Advertisment

ପ୍ରେମିକାଙ୍କ ହେୟାର କଟ୍‌ ପସନ୍ଦ ଆସିଲାନି, ଜୀବନ ନେଇଗଲେ ପ୍ରେମିକ

ପ୍ରେମିକା କରିଥିବା ନୂଆ ହେୟାର ଷ୍ଟାଇଲ ପ୍ରେମିକଙ୍କୁ ପସନ୍ଦ ଆସି ନଥିଲା। ଏଥିରେ ରାଗି ଯାଇ ପ୍ରେମିକ ଜଣଙ୍କ ଛୁରୀ ଭୁଷି ନିଜ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି।

USA

USA

Advertisment

ସାମ୍ନାକୁ ଆସିଛି ଗୋଟିଏ ଅଜବ ଓ ଭୟଙ୍କର ଘଟଣା। ନିଜର ୫୦ ବର୍ଷୀୟ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି ପ୍ରେମିକ। ପ୍ରେମିକା କରିଥିବା ନୂଆ ହେୟାର ଷ୍ଟାଇଲ ପ୍ରେମିକଙ୍କୁ ପସନ୍ଦ ଆସି ନଥିଲା। ଏଥିରେ ରାଗି ଯାଇ ପ୍ରେମିକ ଜଣଙ୍କ ଛୁରୀ ଭୁଷି ନିଜ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ଆମେରିକାର ପେନସେଲଭାନିଆର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

Advertisment

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ୪୯ ବର୍ଷୀୟ ବେଞ୍ଜାମିନ ଗୁଆଲ। ତାଙ୍କ ୫୦ ବର୍ଷୀୟ ପ୍ରେମିକା ନିକଟରେ ନୂଆ ଧରଣର ହେୟାର କଟ୍‌ କରିଥିଲେ। ଏହାକୁ ବେଞ୍ଜାମିନ ପସନ୍ଦ କରୁ ନଥିଲେ। ଏଥିପାଇଁ ସେ ନିଜ ପ୍ରେମିକାଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ପୀଡ଼ିତାଙ୍କ ଝିଅ ପୁଲିସ୍‌ କହିଛନ୍ତି ଯେ ହତ୍ୟା ପଛରେ ମା’ଙ୍କ ନୂଆ ହେୟାର କଟ ରହିଛି। ପୂର୍ବରୁ ମଧ୍ୟ ବେଞ୍ଜାମିନ ହେୟାର କଟ ପାଇଁ ପ୍ରେମିକାଙ୍କୁ ଧମକ ଦେଇଥିଲା। ଧମକ ଯୋଗୁ ପୀଡ଼ିତା କାରମେନ ମାର୍ଟିନେଜ ସିଲଭା ତାଙ୍କ ଝିଅଙ୍କ ଘରେ ରାତି ତମାମ ରହିଥିଲେ।

Advertisment

ରାତିରେ ଝିଅ ଘରେ ରହିବା ପରେ ସକାଳୁ ମାର୍ଟିନେଜ ସିଲଭା ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ। ଏଥିସହ ଗୁଆଲଙ୍କ ସହ ସେ ବ୍ରେକ କରୁଥିବା ଜଣେ ସାଙ୍ଗଙ୍କୁ କହିଥିଲେ। ଏକଥା ସେ ଗୁଆଲଙ୍କୁ ଜଣାଇ ଦେବାକୁ ବନ୍ଧୁଙ୍କୁ ପରାମର୍ଶ ଦେଇଥିଲେ। ଏସବୁ ଭିତରେ ଗୁଆଲ ତାଙ୍କ ପ୍ରେମିକାଙ୍କୁ ଖୋଜିବାରେ ଲାଗିଥିଲେ। ସିଲଭା ତାଙ୍କ ଭାଇଙ୍କ ଘରେ ଥିବା ଜାଣିବା ପରେ ସେ ସେଠାରେ ପହଞ୍ଚି ଯାଇଥିଲେ।

ତେବେ ସିଲଭାଙ୍କ ଭାଇ ଏଠାରେ ସେ ନଥିବା କହିଥିଲେ। ଗୁଆଲ ପ୍ରଥମେ ଚାଲି ଯାଇଥିଲେ। କିନ୍ତୁ କିଛି ମିନିଟ ପରେ ସେ ଫେରିବା ସହ ପ୍ରଥମେ ସିଲଭାଙ୍କ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଭାଇଙ୍କୁ ରକ୍ଷା କରିବା ପାଇଁ ଘର ଭିତରେ ଥିବା ସିଲଭା ଦୌଡ଼ି ଆସିଥିଲେ। ହେଲେ ଗୁଆଲ କିଛି ଶୁଣି ନଥିଲେ। ସେ ସିଲଭାଙ୍କୁ ଛୁରୀ ପରେ ଛୁରୀ ଭୁଷି ଚାଲିଥିଲେ।

ପୁଲିସ୍‌ ଘଟଣା ସ୍ଥଳରୁ ମାର୍ଟିନେଜ ସିଲଭାଙ୍କ ମୃତଦେହ ଉଦ୍ଧାର କରିଛି। ସେହିପରି ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ଦୁଇ ଜଣ ଲୋକ ହସ୍ତକ୍ଷେପ କରିଥିଲେ। କିନ୍ତୁ ସେମାନେ ଅଳ୍ପକେ ଗୁଆଲର ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଲିସ୍‌ ଆସିଲା ବେଳକୁ ବେଞ୍ଜାମିନ ଗୁଆଲ ଫେରାର ହୋଇ ଯାଇ ନଥିଲେ। ସେ ବ୍ୟବହାର କରିଥିବା ଛୁରୀକୁ ଧରି କାରରେ ବସି ରହିଥିଲେ। ସେଥିରେ ରକ୍ତ ମଧ୍ୟ ଲାଗିଥିଲା। ପୁଲିସ୍‌ ତାଙ୍କୁ ସେହି ସ୍ଥାନରୁ ଗିରଫ କରିଥିଲା। ଏବେ ସେ ଜେଲ ହାଜତରେ ରହିଛନ୍ତି।

USA Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe