Advertisment

ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଘାତୀ ବିସ୍ଫୋରଣ, ଜଳିଗଲେ ଯୁବକ

ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ୨୦ ସେକେଣ୍ଟ ବ୍ୟବଧାନରେ ଅଳ୍ପ କିଛି ଦୂରତାରେ ଦୁଇଟି ବିସ୍ଫୋରଣ ହୋଇଛି। ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ସୂଚନା ମିଳି ପାରିନି।

Blast

Blast

Advertisment

ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ହେଲା ଆତ୍ମଘାତୀ ବିସ୍ଫୋରଣ। ଏଥିରେ ଜଳିଗଲେ ଜଣେ ଯୁବକ । ବିସ୍ଫୋରକ ସାମଗ୍ରୀ ନିଜ ଶରୀରରେ ବାନ୍ଧି ସୁପ୍ରିମକୋର୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଯୁବକଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି।

Advertisment

ଗତକାଲି ସନ୍ଧ୍ୟା ସମୟରେ ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଥିଲା। ଏହାପରେ ଘଟଣାସ୍ଥଳରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉକ୍ତ ସମୟରେ କୋର୍ଟ ଚାଲିଥିବାରୁ ତୁରନ୍ତ କୋର୍ଟରୁ ବିଚାରପତି ତଥା ଅନ୍ୟମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ବ୍ରାଜିଲର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ୨୦ ସେକେଣ୍ଟ ବ୍ୟବଧାନରେ ଅଳ୍ପ କିଛି ଦୂରତାରେ ଦୁଇଟି ବିସ୍ଫୋରଣ ହୋଇଛି। ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ସୂଚନା ମିଳି ପାରିନି।

Advertisment

ଏହି ବିସ୍ଫୋରଣ ବ୍ରାଜିଲର ରାଜଧାନୀ ହାଇ ପ୍ରୋଫାଇଲ ଏରିଆ ପ୍ରାକାଡସ୍‌ ଟ୍ରେସ୍‌ ପୋଡର୍ସ ଅଞ୍ଚଳରେ ଘଟିଛି। ଉକ୍ତ ଅଞ୍ଚଳରେ ବ୍ରାଜିଲର ବହୁ ସରକାରୀ କାର୍ଯ୍ୟାଳୟର ମୁଖ୍ୟାଳୟ ରହିଛି। ବିସ୍ଫୋରଣ ସ୍ଥଳଠୁ ଅଳ୍ପ ଦୂରତାରେ ବ୍ରାଜିଲ ରାଷ୍ଟ୍ରପତି ଭବନ ଥିବା ବେଳେ ସେତେବେଳେ ସେଠାରେ ରାଷ୍ଟ୍ରପତି ନ ଥିବା ଜଣାଯାଇଛି।

ଏହି ଘଟଣା ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏପରିକି ଏହି ବିସ୍ଫୋରଣ ପରେ ରାଷ୍ଟ୍ରପତି ଭବନର ସୁରକ୍ଷା କର୍ମୀ ରାଷ୍ଟ୍ରପତି ଭବନକୁ ତନ ତନ କରି ଯାଞ୍ଚ କରିଛନ୍ତି।

ଗତ କିଛି ବର୍ଷ ଧରି ବ୍ରାଜିଲ ସୁପ୍ରିମକୋର୍ଟକୁ ଟାର୍ଗେଟ କରାଯାଉଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକ ସୁପ୍ରିମକୋର୍ଟ ବିଚାରପତି ଆଲେକଜାଣ୍ଡର ଦେ ମୋରାଇସଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

ବୋଲସୋନାରୋଙ୍କ ସମର୍ଥକ ୨୦୨୩ ମସିହା ଜାନୁୟାରୀ ୮ ତାରିଖରେ ବ୍ରାଜିଲର ସରକାରୀ ବିଲ୍ଡିଂରେ ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରୁଛନ୍ତି ବିଚାରପତି ଆଲେକଜାଣ୍ଡର ଦେ ମୋରାଇସ । ତେଣୁ ତାଙ୍କୁ ବାରମ୍ବାର ଧମକ ଦିଆଯିବା ସହ ଟାର୍ଗେଟ କରାଯାଉଥିବା କୁହାଯାଉଛି।

Bomb Blast Brazil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe