Advertisment

ମାଳଦ୍ୱୀପ ସଂସଦ ପାଲଟିଲା ରେସଲିଂ ରିଙ୍ଗ; ହାତାହାତି, ଗଡ଼ାଗଡ଼ି ହେଲେ ସାଂସଦ

ଖାଲି ଧସ୍ତାଧସ୍ତି କି ଠେଲାପେଲା ନୁହେଁ, ଜୋରଦାର ହାତାହାତି ଓ ଗଡ଼ାଗଡ଼ି ବି ହେଲେ ବିରୋଧୀ ଓ ଶାସକ ସାଂସଦ। ସ୍ଥିତି ଏପରି ଉପୁଜିଲା ଯେ, ବିଧା, ଗୋଇଠା ଓ ଚୁଟି ଝିଙ୍କାଝିଙ୍କି ହେବାକୁ ପଛାଇଲେ ନାହିଁ ଉଭୟ ପକ୍ଷ।

author-image
Niharika Rout
Fight In Madives Parliament

Fight In Madives Parliament

ମାଳଦ୍ୱୀପ ସଂସଦରେ ଦେଖିବାକୁ ମିଳିଲା ରେସଲିଂ ରିଙ୍ଗର ଦୃଶ୍ୟ । ମାଳଦ୍ୱୀପ ସଂସଦ ଭିତରେ ଗୃହ କାର୍ଯ୍ୟ ବଦଳରେ ଚାଲିଲା ଘମାଘୋଟ ମାରପିଟ୍। ଖାଲି ଧସ୍ତାଧସ୍ତି କି ଠେଲାପେଲା ନୁହେଁ, ଜୋରଦାର ହାତାହାତି ଓ ଗଡ଼ାଗଡ଼ି ବି ହେଲେ ବିରୋଧୀ ଓ ଶାସକ ସାଂସଦ। ସ୍ଥିତି ଏପରି ଉପୁଜିଲା ଯେ, ବିଧା, ଗୋଇଠା ଓ ଚୁଟି ଝିଙ୍କାଝିଙ୍କି ହେବାକୁ ପଛାଇଲେ ନାହିଁ ଉଭୟ ପକ୍ଷ।

Advertisment

ଗତକାଲି ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ମନ୍ତ୍ରିମଣ୍ଡଳର ସଂସଦୀୟ ମଂଜୁରୀ ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ । ତେବେ ଏଥିପାଇଁ ଭୋଟିଂ ବେଳେ ମାଳଦୀପ ସଂସଦରେ ହେଲା ଜୋରଦାର ହଙ୍ଗାମା। ୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP। ବିରୋଧୀଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ପ୍ରତିବାଦ କରିଥିଲେ ସରକାରକୁ ସମର୍ଥନ କରୁଥିବା PNC ଏବଂ PPM ସାଂସଦ।

ସ୍ଥିତି ଏମିତି ଉପୁଜିଥିଲା ଯେ, ବାଚସ୍ପତିଙ୍କ ଆସନ ପାଖକୁ ଯାଇ ତାଙ୍କ କାନ ପାଖରେ ପେଁକାଳି ବଜାଇଥିଲେ PMC ସାଂସଦ ଅବଦୁଲା ଶାହିମ ଅବଦୁଲ ହାକିମ୍ । କେବଳ ଏତିକିରେ ଅଟକି ନଥିଲା ଘଟଣା।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ MDP ସାଂସଦ ଇସା ଏବଂ PMC ସାଂସଦ ଅବଦୁଲା ଶାହିମଙ୍କ ମଧ୍ୟରେ ପୁରା କୁସ୍ତିଯୁଦ୍ଧ ଭଳି ଲଢ଼େଇ ଚାଲିଥିବା ଦେଖିବାକୁ ମିଳୁଛି । ଏଥିରେ ଶାହିମ ଆହତ ହୋଇଥିବା ସୂଚନା ମିଳିଛି । ଏହି ତୁମୁଳକାଣ୍ଡ ପରେ ମାଳଦ୍ୱୀପ ସଂସଦର ଗୃହକାର୍ଯ୍ୟକୁ ମୁଲତବି କରି ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, ମାଳଦ୍ୱୀପ ସମ୍ବିଧାନ ଅନୁସାରେ, ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ଥିଲେ ମଧ୍ୟ, ସଂସଦରେ ତାଙ୍କ ଦଳର ସଂଖ୍ୟା ଗରିଷ୍ଠତା ନାହିଁ ।

Parliament Maldives