Advertisment

ମହଙ୍ଗା ପଡିଲା ଭାରତ ଉପରେ ଆପତ୍ତିଜନକ ଟିପ୍ପଣୀ, ୩ ମାଳଦ୍ୱୀପ ମନ୍ତ୍ରୀ ନିଲମ୍ବିତ

ମନ୍ତ୍ରୀ ମରିୟମ ଶିୟୁନା, ମାଲଶା ଏବଂ ହାସନ ଜିହାନଙ୍କୁ ମାଳଦ୍ୱୀପ ସରକାର ନିଲମ୍ବନ କରିଛନ୍ତି।

ଅଦ୍ୟତନ ହୋଇଛି
PM Modi & Maldives President

PM Modi & Maldives President

Advertisment

ବିବାଦ ପରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଲମ୍ବନ କଲେ ମାଳଦ୍ୱୀପ ସରକାର। ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ସେମାନଙ୍କ ପାଇଁ ମହଙ୍ଗା ପଡିଛି। ମନ୍ତ୍ରୀ ମରିୟମ ଶିୟୁନା, ମାଲଶା ଏବଂ ହାସନ ଜିହାନଙ୍କୁ ମାଳଦ୍ୱୀପ ସରକାର ନିଲମ୍ବନ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ  Atoll Times ଏନେଇ ରିପୋର୍ଟ କରିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଟ୍ରିପର ଫଟୋ ପଷ୍ଟୋ ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରାଯାଇଥିଲା। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାରତକୁ ସମାଲୋଚନା କରିଥିଲେ। ମାଳଦ୍ୱୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର ଏବଂ କଣ୍ଢେଇ ବୋଲି କହିଥିଲେ।

ଏଥିସହ ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯାଉଥିବାରୁ ପରିହାସ କଲା ପରି ଏକ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ସେ ହି ପୋଷ୍ଟକୁ ଡିଲିଟ୍ କରିଦେଇ ଥିଲେ ମଧ୍ୟ ବିବାଦ ଘନେଇ ଥିଲା। ଏହାକୁ ନେଇ ଏକ୍ସରେ ଟ୍ରେଣ୍ଡ କରିଥିଲା #BoycottMaldives। 

Advertisment

ଏହି ବିବାଦ ପରେ ମାଳଦ୍ୱୀପକୁ ସର୍ବାଧିକ ଭ୍ରମଣ କରୁଥିବା ବଲିଉଡ କଳାକାରମାନେ ମଧ୍ୟ ସ୍ୱର ଉଠାଇଥିଲେ। ସେମାନେ ଲାକ୍ଷାଦ୍ୱୀପକୁ ପ୍ରଶଂସା କରିବା ସହ #ExploreIndianIslands କ୍ୟାମ୍ପନକୁ ସମର୍ଥନ କରିଥିଲେ। ବିବାଦ ଘନେଇବାରୁ ମାଳଦ୍ୱୀପ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। 

କିଛି ସମୟ ତଳେ ମାଳଦ୍ୱୀପ ସରକାର କହିଥିଲେ ଯେ, ଏପରି ଆପତ୍ତିଜନକ ଟିପ୍ପଣୀ ଦେଇଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ସରକାର କେବେ ପଛଘୁଞ୍ଚା ଦେବ ନାହିଁ। ପରେ କ୍ୟାବିନେଟର ତିନି ଜଣ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। 

PM Modi Lakshadweep Maldives Govt Lakshadweep Vs Maldives
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe