Advertisment

ଚଳନ୍ତା ଟ୍ରେନରେ ଯୁବକଙ୍କୁ ମାଡ଼ି ବସି ତଣ୍ଟି ଚିପି ମାରିଦେଲେ, ଦେଖନ୍ତୁ ଭିଡିଓ

ଆମେରିକାର ନ୍ୟୁୟର୍କରେ ପୂରା ଘଟଣା ଘଟିଛି। ୩୦ ବର୍ଷୀୟ ଯୁବକଙ୍କୁ ଧୂଷର ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଜଣେ ଯୁବକ ତଳେ ପକାଇ ତାଙ୍କ ତଣ୍ଟିକୁ ଜୋରରେ ଚିପି ଧରି ଥିବା ବେଳେ ଆଉ ଜଣେ ତାଙ୍କୁ ହାତ ଓ ଗୋଡ଼କୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।

author-image
Hemant Lenka
USA

USA

କ୍ୟାମେରାରେ କଏଦ ହୋଇଛି ହତ୍ୟାକାଣ୍ତର ଦୃଶ୍ୟ। କିଛି ଯୁବକ କେମିତି ଚଳନ୍ତା ଟ୍ରେନରେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି, ତା’ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଆମେରିକାର ନ୍ୟୁୟର୍କରେ ପୂରା ଘଟଣା ଘଟିଛି। ୩୦ ବର୍ଷୀୟ ଯୁବକଙ୍କୁ ଧୂଷର ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଜଣେ ଯୁବକ ତଳେ ପକାଇ ତାଙ୍କ ତଣ୍ଟିକୁ ଜୋରରେ ଚିପି ଧରି ଥିବା ବେଳେ ଆଉ ଜଣେ ତାଙ୍କୁ ହାତ ଓ ଗୋଡ଼କୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ତଳେ ପଡ଼ି ଛାଡ଼ି ଦେବାକୁ ଛାଟିପିଟି ହେଉଥିଲେ ମଧ୍ୟ କେହି ବି ତାଙ୍କୁ କରୁଣ ନିବେଦନକୁ ଶୁଣି ନଥିଲେ।

ଶେଷରେ ଅଣନିଃଶ୍ୱାସୀ ହୋଇ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ଜୁଆନ ଆଲର୍ବଟ ନାମକ ଜଣେ ସାମ୍ବାଦିକ ପୂରା ଘଟଣାର ଭିଡିଓକୁ ତାଙ୍କ ଫେସବୁକରେ ପୋଷ୍ଟ କରିଛନ୍ତି। ନ୍ୟୁୟର୍କ ଟାଇମ୍ସ କହିଛି ଯେ ଯୁବକ ଜଣଙ୍କ ପରିଚୟ ପୁଲିସ୍‌ ସାର୍ବଜନୀନ କରିନି। କିନ୍ତୁ ସେ ଟ୍ରେନରେ ଥିବା ସହଯାତ୍ରୀଙ୍କୁ ବରିକ୍ତ କରାଇବା ସହ ଅତ୍ୟନ୍ତ ଅଶୋଭନୀୟ ବ୍ୟବହାର କରୁଥିବା ସେଠାରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକଙ୍କ ବେକକୁ ଜଣେ ଯୁବକ ନିଜ ବାହୁରେ ଜାବୁଡ଼ି ଧରିଛନ୍ତି। ଆଉ ଦୁଇ ଯୁବକ ତାଙ୍କ ହାତ ଗୋଡ଼କୁ ମାଡ଼ି ବସି ଧରୁଥିବା ବେଳେ କିଛି ଲୋକ ପୂରା ଘଟଣାର ଶୁଟିଂ କରିଛନ୍ତି। କିଛି ସମୟ ପରେ ଯୁବକ ଜଣଙ୍କ ପୂରା ନିସ୍ତେଜ ହୋଇ ଯାଉଛନ୍ତି। ଏହି ସମୟରେ ତାଙ୍କ ହାତ ଗୋଡ଼କୁ ଧରିଥିବା ୨୪ ବର୍ଷୀୟ ଯୁବକ ଜଣଙ୍କ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।

ହେଲେ କିଛି ବି ଲାଭ ମିଳି ନଥିଲା। କାରଣ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ଉକ୍ତ ୨୪ ବର୍ଷୀୟ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏପରି ଘଟଣା ଘଟିଥିବା ଯୁବକମାନଙ୍କ ବିରୋଧରେ ପୁଲିସ୍‌ କୌଣସି ପ୍ରକାରର ଚାର୍ଜ ଲଗାଇ ନାହିଁ। କେବଳ ଘଟଣାର ଅଧିକ ତଦନ୍ତ କରୁଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି।

Train