Advertisment

ବିଚ୍‌ ରାସ୍ତାରେ ଖଣ୍ଡା ଧରି ବୁଲିଲେ, ଯାହାକୁ ପାଇଲେ ତାକୁ ହାଣିଲେ

ବ୍ୟକ୍ତି ଜଣକ ଅନେକ ଲୋକ ସମେତ ଦୁଇ ଜଣ ପୁଲିସ ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି। ଏଥିରେ ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ଘଟିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
London attack

London attack

ବିଚ୍‌ ରାସ୍ତାରେ ହାତରେ ଖଣ୍ଡା ଧରି ବୁଲିଲେ। ରାସ୍ତା ମଝିରେ ଖେଳାଇଲେ ଆତଙ୍କ। ଯାହାକୁ ପାଇଲେ ତାକୁ ଗୋଡେଇ ଗୋଡେଇ ହାଣିଲେ। ଏଥିର ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବ୍ରିଟେନର ରାଜଧାନୀ ଲଣ୍ଡନରେ ଘଟିଛି ଏଭଳି କିଛି ଘଟଣା।

Advertisment

ଉତ୍ତର-ପୂର୍ବ ଲଣ୍ଡନର ଟ୍ୟୁବ୍‌ଷ୍ଟେସନ୍‌। ଏଠାରେ ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ବିଚ୍‌ ରାସ୍ତାରେ ବୁଲି ଥିଲେ। କେବଳ ସେତିକି ନୁହେଁ ଲୋକଙ୍କୁ ଗୋଡାଇ ଗୋଡାଇ ତାଙ୍କୁ ଖଣ୍ଡାରେ ଆକ୍ରମଣ ମଧ୍ୟ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଭୟରେ ଏପଟ ସେପଟେ ଦୌଡିବାକୁ ଲାଗିଥିଲେ। ସେପଟେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆକ୍ରମଣରେ  ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଛି। 

ଏହି ଘଟଣା ପରେ ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ବୟସ ୩୬ ବର୍ଷ ହେବ। ମେଟ୍ରୋପଲିଟାନ ପୁଲିସର କହିବା ମୁତାବକ, ସନ୍ଦିଗ୍ଧ ବ୍ୟକ୍ତି ଜଣକ ଅନେକ ଲୋକ ସମେତ ଦୁଇ ଜଣ ପୁଲିସ ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ଏହା କୌଣସି ଆତଙ୍କବାଦୀ ଘଟଣା ନୁହେଁ।

Advertisment

ମେଟ୍ରୋପଲିଟନ ପୁଲିସର ଡେପୁଟି ଆସିଷ୍ଟାଣ୍ଟ କମିଶନରଙ୍କ କହିବା ମୁତାବକ, ଆଜି ସକାଳୁ ହେନାଲ୍ଟ ଷ୍ଟେସନ ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ତାଙ୍କ ପାଇଁ ଏହା ଏକ ଭୟାନକ ଘଟଣା ଥିଲେ। ଏଥିସହ ଆହତଙ୍କ ପ୍ରତି ସେ ନିଜ ସମବେଦନା ଜଣାଇଛନ୍ତି।

ସେପଟେ ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ଷ୍ଟେସନ ଓ ରାସ୍ତା ବନ୍ଦ କରାଯାଇଛି। ପୁଲିସ ତଦନ୍ତ ଜାରି ରହିଥିବା ଯୋଗୁ ହେନାଲ୍ଟ ଟ୍ୟୁବ୍‌ ଷ୍ଟେସନକୁ ବନ୍ଦ ରଖାଯାଇଥିବା ଟ୍ରାନ୍ସପୋର୍ଟ ଫର୍‌ ଲଣ୍ଡନ ଓ୍ୱେବ୍‌ସାଇଟ୍‌ ସ୍ପଷ୍ଟ କରିଛି। ଲଣ୍ଡନର ସେବା ଅଧିକାରୀଙ୍କ କହିବା ମୁତାବକ ମୋଟ ୫ ଜଣ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। 

Crime London Man With Sword