Advertisment

ଚାଲିଥିଲା ଟ୍ରମ୍ପଙ୍କ ଶୁଣାଣି, କୋର୍ଟ ବାହାରେ ନିଜକୁ ଜାଳି ଦେଲେ ଯୁବକ

କୋର୍ଟ ବାହାରେ ଜଣେ ଯୁବକ ପ୍ରଥମେ କିଛି କାଗଜ ଉଡାଇଥିଲେ। ଏହାପରେ ସେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

Man sets himself on fire

Man sets himself on fire

Advertisment

ଚାଲିଥିଲା ଆମେରିକାର ପୂର୍ବତନ ରାଷ୍ଟ୍ର ଡୋନାଲ୍ଡ ଟ୍ରମ୍ପଙ୍କ ଲାଞ୍ଚ ଟଙ୍କା ମାମଲାର ଶୁଣାଣି। ଏତିକି ବେଳେ କୋର୍ଟ ବାହାରେ ନିଆଁ ଲଗାଇ ନିଜକୁ ଜାଳି ଦେଲେ ଯୁବକ। ଶୁକ୍ରବାର ନ୍ୟୁୟର୍କର ମ୍ୟାନହଟ୍ଟନ କୋର୍ଟ ବହାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି। ଆତ୍ମାହୂତି ଦେଇଥିବା ଯୁବକ ଜଣକର ମୃତ୍ୟୁ ହୋଇଛି।

Advertisment

ପ୍ରକୃତରେ ଶୁକବାର ମ୍ୟନହଟ୍ଟନ କୋର୍ଟରେ ଟ୍ରମ୍ପଙ୍କ ପର୍ଣ୍ଣ ଷ୍ଟାର୍‌ଙ୍କୁ ଗୁପ୍ତ ରୂପେ ଟଙ୍କା ଦେବା ମାମଲାର ଶୁଣାଣି ଚାଲିଥିଲା। ଏତିକି ବେଳେ କୋର୍ଟ ବାହାରେ ଜଣେ ଯୁବକ ପ୍ରଥମେ କିଛି କାଗଜ ଉଡାଇଥିଲେ। ଏହାପରେ ସେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, କୋର୍ଟ ବାହାରେ ନିଜକୁ ନିଆଁ ଲଗାଇ ଦେଇଥିବା ବ୍ୟକ୍ତି ଜଣକ ପ୍ରାୟ ୩ରୁ ୪ ମିନିଟ୍‌ ଧରି ହୁ ହୁ ହୋଇ ଜଳିଥିଲେ। ପରେ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା। ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଷ୍ଟ୍ରେଚରରେ ନିଆଯାଇଥିଲା। ତେବେ ହସ୍ପିଟାଲ ଯିବା ବାଟରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ସେପଟେ ଘଟଣାସ୍ଥଳରେ ଏକ ପାମ୍ପପ୍ଲେଟ ପଡିଥିବା ମଧ୍ୟ ପୁଲିସ ପାଇଛି। ଏଥିରେ ବାଇଡେନ୍‌ ଓ ଟ୍ରମ୍ପ ପରସ୍ପର ମିଶିଛନ୍ତି। ଭ୍ରଷ୍ଟାଚାରକୁ ସାମ୍ନାକୁ ଆଣିବା ଉଚିତ ବୋଲି ଲେଖା ହୋଇଥିବା ଜଣାପଡିଛି। ତେବେ କେଉଁ କାରଣରୁ ଉକ୍ତ ବ୍ୟକ୍ତି ଜଣକ ଏଭଳି ଆତ୍ମାହୂତି ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ନିଆଁ ଲଗାଇଥିବା ଯୁବକଙ୍କୁ ନେଇ କିଛି କହିନଥିବା ବେଳେ ଲାଞ୍ଜ ଟଙ୍କା ମାମଲାର ଶୁଣାଣିକୁ ସେ 'Witch Hunt' ବୋଲି କହିଛନ୍ତି। ତାଙ୍କୁ ଷଡଯନ୍ତ୍ର କରି ଫସାଇବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ନ୍ୟାୟିକ ପ୍ରଣାଳୀ ସହ ଯାହା ସବୁ ଘଟୁଛି ତାହା ବେଶ୍‌ ଅପମାନଜନକ ବୋଲି ଟ୍ରମ୍ପ କହିଛନ୍ତି।

କହିରଖୁ ଯେ, ସୋମବାର ଟ୍ରମ୍ପଙ୍କ ମାମଲା ଶୁଣାଣିର ପ୍ରଥମ ଦିନ ଥିଲା। ଏହି ଦିନ ମ୍ୟାନହଟ୍ଟନ କୋର୍ଟ ପରିସରରେ କଡା ପୁଲିସ ସୁରକ୍ଷା ମଧ୍ୟରେ ବିକ୍ଷୋଭକାରୀ ଏବଂ ଦର୍ଶକଙ୍କ ଭିଡ ଜମିଥିଲା। ଏହାରି ଭିତରେ ଟ୍ରମ୍ପଙ୍କ ମାମଲାର ଶୁଣାଣି ପାଇଁ ଏକ ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୧୨ ଜଣ ସଦସ୍ୟ ଅଛନ୍ତି। 

ପର୍ଣ୍ଣଷ୍ଟାର୍‌ ଷ୍ଟାର୍ମି ଡେନିୟଲ୍ସଙ୍କ ସହ ଟ୍ରମ୍ପ ଏହି ମାମଲା ଜଡିତ। ଅଭିଯୋଗ ମୁତାବକ, ଟ୍ରମ୍ପ ଓ ଷ୍ଟାର୍ମିଙ୍କ ସମ୍ପର୍କ ଥିଲା। ଏହି ତଥ୍ୟକୁ ଲୁଚାଇବା ପାଇଁ ୨୦୧୬ରେ ଷ୍ଟାର୍ମିଙ୍କୁ ଟ୍ରମ୍ପ ଗୁପ୍ତ ରୂପୋ ୩୦ ହଜାର ଡଲାର ଦେଇଥିଲେ। ତେବେ ଷ୍ଟାର୍ମିଙ୍କ ସହ ସମ୍ପର୍କ ଥିବା ଖବରକୁ ଟ୍ରମ୍ପ ପୂର୍ବରୁ ଖଣ୍ଡନ କରି ଆସୁଛନ୍ତି। 

Hush Money Case Donald Trump New York Court Man Set Himself On Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe