Advertisment

ପତ୍ନୀ ଓ ୭ ଛୁଆଙ୍କୁ ହାଣିଦେଲେ ବ୍ୟକ୍ତି, କହିଲେ- ଆଉ ଖାଇବାକୁ ଦେଇ ପାରିବିନି

ବ୍ୟକ୍ତିଜଣକ ଖାଇବାକୁ ଦେବାକୁ ଅସମର୍ଥ ହେବାରୁ ନିଜ ପତ୍ନୀ ଓ ୭ ନାବାଳକ ଛୁଆଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ମୃତ ଛୁଆଙ୍କ ମଧ୍ୟରେ ୪ ପୁଅ ଓ ୩ ଝିଅ ଥିବା ଜଣାଯାଇଛି।

Murder

Murder

Advertisment

ଭୁଶୁଡ଼ି ପଡ଼ିଲାଣି ପାକିସ୍ତାନର ଆର୍ଥିକ ସ୍ଥିତି । ଆକାଶ ଛୁଆଁ ହେଲାଣି ଦରଦାମ । ଏପରି ସ୍ଥିତିରେ ଲୋକେ ରୋଜଗାର ହରାଉଥିବା ବେଳେ ପରିବାର ଚଳାଇବା କାଠିକର ପାଠ ହୋଇ ପଡ଼ୁଛି। ଏପରି ସ୍ଥିତିର ସମ୍ମୁଖିନ ହେଉଥିବା ଜଣେ ପାକିସ୍ତାନ ନାଗରିକ ଘଟାଇଛନ୍ତି ଲୋମ ହର୍ଷଣକାରୀ କାଣ୍ଡ। ବ୍ୟକ୍ତିଜଣକ ଖାଇବାକୁ ଦେବାକୁ ଅସମର୍ଥ ହେବାରୁ ନିଜ ପତ୍ନୀ ଓ ୭ ନାବାଳକ ଛୁଆଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ମୃତ ଛୁଆଙ୍କ ମଧ୍ୟରେ ୪ ପୁଅ ଓ ୩ ଝିଅ ଥିବା ଜଣାଯାଇଛି।

Advertisment

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏପରି ଅମାନବୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ସଜ୍ଜାଦ ଖୋଖର ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି।

ସଜ୍ଜାଦଙ୍କ କହିବାନୁଯାୟୀ, ଗତ କିଛି ଦିନ ହେବ ସେ ଖୁବ୍‌ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ସେ ବେରୋଜଗାର ହୋଇ ଯାଇଥିବା ବେଳେ ପତ୍ନୀ ଓ ୭ ପିଲାଙ୍କ ମୁହଁରେ ଦାନା ଦେବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଏପରିକି ସବୁ ଟଙ୍କା ସରି ଯାଇଥିବାରୁ ପରିବାର କିପରି ପୋଷିବେ, ପିଲାଙ୍କ ମୁହଁରେ କିପରି ଦାନା ଦେବେ ସେହି ଚିନ୍ତା ତାଙ୍କୁ ଘାରିଥିଲା। ଏଥିପାଇଁ ସେ ନିଜ ପରିବାରକୁ ସମୂଳେ ନାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣ ଜଣ କରି କୁରାଢ଼ିରେ ହାଣି ପତ୍ନୀଙ୍କ ସମେତ ସବୁ ଛୁଆଙ୍କ ଜୀବନ ନେଇଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରି ସାରିଛନ୍ତି।

Advertisment

ପାକିସ୍ତାନରେ ଅର୍ଥନୀତିକ ସଙ୍କଟ ଉତ୍କଟ ହୋଇ ଯାଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲାଣି। ଏହାଦ୍ୱାରା ମୁଖ୍ୟତଃ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଏପରିକି ଅର୍ଥନୀତିକ ସଙ୍କଟର ସମ୍ମୁଖିନ ହୋଇ ସେମାନେ ନିଜ ପରିବାରକୁ ପୋଛି ଦେବାକୁ ପଛାଉ ନାହାନ୍ତି।

Murder Pakistan Family Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe