Advertisment

ଓବାମାଙ୍କ ବାସଭବନ ସମ୍ମୁଖରୁ ସନ୍ଦିଗ୍ଧ ଯୁବକ ଗିରଫ, ମିଳିଲା ବିପୁଳ ବିସ୍ଫୋରକ

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍‌। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Barack Obama

Barack Obama

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍‌। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଯୁବକଙ୍କ ନାଁ, ଟେଲର ଟରଣ୍ଟୋ ବୋଲି ଜଣାଯାଇଛି।

Advertisment

ଟେଲର ଟରଣ୍ଟୋ କିଛି ଦିନ ହେବ ଓବାମାଙ୍କ ୱାଶିଂଟନ ଡିସିସ୍ଥିତ ବାସଭବନ ଆଖପାଖରେ ପଇଁତରା ମାରୁଥିବା ଆମେରିକାର ଗୁଇନ୍ଦା ବିଭାଗ ନିକଟରେ ସୂଚନା ଥିଲା। ତେଣୁ ତାହା ଉପରେ ତୀକ୍ଷଣ ନଜର ରଖିଥିଲା ପୁଲିସ୍‌।

ଗତ ଗୁରୁବାର ଓବାମାଙ୍କ ବାସଭବନ ସମ୍ମୁଖରେ ଏପଟସେପଟ ହେଉଥିବା ଟେଲର ଟରଣ୍ଟୋ ହଠାତ୍‌ ତାଙ୍କ ବାସଭବନ ଅଭିମୁଖେ ଦୌଡ଼ିବାକୁ ଲାଗିଲା। ଏହାଦେଖି ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କୁ ମାଡ଼ି ବସିଥିଲେ। ଘଟଣା ସମୟରେ ଓବାମା ଦମ୍ପତି ନିଜ ବାସଭବନରେ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳି ପାରି ନାହିଁ।

Advertisment

ଯାଞ୍ଚ ସମୟରେ ନିକଟରେ ଟେଲର ନିଜ କାର୍‌ ପାର୍କିଂ କରିଥିବା ଜଣାପଡ଼ିଲା। ଏହାପରେ ପୁଲିସ୍‌ ତାଙ୍କ ଗାଡ଼ି ଛାନଭିନ କରିବାରୁ ସେଥିରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଟେଲର କିଛି ଦିନ ହେବ ୱାଶିଂଟନ ଡିସି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ତଦନ୍ତରୁ ଜଣାପଡ଼ିଥିଲ। ତେଣୁ ସେ କିଛି ବଡ଼ ଧରଣର ଅଘଟଣ ଘଟାଇବାକୁ ଷଡଯନ୍ତ୍ର କରୁଥିବା ଅନୁମାନ କରାଯାଉଛି।

କିଛି ଦିନ ପୂର୍ବେ ସୋଶାଲ ମିଡିଆରେ ଜଣେ ଲୋକ ପ୍ରତିନିଧୀଙ୍କୁ ଖୋଲାଖୋଲି ଧମକ ଦେଇ ସମସ୍ତଙ୍କ ନଜରକୁ ଆସିଥିଲେ ଟେଲର । ୨୦୨୧ ମସିହା ଜାନୁୟାରୀ ୬ ତାରିଖରେ ଯୁକ୍ରରାଷ୍ଟ୍ର ଆମେରିକାରେ ଘଟିଥିବା ହିଂସାତ୍ମକ ଘଟଣାରେ ଟେଲରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ବହୁ ଅଭିଯୁକ୍ତ ୱାଶିଂଟନ ଡିସି ଜେଲ୍‌ରେ ବନ୍ଦୀ ଥିବା ବେଳେ ଟେଲରଙ୍କ କାର୍‌ ବହୁ ଥର ଜେଲ୍‌ ବାହାରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି।

USA Barack Obama
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe