Advertisment

୧୨ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହୋଇଥିବା ବ୍ୟକ୍ତି ପ୍ରଥମଥର ପାର୍କରେ ଚାଲିଲେ

ତାଙ୍କୁ ଦେଖିଲେ କେହି ବି ମଣିଷ ବୋଲି ଚିହ୍ନି ପାରୁ ନାହାନ୍ତି। ସେ ଗୋଟିଏ ଅବିକଳ କୁକୁର ଭଳି ଦେଖାଯାଉଛନ୍ତି। ଟୋକୋ ମଣିଷରୁ କୁକୁର ହେବା ପରେ ପ୍ରଥମଥର ପାଇଁ ପାର୍କରେ ଚାଲିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Dog

Dog

Advertisment

ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। ଟୋକୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ ସକ୍ଷମ ହୋଇଛନ୍ତି।

Advertisment

ଜାମାନିଜ କମ୍ପାନୀ ଜେପ୍ପେଟ ହିଁ ଟୋକୋଙ୍କ ସ୍ୱପ୍ନକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରାୟ ୪୦ ଦିନର ପରିଶ୍ରମ ପରେ କମ୍ପାନୀ ଟୋକୋଙ୍କ ପାଇଁ ଅତି ବାସ୍ତବ କୁକୁର ପୋଷାକ ତିଆରି କରିଛି। ଏହାକୁ ପରିଧାନ କରିବା ପରେ ଟୋକୋ ମଣିଷରୁ ପୂରା କୁକୁର ବନି ଯାଇଛନ୍ତି।

ତାଙ୍କୁ ଦେଖିଲେ କେହି ବି ମଣିଷ ବୋଲି ଚିହ୍ନି ପାରୁ ନାହାନ୍ତି। ସେ ଗୋଟିଏ ଅବିକଳ କୁକୁର ଭଳି ଦେଖାଯାଉଛନ୍ତି। ଟୋକୋ ମଣିଷରୁ କୁକୁର ହେବା ପରେ ପ୍ରଥମଥର ପାଇଁ ପାର୍କରେ ଚାଲିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଟୋକୋଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଛି। ଏହାର ନାଁ ହେଲା ‘ଆଇ ୱାଣ୍ଟ ଟୁ ବି ଆନିମଲ’। ଟୋକୋ କୁକୁର ହେବା ପରେ ପ୍ରଥମଥର ପାର୍କରେ ଚାଲିଛନ୍ତି। ଏହାକୁ ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ମଧ୍ୟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଟୋକୋ ଅନ୍ୟ କୁକୁରମାନଙ୍କୁ ଭୋକିବା ସହ ଚଟାଣରେ କୁକୁରଙ୍କ ଭଳି ଗଡ଼ୁଛନ୍ତି। ସେ ଲୋକମାନଙ୍କ ସହ କୁକୁରଙ୍କ ଭଳି ହ୍ୟାଣ୍ଡଶେକ କରୁଛନ୍ତି। ଏହାକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। 

ଗତବର୍ଷ ଟୋକୋ ଡେଲି ମେଲ୍‌ ସହ କଥା ହେବା ବେଳେ ସେ କାହିଁକି ମଣିଷ ରୂପରେ କୁକୁର ହେବାକୁ ଚାହୁଁଛନ୍ତି, ସେକଥା କହିଥିଲେ। ସେ କହିଥିଲେ, “ମୁଁ ମୋର ହବିଗୁଡ଼ିକ କେହି ଜାଣନ୍ତୁ ବୋଲି ଚାହେଁ ନାହିଁ। ବିଶେଷ କରି ମୁଁ ଯେଉଁମାନଙ୍କ ସହ କାମ କରୁଛି, ସେମାନେ ଏକଥା ନଜାଣନ୍ତୁ। ମୁଁ କୁକୁର ହେବାକୁ ଚାହୁଁଥିବାରୁ ସମସ୍ତେ ବିଚଳିତ ହୋଇଥିଲେ। ସମସ୍ତେ ମୋତେ ପାଗଳ କହିଥିଲେ। ତେଣୁ ମୁଁ ବହୁତ କମ ଲୋକଙ୍କ ସହ କୁକୁର ହେବା କଥା ଶେୟାର କରିଥିଲି।” 

Japan Pet Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe