍ଜକୁ ଲାକ୍ଷାଦ୍ୱୀପ ସହ ତୁଳନା କରି ଥଟ୍ଟା କରିଥିଲେ। ଯଦିଓ ଶିଉନା ତାଙ୍କ ଟୁଇଟ୍ ଡିଲିଟ୍ କରିଛନ୍ତି, କିନ୍ତୁ ଏହି ଘଟଣା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମନ୍ତ୍ରୀ ଶିଆନାଙ୍କ ମନ୍ତବ୍ୟ ଉପରେ ରବିବାର ଦିନ ମାଳଦ୍ୱୀପ ସରକାର ସଫେଇ ରଖିଛି। ସେ ମନ୍ତ୍ରୀଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ 'ଏପରି ଅପମାନଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପଛାଇବେ ନାହିଁ। ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ବିଷୟରେ ସରକାର ଅବଗତ ଅଛନ୍ତି। ଏହି ମତାମତ ବ୍ୟକ୍ତିଗତ ଏବଂ ମାଳଦ୍ୱୀପ ସରକାରଙ୍କ ମତାମତକୁ ପ୍ରତିନିଧିତ୍ୱ କରେ ନାହିଁ।'

Advertisment

ଏହାପୂର୍ବରୁ ମାଳଦ୍ୱୀପର ରାଷ୍ଟ୍ରପତି ମୋଇଜ୍ଜୁ ଶାସନ ଭାର ଗ୍ରହଣ କରିବା ପରେ ପ୍ରଥମେ ତୁର୍କୀ ଏବଂ ପରେ ଚୀନ୍ ଗସ୍ତ କରିବେ ବୋଲି ଘୋଷଣା କରି ପୁରାତନ ପରମ୍ପରାକୁ ଭାଙ୍ଗିଥିଲେ। ପୂର୍ବ ସରକାର ଗୁଡିକରେ ଭାରତ ସେମାନଙ୍କର ପ୍ରାଥମିକତା ଥିଲା।

ଉଲ୍ଲେଖଯୋଗ୍ୟ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ। ସେଠାରୁ ସେ କିଛି ଫଟୋକୁ ନିଜ ସୋଶାଲ ମିଡିଆରେ ସେୟାର କରି ଲାକ୍ଷାଦ୍ୱୀପ ଆସିବାକୁ ଲୋକଙ୍କୁ ଅପିଲ କରିଥିଲେ। ମୋଦିଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ମାଳଦ୍ୱୀପର କିଛି ମନ୍ତ୍ରୀ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ମୋଦିଙ୍କ ଲାକ୍ଷାଦ୍ୱୀପ ଯାତ୍ରାକୁ ନେଇ ପରିହାସ କରିବା ପରେ ଏହି ବିବାଦ ଉପୁଜିଛି।

PM Modi Maldives Lakshadweep Maldives Row Maldives President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe