Advertisment

Israel-Hamas War: ୨ ବର୍ଷ ତଳେ ପ୍ରେମିକାଙ୍କୁ ମାରିଥିଲା ହମାସ, ଏବେ ନିଜକୁ ନିଜେ ଜାଳିଦେଲେ ପ୍ରେମିକ

ଗାଜା ସହରର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ପରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଦୁଇ ବର୍ଷ ହେଲା ପଣବନ୍ଦୀ ହୋଇ ରହିଥିବା ଇସ୍ରାଏଲ ଲୋକଙ୍କୁ ହମାସ ଆଜି ଠାରୁ ମୁକ୍ତ କରିବା ଆରମ୍ଭ କରିଛି।

Love

ଶାଲେଭ ଓ ଆଡାମ (ଫାଇଲ ଫଟୋ)

Advertisment

ଦୁଇ ବର୍ଷ ତଳେ ହମାସ(Hamas)ର ନରସଂହାରରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ୨୦୨୩ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲର ନୋଭା ସଂଗୀତ କାର୍ଯ୍ୟକ୍ରମରେ ହୋଇଥିଲା ଅନ୍ୟତମ ବଡ଼ ଆକ୍ରମଣ। ଏହି ସମୟରେ ଜଣେ ଯୁବକଙ୍କ ଆଖି ସାମ୍ନାରେ ତାଙ୍କ ପ୍ରେମିକା ଓ ଭଲ ସାଙ୍ଗଙ୍କୁ ହମାସ ସଦସ୍ୟମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

Advertisment

ହମାସ ଆକ୍ରମଣରୁ ଯୁବତୀଙ୍କ ପ୍ରେମିକାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ହେଲେ ଘଟଣାକୁ ଭୁଲି ପାରି ନଥିବା ପ୍ରେମିକ ଜଣଙ୍କ ଦୁଇ ବର୍ଷ ପରେ ନିଜକୁ ନିଜେ ଜାଳି ଜୀବନ ହାରି ଦେଇଛନ୍ତି। ୩୦ ବର୍ଷୀୟ ରୋଇ ଶାଲେଭଙ୍କ ମୃତଦେହକୁ ତାଙ୍କ ପୋଡ଼ା କାର ମଧ୍ୟରୁ ଜବତ କରାଯାଇଛି। ହମସା ନରସଂହାରକୁ ଅକ୍ଟୋବର ୭ରେ ଦୁଇ ବର୍ଷ ପୂରିଥିଲା। ଏହାର କିଛି ଦିନ ପରେ ଶାଲେଭ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। 

ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ସେ ସୋଶାଲ ମିଡିଆରେ ନିଜ ଭିତରର କଷ୍ଟକୁ ବର୍ଣ୍ଣନା କରିଥିଲେ। ଅକ୍ଟୋବର ୭ରେ ଗାଜା ଦେଇ ହମାସ ସଦସ୍ୟମାନେ ଇସ୍ରାଏଲରେ ପ୍ରବେଶ କରିବା ସହ ନୋଭା ଓପନ ଏୟାର ମ୍ୟୁଜିକ କାର୍ଯ୍ୟକ୍ରମ ଓ ଏହାର ଆଖପାଖ ଅଞ୍ଚଳରେ ନରସଂହାର କରିଥିଲେ। ଏଥିସରେ ୩୭୮ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପରେ ଇସ୍ରାଏଲ(Israel) ସେନା ହମାସ ବିରୋଧରେ ଯୁଦ୍ଧ ଘୋଷଣା କରି ଦୁଇ ବର୍ଷ ହେଲା ଲଢ଼େଇ କରୁଥିଲା। ଗାଜା ସହରର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ପରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଦୁଇ ବର୍ଷ ହେଲା ପଣବନ୍ଦୀ ହୋଇ ରହିଥିବା ଇସ୍ରାଏଲ ଲୋକଙ୍କୁ ହମାସ ଆଜି ଠାରୁ ମୁକ୍ତ କରିବା ଆରମ୍ଭ କରିଛି। କିନ୍ତୁ ହମାସ ନରସଂହାରର ଦୁଇ ବର୍ଷ ପରେ ଶାଲେଭ ସୋଶାଲ ମିଡିଆରେ କରିଥିବା ପୋଷ୍ଟକୁ ଦେଖି ସମସ୍ତେ ଚକିତ ହୋଇଥିଲେ।

ସେ ଲେଖିଥିଲେ, “ଦୟା କରି ମୋ ଉପରେ କେହି ରାଗିବ ନାହିଁ। କେହି ବି ମୋତେ କେବେ ହେଲେ ବୁଝି ପାରିବେ ନାହିଁ। ତୁମେମାନେ ବୁଝି ପାରୁନ, ସେଥିରେ କିଛି ବ୍ୟସ୍ତ ହେବାର ନାହିଁ। ମୁଁ ଏହି କଷ୍ଟକୁ ଶେଷ କରିବାକୁ ଚାହେଁ। ମୁଁ ବଞ୍ଚିତ। କିନ୍ତୁ ଭିତରେ ସବୁ କିଛି ମରି ସାରିଛି।” 

ଏପରି ପୋଷ୍ଟର କିଛି ଘଣ୍ଟା ପରେ ତେଲ ଅଭିଭରେ ଜଳୁଥିବା ଶାଲେଭଙ୍କ କାର ଭିତରୁ ତାଙ୍କର ମୃତଦେହକୁ ଜବତ କରାଯାଇଛି। ଶେଷ ଥର ପାଇଁ ତାଙ୍କୁ ଗୋଟିଏ ବୋତଲେ ତେଲ କିଣିବା ବେଳେ ଜୀବିତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ସଂଯୋଗ ବଶତଃ ଶାଲେଭଙ୍କ ମା’ ମଧ୍ୟ ହମାସ ଆକ୍ରମଣ ପରେ ନିଜକୁ ନିଜେ କାର ଭିତରେ ଲକ କରି ଆତ୍ମହତ୍ୟା କରିଥିଲେ। ସେ କାରରେ ନିଆଁ ଲଗାଇ ଜୀବନ ହାରିଥିଲେ। କାରଣ ଶାଲେଭଙ୍କ ପ୍ରେମିକା ମାପଲ ଆଡାମଙ୍କ ସହ ମା’ଙ୍କ ସମ୍ପର୍କ ମଧ୍ୟ ବେଶ ନିବିଡ଼ ଥିଲା। 

ଅକ୍ଟୋବର ୭ ନରସଂହାର ଦିନ ଶାଲେଭ, ଆଡାମ ଓ ତାଙ୍କ ବନ୍ଧୁ ହିଲୀ ସୋଲୋମନ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହମାସ ଆକ୍ରମଣ ଯୋଗୁ ସେମାନେ ଗୋଟିଏ କାର ତଳେ ଲୁଚିବାକୁ ଚେଷ୍ଟା କରିଥିଲେ।

ଶାଲେଭ ବୁଦ୍ଧି ଲଗାଇ ଆଡାମଙ୍କ ଉପରେ ମୃତ ଭଳି କେବା କିଛି ଘଣ୍ଟା ପଡ଼ି ରହିଥିଲେ। କିନ୍ତୁ ଉଭୟଙ୍କୁ ହମାସ ସଦସ୍ୟମାନେ ଗୁଳି କରି ଦେଇଥିଲେ। ଗୁଳି ମାଡ଼ ଯୋଗୁ ଶାଲେଭ ଆହତ ହୋଇଥିଲେ ଓ ଆଡାମ ତାଙ୍କ ଆଖି ସାମ୍ନାରେ ପ୍ରାଣ ହରାଇଥିଲେ। ସୋଲୋମନଙ୍କୁ ମଧ୍ୟ ହମାସ ପକ୍ଷରୁ ହତ୍ୟା କରାଯାଇଥିଲା। 


ଶନିବାର ଆଡାମଙ୍କ ଭଉଣୀ ମାୟାନ ସୋଶାଲ ମିଡିଆରେ ଶାଲେଭ ଓ ତାଙ୍କ ଭଉଣୀଙ୍କ କିଛି ଫଟୋ ଶେୟାର କରିଛନ୍ତି। ସେ କହିଛନ୍ତି, “ରୋଇ ଶାଲେଭ ଅକ୍ଟୋବର ୭ରେ ହିଁ ହତ୍ୟାର ଶିକାର ହୋଇଥିଲେ। ଶୁକ୍ରବାର ସେ ପ୍ରାଣ ହରାଇଛନ୍ତି।

ମୋ ପାଖରେ କୌଣସି ଶବ୍ଦ ନାହିଁ। ସେମାନଙ୍କୁ ପାଇବାକୁ କିଛି ସମୟ ଲାଗିବ। ଆଶା ଦୁଇ ଜଣ ଯାକ ଏବେ ପରସ୍ପରକୁ ଆଲିଙ୍ଗନ କରିବେ। ସେମାନଙ୍କ ହୃଦୟ ପୁଣି ଯୋଡ଼ି ହୋଇଯିବ।” 

Israel Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe