ଆଫ୍ରିକା ଦେଶ ମାଳିରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ବ୍ରିଜରୁ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୩୧ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି। ବସ୍ଟି ବୁର୍କିନା ଯାଉଥିବା ବେଳେ କେନିବା ନିକଟରେ ଏହି ଦୁର୍ଘଟଣା ଘଟିଛି।
ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍ଟି ପୋଲ ତଳକୁ ଖସି ପଡ଼ିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍ରୁ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ୩୧ ଯାତ୍ରୀଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମାଳିର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଦୁର୍ଘଟଣାର ହାର ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ୱରେ ହେଉଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ଏକ ଚତୁର୍ଥାଶଂ କେବଳ ଆଫ୍ରିକା ଦେଶରେ ଘଟୁଛି । କିଛି ଦିନ ପୂର୍ବେ ମାଳିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା
ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍ ଏଞ୍ଜଲିସ୍ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଏବେ ସ୍ଥଗତି ରଖିବାକୁ ଘୋଷଣା କରାଯାଇଛି।
International
କଏନ୍ର ହେଡ୍ ପଡ଼ିବା ହେଲା କାଳ; ଯୁବତୀଙ୍କ ତଣ୍ଟି ଚିପି ମୃତଦେହ ସହ କଲେ ଦୁଷ୍କର୍ମ
କଏନ୍ର ହେଡ ପଡ଼ିବା ହେଲା କାଳ। ଯୁବତୀଙ୍କ ତଣ୍ଟି ଚିପି ଦେଲା ଜଣେ ଅଜଣା ଯୁବକ । କଏନର ହେଡ ପଡ଼ିବାରୁ ଦୁଇ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିଲେ ଜଣେ ଯୁବକ ।
International
ଜାପାନରେ ସୁନାମୀ ଆଲର୍ଟ ଜାରି
୬.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି।
International
ଧୂଆଁ କମୁନି, ନିଆଁ ଲିଭୁନି, ନେଲାଣି ୧୬ ଜୀବନ
ସେହିପରି ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।