Advertisment

ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ! ସନ୍ଦିଗ୍ଧ ଗିରଫ

ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଫେକ୍‌ ଭିଭିଆଇପି ପାସ୍‌ ଓ ବନ୍ଧୁକ ଜବତ ହୋଇଛି।

Donald Trump

Donald Trump

Advertisment

ପୁଣି ଟାର୍ଗେଟ୍‌ରେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ପୁଣି ଥରେ ହତ୍ୟା କରିବାକୁ ହୋଇଛି ଉଦ୍ୟମ। ଏହି ମାମଲାରେ ଆମେରିକା ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଫେକ୍‌ ପାସ୍‌ ଓ ବନ୍ଧୁକ ଜବତ ହୋଇଛି।

Advertisment

ପାଖେଇ ଆସିଲାଣି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଜୋରସୋର ପ୍ରଚାର ପ୍ରସାର ଚାଲିଛି। ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ ଲଗାତର ପ୍ରଚାର କରୁଛନ୍ତି। ଏହି ସମୟ ମଧ୍ୟରେ ତୃତୀୟ ଥର ପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁର୍ବୃତ୍ତ ଟ୍ରମ୍ପଙ୍କ ରାଲିର ସ୍ଥାନଠାରୁ କିଛି ଦୂରରେ ଧରାପଡ଼ିଛି।

ରିଭରସାଇଡ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ଟ୍ରମ୍ପଙ୍କ ରାଲି ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ କୋଏଚେଲାର ଆଭେନ୍ୟୁ ୫୨ ଏବଂ ସେଲିବ୍ରେସନ ଛକ ନିକଟରେ ଥିବା ଏକ ଚେକପଏଣ୍ଟରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Advertisment

ପୁଲିସ କହିଛି ଯେ ଗିରଫ ବ୍ୟକ୍ତିଙ୍କ ନାମ ୱେମ ମିଲର। ସେ ଲସଭେଗାସର ବାସିନ୍ଦା। ତାଙ୍କୁ ରାଲିର ଏଣ୍ଟ୍ରି ଗେଟ୍‌ଠାରୁ ଅଧ ମାଇଲ ଦୂରରେ ଥିବା ଏକ ଚେକପଏଣ୍ଟରୁ ତାଙ୍କୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଫେକ୍‌ ପ୍ରେସ୍‌ କାର୍ଡ ଓ ଭିଭିଆଇପି ପାସ୍‌ ଥିଲା। କେବଳ ସେତିକି ନୁହେଁ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏଥିଲାଗି ଉକ୍ତ ବ୍ୟକ୍ତି ଜଣକ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଆସିଥିବା ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ଏହାପୂର୍ବରୁ ଜୁଲାଇ ୧୩ରେ ମାଥ୍ୟୁ କ୍ରୁକ୍ସ ପେନ୍‌ସିଲଭାନିଆର ବଟଲର ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରୁଥିବା ବେଳେ ରିୟାନ ଓ୍ୱେସଲି ରାଓ୍ୱଥ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Donald Trump US Presidential Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe