Advertisment

ବ୍ରିଜ ତଳକୁ ଖସିଲା ବସ୍‌, ଚାଲିଗଲା ୩୧ ଜୀବନ

ଏକ ଯାତ୍ରୀବାହୀ ବସ୍‌ ବ୍ରିଜରୁ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୩୧ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି।

Accident

Accident

Advertisment

ଆଫ୍ରିକା ଦେଶ ମାଳିରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ବ୍ରିଜରୁ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୩୧ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି। ବସ୍‌ଟି ବୁର୍କିନା ଯାଉଥିବା ବେଳେ କେନିବା ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍‌ରୁ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ୩୧ ଯାତ୍ରୀଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାଳିର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଦୁର୍ଘଟଣାର ହାର ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ୱରେ ହେଉଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ଏକ ଚତୁର୍ଥାଶଂ କେବଳ ଆଫ୍ରିକା ଦେଶରେ ଘଟୁଛି । କିଛି ଦିନ ପୂର୍ବେ ମାଳିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe