Advertisment

ମହିଳାଙ୍କ ହାର୍ଟକୁ ରାନ୍ଧି ପରିବାର ଲୋକଙ୍କୁ ଦେଲେ, ତା’ପରେ ସେମାନଙ୍କୁ ବି ମାରିଦେଲେ

୪୪ ବର୍ଷୀୟ ଲରେନ୍ସ ପଲ ଆଣ୍ଡେରସନ ୨୦୨୧ରେ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିଲେ। ଘଟଣା ଘଟାଇବା ପୂର୍ବରୁ ସେ ଜେଲରେ ଥିଲେ। ଜେଲରୁ ବାହାରିବାର ମାସେ ପୂରି ନଥିବା ବେଳେ ସେ ପୁଣି ହତ୍ୟାକାଣ୍ତ ଘଟାଇଥିଲେ।

author-image
Hemant Lenka
Lawrence Paul Anderson

Lawrence Paul Anderson

ଭୟଙ୍କର, ବର୍ବର ଓ ଲୋମହର୍ଷଣକାରୀ। ଏବେ ସାମ୍ନାକୁ ଆସିଥିବା ଘଟଣାକୁ ଏପରି ଯେତେ ଶବ୍ଦ ପ୍ରୟୋଗ କରି ବର୍ଣ୍ଣନା କଲେ ମଧ୍ୟ କମ ପଡ଼ିବ। କାରଣ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ହାର୍ଟକୁ କାଟି ବାହାର କରି ଦେଇଛନ୍ତି ଜଣେ ବ୍ୟକ୍ତି। ଏହାପରେ ଏହି ହାର୍ଟକୁ ରାନ୍ଧି ସେ ନିଜ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇଥିଲେ।

Advertisment

ଏହାପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସେ ମାରି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ପିଲା ମଧ୍ୟ ରହିଛି। ଆମେରିକାର ଓକଲାହୋମାରେ ଏପରି ଘଟଣା ଘଟିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।

ଦି ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଖବର ଅନୁଯାୟୀ ୪୪ ବର୍ଷୀୟ ଲରେନ୍ସ ପଲ ଆଣ୍ଡେରସନ ୨୦୨୧ରେ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିଲେ। ଘଟଣା ଘଟାଇବା ପୂର୍ବରୁ ସେ ଜେଲରେ ଥିଲେ। ଜେଲରୁ ବାହାରିବାର ମାସେ ପୂରି ନଥିବା ବେଳେ ସେ ପୁଣି ହତ୍ୟାକାଣ୍ତ ଘଟାଇଥିଲେ।

Advertisment

ଜେଲରୁ ବାହାରିବାର ସପ୍ତାହକ ପରେ ସେ ପ୍ରଥମେ ଆଣ୍ଡ୍ରେଆ ବ୍ଲାଙ୍କେନଶିପ ନାମକ ଜଣେ ମହିଳାଙ୍କୁ ହତ୍ୟା କରିଥିଲେ। ଏହାପରେ ଛୁରୀ ଦ୍ୱାରା ତାଙ୍କ ହାର୍ଟକୁ ବାହାର କରି ଦେଇଥିଲେ। ଏହାକୁ ଧରି ଆଣ୍ଡେରସନ ତାଙ୍କ ମାମୁ ଓ ମାଇଁଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଆଳୁ ବ୍ୟବହାର କରି ଉକ୍ତ ହାର୍ଟକୁ ତରକାରୀ କରିଥିଲେ।

ଉକ୍ତ ତରକାରୀକୁ ସେ ମାମୁ ଘର ଲୋକଙ୍କୁ ଖାଇବାକୁ ଦେଇଥିଲେ। ତା’ ପରେ ୬୭ ବର୍ଷୀୟ ଲେଓନ ଓ ତାଙ୍କ ୪ ବର୍ଷୀୟ ନାତୁଣୀ କାଓସଙ୍କୁ ହତ୍ୟା କରିଥିଲେ। ଆଣ୍ଡେରସନଙ୍କ ଆକ୍ରମଣରେ ତାଙ୍କ ମାଇଁ ଓ ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇଥିଲେ। ସେମାନଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲାର କରି ଆଣ୍ଡେରସନଙ୍କୁ ଗିରଫ କରିଥିଲା।

ଗୋଟିଏ ଡ୍ରଗ୍ସ ମାମଲାରେ ଆଣ୍ଡେରସନଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ମିଳିଥିଲା। କିନ୍ତୁ ସେ ୩ ବର୍ଷ ଜେଲରେ ରହିବା ପରେ ଓକଲାହୋମା ଗଭର୍ଣ୍ଣର ତାଙ୍କୁ କ୍ଷମା କରି ମୁକ୍ତ କରି ଦେଇଥିଲେ। ଜେଲରୁ ବାହାରିବା ପରେ ସେ ଲୋମହର୍ଷକାରୀ ଘଟଣା ଘଟାଇଥିଲେ। ଏବେ ଆଣ୍ଡେରସନଙ୍କୁ ୫ଥର ଆଜୀବନ ଜେଲଦଣ୍ଡ ମିଳିଛି।

Murder USA