Advertisment

ବଢୁଛି ମାଳଦ୍ୱୀପ ସରକାରଙ୍କ ଅଡୁଆ; ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅହ୍ୱାନ

ସଂସଦୀୟ ସଂଖ୍ୟାଲଘୁ ନେତା ଅଲି ଅଜିମ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅହ୍ୱାନ କରିଛନ୍ତି।

ଅଦ୍ୟତନ ହୋଇଛି
Maldives President

Maldives President

Advertisment

ମାଳଦ୍ୱୀପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ମାଳଦ୍ୱୀପ ସରକାରଙ୍କୁ ମହଙ୍ଗା ପଡିଛି। କିଛି ମନ୍ତ୍ରୀ ଦେଇଥିବା ଟିପ୍ପଣୀ ପାଇଁ ପୂରା ସରକାର ଭାଙ୍ଗିବାକୁ ଯାଉଛି ! କାରଣ ସଂସଦୀୟ ସଂଖ୍ୟାଲଘୁ ନେତା ଅଲି ଅଜିମ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅହ୍ୱାନ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଶାସକ ଦଳର କିଛି ନେତା ଯେଉଁପରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଏଥିପାଇଁ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ଅଜିମ ଏକ ଏକ୍ସ ପୋଷ୍ଟ କରି ବିରୋଧୀ ଦଳ ନେତାଙ୍କୁ ଅହ୍ୱାନ କରିଛନ୍ତି।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ଆମେ ଗଣତନ୍ତ୍ର ରାଷ୍ଟ୍ରର ଜନ ପ୍ରତିନିଧି। ଦେଶର ବିଦେଶ ନୀତିରେ ସ୍ଥିରତା ବଜାୟ ରଖିବା ସହ ପଡୋଶୀ ଦେଶ ସହ ବିବାଦକୁ ରୋକିବା ପାଇଁ କାର୍ଯ୍ୟ କରିବା ଉଚିତ୍। କଣ ଆପଣମାନେ ରାଷ୍ଟ୍ରପତି ଏମ ମିଇଜ୍ଜୁଙ୍କୁ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ? କଣ ଆପଣମାନେ  ମାଳଦ୍ୱୀପ ଡେମୋକ୍ରାଟିକ ପାର୍ଟି ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ?"

Advertisment

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିଥିଲେ ନେଟିଜେନ୍ସ। ଏହାପରେ ମାଳଦ୍ୱୀପର କିଛି ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପନଜନକ ଶବ୍ଦ କହିବା ସହ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିବାକୁ ତାଚ୍ଛଲ୍ୟ କରିଥିଲେ। ଏହାପରେ ସୋସାଲ ମିଡିଆରେ #BoycottMaldives ଟ୍ରେଣ୍ଡ କରିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାଳଦ୍ୱୀପ ସରକାର ନିଜ କ୍ୟାବିନେଟର ତିନି ଜଣ ଉପମନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। 

No Confidence Lakshadweep Maldives Row Lakshadweep Vs Maldives Maldives President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe