Advertisment

ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ, ଚୀନ୍‌କୁ ନେହୁରା ହେଲେ ମହମ୍ମଦ ମୁଇଜୁ

ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ। ହଜାର ହଜାର ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ସେଠାକାର ସରକାର

author-image
Niharika Rout
China & Maldives-president

China & Maldives-president

ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ। ହଜାର ହଜାର ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ସେଠାକାର ସରକାର। ଏଣୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଏପରିକି ଚୀନକୁ ନିଜର ସବୁଠାରୁ ଘନିଷ୍ଠ ସହଯୋଗୀ କହିବାକୁ ସେ ପଛାଇନାହାନ୍ତି ।

Advertisment

ପର୍ଯ୍ୟଟନର ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ୫୦ ମିଲିୟନ ଡଲାରର ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି । ମାଳଦ୍ୱୀପ ମନ୍ତ୍ରୀମାନଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରଠାରୁ ହଜାର ହଜାର ଭାରତୀୟ ବୁକିଂ ବାତିଲ କରୁଛନ୍ତି । ଗତବର୍ଷ ଭାରତରୁ ପ୍ରାୟ ଦୁଇ ଲକ୍ଷରୁ ଅଧିକ ପର୍ଯ୍ୟଟକ ମାଳଦ୍ୱୀପ ବୁଲିବାକୁ ଯାଇଥିଲେ ।

ଅପରପକ୍ଷେ ଲାକ୍ଷାଦ୍ୱୀପ ପର୍ଯ୍ୟଟନର ବିକାଶ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା । ମାଳଦ୍ୱୀପର ମିନିକଏ ଆଇଲାଣ୍ଡରେ ଏୟାର ଷ୍ଟ୍ରିପ୍ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର। ଉଭୟ ସେନା ଓ ବେସାମରିକ ବିମାନ ଚଳାଚଳ ପାଇଁ ଏହା ବ୍ୟବହାର ହୋଇପାରିବ । ଯଦ୍ୱାରା ଆରବ ସାଗର ଉପରେ ତୀକ୍ଷ୍ମଣ ନଜର ରଖିବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।

Advertisment

ଏନେଇ ପ୍ରାଥମିକ ଭାବେ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ପୂର୍ବରୁ ଅଗାଟିରେ ଏକମାତ୍ର ଏୟାରପୋର୍ଟ ଥିବା ବେଳେ ମିନିକଏରେ ଏୟାରଷ୍ଟ୍ରିପ ହେଲେ ଗମନାଗମନ ସୁବିଧା ଆହୁରି ବିସ୍ତାରିତ ହୋଇପାରିବ ବୋଲି କୁହାଯାଇଛି।

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିଥିଲେ ନେଟିଜେନ୍ସ। ଏହାପରେ ମାଳଦ୍ୱୀପର କିଛି ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପନଜନକ ଶବ୍ଦ କହିବା ସହ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିବାକୁ ତାଚ୍ଛଲ୍ୟ କରିଥିଲେ। ଏହାପରେ ସୋଶାଲ ମିଡିଆରେ #BoycottMaldives ଟ୍ରେଣ୍ଡ କରିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାଳଦ୍ୱୀପ ସରକାର ନିଜ କ୍ୟାବିନେଟର ତିନି ଜଣ ଉପମନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ

China India Maldives