Advertisment

ରେଷ୍ଟୁରାଣ୍ଟରେ କୁରାଢ଼ି ଧରି ପଶିଲେ ଯୁବକ, ଆଖିବୁଜି ହାଣି ଚାଲିଲେ

୩ଟି ରେଷ୍ଟୁରାଣ୍ଟରେ ଯୁବକଜଣକ ଏପରି ଅଭାବନୀୟ କାଣ୍ଡ ଘଟାଇ ୪ ଜଣଙ୍କୁ ଗମ୍ଭୀର ଭାବେ ଆକ୍ରମଣ କରିଥିବା ବେଳେ ବହୁ ଜଣ ସାମାନ୍ୟ ଆହତ ହୋଇଛନ୍ତି।

Attack

Attack

Advertisment

ରେଷ୍ଟୁରାଣ୍ଟରେ ଲୋକେ ଡିନ୍‌ରର ମଜା ନେଉଥିବା ବେଳେ ଘଟିଲା ଅଘଟଣ । ହଠାତ୍‌ ଏକ ଯୁବକ ହାତରେ କୁରାଢି ଧରି ଅପ୍ରତ୍ୟାଶିତ ଭାବେ ପଶି  ଓ ଆଖି ବୁଜି ହାଣି ଚାଲିଲେ। ୩ଟି ରେଷ୍ଟୁରାଣ୍ଟରେ ଯୁବକଜଣକ ଏପରି ଅଭାବନୀୟ କାଣ୍ଡ ଘଟାଇ ୪ ଜଣଙ୍କୁ ଗମ୍ଭୀର ଭାବେ ଆକ୍ରମଣ କରିଥିବା ବେଳେ ବହୁ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ପୁଲିସ୍‌ ପହଞ୍ଚି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରି ଅଭାବନୀୟ ଘଟଣା ଗତ ରାତିରେ ନ୍ୟୁଜିଲାଣ୍ଡର ଆଉକ୍‌ଲ୍ୟାଣ୍ଡ ସହରରେ ଗତ ରାତିରେ ଘଟିଛି।

Advertisment

ଗତକାଲି ରାତି ପ୍ରାୟ ୯ଟାରେ ନ୍ୟୁଜିଲାଣ୍ଡର ଆଉକ୍‌ଲ୍ୟାଣ୍ଡ ସହରର କିଛି ଚାଇନିଜ୍‌ ରେଷ୍ଟୁରାଣ୍ଟରେ ଲୋକେ ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ଡିନର୍‌ କରୁଥିଲେ। ଏହି ସମୟରେ ଆଖି ପିଛୁଳାକେ ଜଣେ ବ୍ୟକ୍ତି ଏକ କୁରାଢି ଧରି ଏକ ରେଷ୍ଟୁରାଣ୍ଟରେ ପଶିଲେ। ଏହାପରେ ହଠାତ୍‌ ସେ  ସେଠାରେ ଉପସ୍ଥିତ ଲୋକଙ୍କୁ ହାଣି ଚାଲିଲେ। ଏହାଦେଖି ଅନ୍ୟମାନେ ଚିତ୍କାର କରିବାରୁ ସେ ସେଠାରୁ ବାହାରି ନିକଟସ୍ଥ ଅନ୍ୟ ୨ଟି ରେଷ୍ଟୁରାଣ୍ଟରେ ପଶିଗଲେ। ଏହାପରେ ସେଠାରେ ବି ସେ ସମାନ ଭାବେ ଆକ୍ରମଣ କରି ଚାଲିଲେ। ଯୁବକଙ୍କ ଆକ୍ରମଣରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଆହୁରି ବହୁ ଜଣ ଆହତ ହୋଇଥିବା ଜଣାଯାଇଛି। 

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ୨୪ ବର୍ଷୀୟ ଯୁବକଙ୍କୁ କାବୁ କରି ତାଙ୍କ ନିକଟରୁ କୁରାଢିକୁ ଜବତ କରିଛି। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନି ।

Advertisment

ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମୁଁ ଏକ ରେଷ୍ଟୁରାଣ୍ଟରେ ମୋ’ ସାଙ୍ଗଙ୍କ ସହ ଡିନର କରୁଥିବା ବେଳେ ହଠାତ୍‌ ଯୁବକଜଣକ ପହଞ୍ଚି ମୋ’ ସାଙ୍ଗଙ୍କୁ ହାଣିବାକୁ ଲାଗିଲେ। ଏହାକୁ ମୁଁ ବିରୋଧ କରିବାରୁ ସେ ମୋ’ ମୁଣ୍ଡକୁ ଚୋଟ ମାରିବାକୁ ଉଦ୍ୟତ ହେଲେ । ମାତ୍ର ତାଙ୍କ ହାତ ଧରି ମୁଁ ତାଙ୍କୁ ବାଧା ଦେଇଥିଲି। ଫଳରେ ସେ ଅନ୍ୟତ୍ର ପଳାଇଲେ।

New Zealand Attack;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe