Advertisment

ଭାଇକୁ ମାରିଲା, ଆଖି ତାଡ଼ି ଖାଇଲା, ବିଲେଇକୁ ଜୀବନ୍ତ ଜାଲିବା ପରେ ପୁଲିସ୍‌କୁ ଡାକିଲା

ଘରେ ଥିବା ପୋଷା ବିଲେଇକୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଜୀବନ୍ତ ଜାଳି ହତ୍ୟା କରିଛି।

Matthew Hertgen

Matthew Hertgen

Advertisment

ଭୟଙ୍କର, ବୀଭତ୍ସ ଓ ଲୋମହର୍ଷଣକାରୀ। ଏପରି ଯେତେ ଶବ୍ଦ କହିଲେ ମଧ୍ୟ ସାମ୍ନାକୁ ଆସିଥିବା ଘଟଣା ପାଇଁ ସବୁ କିଛି କମ ପଡ଼ିବ। କାରଣ ଜଣେ ୩୧ ବର୍ଷୀୟ ଯୁବକ ତା’ର ୨୬ ବର୍ଷୀୟ ସାନ ଭାଇଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଛି। ସେ ସାନ ଭାଇଙ୍କୁ ପିଟିବା ସହ ଏକାଧିକ ଥର ଧାରୁଆ ଅସ୍ତ୍ରରେ ତା’ର ଶରୀରରୁ କାଟି ପକାଇଛି। ଏହାପରେ ଆଖି ଭିତରୁ ଡୋଳା ବାହାର କରି ପ୍ଲେଟରେ ରଖି ଖାଇଛି।

Advertisment

ଖାଲି ସେତିକି ନୁହେଁ, ଘରେ ଥିବା ପୋଷା ବିଲେଇକୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଜୀବନ୍ତ ଜାଳି ହତ୍ୟା କରିଛି। ଆମେରିକାର ମାଇକେଲ ମ୍ୟୁସ ଆପାର୍ଟମେଣ୍ଟରେ ଶନିବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟଣା ଘଟିଛି। ୩୧ ବର୍ଷୀୟ ମାଥ୍ୟୁ ହେର୍ଟଜେନ ତା’ର ସାନ ଭାଇ ଯୋଶେଫଙ୍କୁ ହତ୍ୟା କରିଛି। ପରିବାର ଲୋକଙ୍କ ମାଲିକାନାରେ ଥିବା ଅତ୍ୟାଧୁନିକ ପ୍ରିନ୍ସଟନ ଆପାର୍ଟମେଣ୍ଟରେ ମାଥ୍ୟୁ ପୂରା କାଣ୍ଡ ଘଟାଇଛି।

ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମାଥ୍ୟୁ ନିଜେ ୯୧୧କୁ ଫୋନ କରି ପୁଲିସ୍‌କୁ ଡାକିଥିଲା। ପୁଲିସ୍‌ ଆପାର୍ଟମେଣ୍ଟର ଫ୍ଲାଟରେ ପହଞ୍ଚି ଯୋଶେଫଙ୍କ କ୍ଷତାକ୍ତ ମୃତଦେହ, ରକ୍ତ ଭିଜା ଛୁରୀ, କଣ୍ଟା ଚାମଚ ଓ ପ୍ଲେଟ ଆଦି ଜବତ କରିଛି। ମୃତଦେହକୁ ଦେଖିଲା ପରେ ସ୍ପଷ୍ଟ ହୋଇଛି ଯେ ଯୋଶେଫଙ୍କ ଆଖିର ଡୋଳାକୁ ମାଥ୍ୟୁ ଖାଇ ଦେଇଛି। ସେହିପରି ଘର ଭିତରୁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ବିଲେଇର ମୃତଦେହକୁ ମଧ୍ୟ ଜବତ କରାଯାଇଛି।

Advertisment

ପୁଲିସ୍‌ ଅଧିକାରୀମାନେ ମାଥ୍ୟୁକୁ ଘଟଣା ସ୍ଥଳରୁ ଗିରଫ କରିଛନ୍ତି। ଯୋଶେଫଙ୍କୁ ସେ ଗୋଟିଏ ବ୍ଲେଡ ଓ ଗଲ୍ଫରେ ବ୍ୟବହାର ହେଉଥିବା ଷ୍ଟିକ ଦ୍ୱାରା ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ସାନ ଭାଇ ଯୋଶେଫଙ୍କୁ ହତ୍ୟା କରିବା ପୂର୍ବରୁ ମାଥ୍ୟୁ ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲା। ଏଥିରେ ସେ ହତ୍ୟା ଓ ଆଖିରୁ ରକ୍ତ ଝରିବା ସମ୍ପର୍କରେ କହିଥିଲା। ସେହି ଅନୁସାରେ ସେ ତା’ର ସାନ ଭାଇଙ୍କୁ ହତ୍ୟା କରିବା ପରେ ଆଖିର ଡୋଳା କାଢ଼ି ଖାଇ ଦେଇଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଏହା ଅତ୍ୟନ୍ତ ଭୟଙ୍କର ଓ ଲୋମହର୍ଷଣକାରୀ। ପ୍ରିନ୍ସ ଟନ୍‌ ଭଳି ସୋସାଇଟିରେ ଏପରି ଭୟଙ୍କର ହତ୍ୟାକାଣ୍ତ ତଦନ୍ତକାରୀ ସଂସ୍ଥାକୁ ଚକିତ କରିଛି। ମାଥ୍ୟୁ ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀର ପିଲା। ତେଣୁ ସେ ଏମିତି କରିବେ ବୋଲି କେହି ଆଶଙ୍କା କରି ନଥିଲେ।”

ଯୋଶେଫ ହେଉଛନ୍ତି ମିଚଗାନ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଫୁଟବଲ ଖେଳାଳି। ସେ ଗୋଟିଏ ଆସେସ ମ୍ୟାନେଜମେଣ୍ଟ ଫାର୍ମରେ ଆନାଲିଷ୍ଟ ଭାବେ କାମ କରୁଥିଲେ। ତାଙ୍କ ଭାଇ ମାଥ୍ୟୁ ମଧ୍ୟ ଜଣେ ଫୁଟବଲ ଖେଳାଳି। ପୂର୍ବରୁ ତାଙ୍କ ନାଁରେ କୌଣସି ପ୍ରକାରର ଅପରାଧିକ ମାମଲା ନଥିଲା। ପୂର୍ବରୁ ହେର୍ଟଜେନ ପରିବାର ୧.୧ ମିଲିୟନ ଡଲାର ଘରେ ରହୁଥିଲେ। ଏହାପରେ ସେମାନେ ପ୍ରିନ୍ସଟନକୁ ଆସିଥିଲେ। ଯୋଶେଫ ଓ ମାଥ୍ୟୁର ବାପା ଡାଭିଡ ଗୋଟିଏ କମ୍ପାନୀର ବଡ଼ ପଦବୀରେ ରହିଛନ୍ତି।

USA Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe