Advertisment

​'ମେ' ସୁଦ୍ଧା ମାଳଦ୍ୱୀପରୁ ଫେରିବ ଭାରତୀୟ ସେନା, ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ'

ଲାକ୍ଷାଦ୍ୱୀପ ଓ ​ମାଳଦ୍ୱୀପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସଂସଦରେ ବିବୃତ୍ତି ରଖି ଏପରି କହିଛନ୍ତି ​ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ।

ଅଦ୍ୟତନ ହୋଇଛି
Maldives President

Maldives President

Advertisment

​ମାଳଦ୍ୱୀପରୁ ସୈନ୍ୟ ପ୍ରତ୍ୟାହାର କରିବ ଭାରତ। ଲାକ୍ଷାଦ୍ୱୀପ ଓ ​ମାଳଦ୍ୱୀପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସଂସଦରେ ବିବୃତ୍ତି ରଖି ଏପରି କହିଛନ୍ତି ​ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ କହିଛନ୍ତି, ​'ଦ୍ୱୀପ ରାଷ୍ଟ୍ର(​ମାଳଦ୍ୱୀପ) କୌଣସି ଦେଶକୁ ତା​'ର ସାର୍ବଭୋମତ୍ୱରେ ହସ୍ତକ୍ଷେପ କିମ୍ବା କ୍ଷୂର୍ଣ୍ଣ କରିବାକୁ ଅନୁମତି ଦେବ ନାହିଁ।'

Advertisment

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ମୁଇଜ୍ଜୁ କହିଛନ୍ତି ଭାତର ତା​'ର ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବ। ସମସ୍ତ ଭାରତୀୟ ସୈନିକ ମେ​' ୧୦ ସୁଦ୍ଧା ​ମାଳଦ୍ୱୀପ ଛାଡିବେ। ଏନେଇ ନୂଆଦିଲ୍ଲୀ ଏବଂ ମାଳ ଏକମତ ହୋଇଥିବା ମୁଇଜ୍ଜୁ କହିଛନ୍ତି। 

ମାନବିକ ସହାୟତା ଏବଂ ଚିକିତ୍ସା ସ୍ଥାନାନ୍ତର ପାଇଁ ଭାରତ ପକ୍ଷରୁ ୮୦ ଜଣ ସୈନ୍ୟଙ୍କୁ ମାଳଦ୍ୱୀପରେ ନିୟୋଜିତ କରାଯାଇଛି। ନିକଟରେ ​ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା। ଉଭୟ ଦେଶ ମଧ୍ୟରେ ଆପୋଶ ବୁଝାମଣା ପାଇଁ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ସୈନ୍ୟ ପ୍ରତ୍ୟାହାର ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଥିଲା। ଆଜି ନିଜ ସଂସଦରେ ଏନେଇ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ମୁଇଜ୍ଜୁ। 

Advertisment

ପ୍ରକାଶ ଥାଉ କି, ଚଳିତ ବର୍ଷରେ ଆଜି ମାଳଦ୍ୱୀପ ସଂସଦରେ ପ୍ରଥମ ଅଧିବେଶ ବସିଥିଲା। ରାଷ୍ଟ୍ରପତିଙ୍କ ସମ୍ବୋଧନ କାର୍ଯ୍ୟକ୍ରମକୁ ଦୁଇ ବିରୋଧୀ ଦଳ ବହିଷ୍କାର କରିଛନ୍ତି। ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (MDP) ଏବଂ ଡେମୋକ୍ରାଟ୍ସ ରାଷ୍ଟ୍ରପତିଙ୍କ ଭାଷଣରେ ଉପସ୍ଥିତ ନଥିଲେ। 

ସେମାନେ କାହିଁକି ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସାମିଲ ରହିବେ ନାହିଁ, ସେନେଇ MDP କାରଣ ପ୍ରକାଶ କରି ନ ଥିବାବେଳେ ଡେମୋକ୍ରାଟ୍ସ ପୂର୍ବରୁ କହିଥିଲା ଯେ, ସଂସଦ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ତିନିଜଣ ମନ୍ତ୍ରୀଙ୍କୁ ପୁନଃ ନିଯୁକ୍ତ କରାଯାଇଥିବାରୁ ସେମାନେ ରାଷ୍ଟ୍ରପତିଙ୍କ ଅଭାଭାଦନକୁ ବହିଷ୍କାର କରିବେ। 

Maldives President India Maldives Row Indian Troops To Exit Maldives
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe