Advertisment

Duck: ବତକକୁ କାଟିବା ବେଳେ ପେଟରୁ ମିଳିଲା ଲକ୍ଷାଧିକ ଟଙ୍କାର ସୁନା

ଚକଚକ କରୁଥିବା ଜିନିଷକୁ ବତକ ପେଟରୁ ପାଇବା ପରେ ଚିକିତ ହୋଇ ଯାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୁନା ଖଣ୍ଡ ବୋଲି ତାଙ୍କୁ ଜଣାନଥିଲା। କିନ୍ତୁ ପବର୍ତ୍ତୀ ଅବସ୍ଥାରେ ଏହାକୁ ପରୀକ୍ଷା କରାଯିବା ପରେ ବତକ ପେଟରୁ ମିଳିଥିବା ଚକଚକ ଜିନିଷ ସୁନା ବୋଲି ସ୍ପଷ୍ଟ ହୋଇଥିଲା।

author-image
Hemant Lenka
Duck

ବତକ

ବତକ ମାଂସ ଖାଇବା ପାଇଁ ଚାହୁଁଥିବା ଜଣେ ସାଧାରଣ ବ୍ୟକ୍ତି ବନି ଯାଇଛନ୍ତି ଲକ୍ଷପତି। ସେ ଗୋଟିଏ ବତକୁ ହାଣି ମାଂସ ବାହାର କରୁଥିବା ବେଳେ ତା’ ପେଟରୁ ପାଇଛନ୍ତି ସୁନା ଖଣ୍ଡ। ଏହାକୁ ଦେଖି ଗ୍ରାମବାସୀ ଜଣଙ୍କ ବେଶ ଖୁସି ହୋଇ ଯାଇଛନ୍ତି। ବତକ ପେଟରୁ ସୁନା ବାହାରିବା ଘଟଣା ପୂରା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

କେନ୍ଦ୍ରୀୟ ଚାଇନା(China)ରୁ ଏପରି ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଫେବୃଆରୀ ମାସରେ ଏପରି ଘଟଣା ଘଟିଥିଲା। ବତକ ପେଟରୁ ସୁନା ପାଇଥିବା ଗ୍ରାମବାସୀଙ୍କୁ ଲିଉ ଭାବେ ଚିହ୍ନଟ କରାଯାଇଛି। ସେ ବତକଟିକୁ କାଟିବା ସମୟରେ ତା’ ପେଟରୁ କିଛି ସୁନା ଖଣ୍ଡ ପାଇଥିଲେ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲିଉ ଚକଚକ କରୁଥିବା ଜିନିଷକୁ ବତକ ପେଟରୁ ପାଇବା ପରେ ଚିକିତ ହୋଇ ଯାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୁନା ଖଣ୍ଡ ବୋଲି ତାଙ୍କୁ ଜଣାନଥିଲା। କିନ୍ତୁ ପବର୍ତ୍ତୀ ଅବସ୍ଥାରେ ଏହାକୁ ପରୀକ୍ଷା କରାଯିବା ପରେ ବତକ ପେଟରୁ ମିଳିଥିବା ଚକଚକ ଜିନିଷ ସୁନା ବୋଲି ସ୍ପଷ୍ଟ ହୋଇଥିଲା।

Advertisment

ବତକ ପେଟରୁ ମିଳିଥିବା ସୁନାର ଓଜନ ପ୍ରାୟ ୧୦ ଗ୍ରାମ। ଏହାର ଦାମ ୧୨ ହଜାର ୟୁଆନ ବା ୧,୬୫,୮୨୧ ଟଙ୍କା। ଲିଉଙ୍କ ବାପା ଏପରି ସୁନା ଠାବକୁ ଅଲୌକିକ ମୁହୂର୍ତ୍ତର ସଙ୍କେତ ବୋଲି କହିଛନ୍ତି। ବର୍ଷର ଆଗାମୀ ଦିନଗୁଡ଼ିକ ତାଙ୍କ ପରିବାର ପାଇଁ ଶୁଭ ହେବ ବୋଲି ସେ ଆଶାବାଦୀ ରହିଛନ୍ତି। 

ଲିଉଙ୍କ କହିବା କଥା ଯେ ଗାଁର ଲୋକମାନେ ବତକ ମାନଙ୍କୁ ବାହାରେ ଲାଳନପାଳନ କରନ୍ତି। ବତକଗୁଡ଼ିକ ସାଧାରଣତଃ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ନଦୀ ନିକଟରେ ବୁଲନ୍ତି। ପୂର୍ବରୁ ଉକ୍ତ ନଦୀ ପଠାରେ ସୁନା ଖଣି ଥିବା ବିଶ୍ୱାସ କରାଯାଏ। ଏହିକ୍ରମରେ ବତକଟି ସେଠାରେ ବୁଲିବା ସମୟରେ କିଛି ମାଟି ଗିଳି ଦେଇଥିଲା। ସମ୍ଭବତଃ ଏତିକି ବେଳେ ତା’ ପେଟକୁ ଛୋଟ ସୁନା ଖଣ୍ଡ ଚାଲି ଯାଇଥିଲା। ଏବେ ବତକକୁ ମାଂସ ପାଇଁ କାଟିବା ପରେ ତା’ ପେଟରୁ ସୁନା ମିଳିଛି।

ବିଶେଷଜ୍ଞଙ୍କ କହିବା କଥା ମଣିଷ କିମ୍ବା ପଶୁ-ପକ୍ଷୀ ସୁନାକୁ ହଜମ କରିପାରନ୍ତି ନାହିଁ। ସୁନା ଖଣ୍ଡ ସାଧାରଣତଃ ହଜମ ନଳୀ ଦେଇ ଚାଲି ଯାଏ। କିନ୍ତୁ ସୁନା ଖଣ୍ଡ ଯଦି ବଡ଼ କିମ୍ବା ମୋଟା ହୋଇଥିବ, ତା’ହେଲେ ଏହା ବ୍ଲକେଜ କିମ୍ବା ବିଷକ୍ରିୟା ସୃଷ୍ଟି କରିପାରେ। 

ଲିଉ କହିଛନ୍ତି ଯେ ତାଙ୍କ ପୂର୍ବରୁ ମଧ୍ୟ ଗାଁର ଅନେକ ଲୋକ ବତକ ପେଟରୁ ଏମିତି ସୁନା ଖଣ୍ଡ ପାଇଥିଲେ। ହେଲେ ତାଙ୍କ ଭଳି କେହି ବି ୧୦ ଗ୍ରାମର ସୁନା କେବେ ହେଲେ ଠାବ କରିପାରି ନଥିଲେ। 

China