Advertisment

ଆତ୍ମାହୁତି ଉଦ୍ୟମ! ଆମେରିକା ସଂସଦ ନିକଟରୁ ସନ୍ଦିଗ୍ଧ ଗିରଫ

ଗିରଫ ବ୍ୟକ୍ତିଙ୍କ ନିକଟରୁ ଏକ ମଶାଲ ଏବଂ ଫ୍ଲେୟାର ବନ୍ଧୁକ ମଧ୍ୟ ଜବତ କରାଯାଇଛି।

author-image
Madhupriya Mistry
Man Arrested

Man Arrested

ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ତେବେ ଏହି ଭୋଟିଂ ଭିତରେ ଆମେରିକା ସଂସଦ ଭବନ ନିକଟରେ ଆତ୍ମାହୁତି ଦେବାକୁ ଜଣେ ବ୍ୟକ୍ତି ଚେଷ୍ଟା କରିଛନ୍ତି। ଏହି ମାମଲାରେ ୟୁଏସ୍‌ କ୍ୟାପିଟାଲ ପୁଲିସ ଭିଜିଟର୍‌ ସେଣ୍ଟରରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

Advertisment

ପୋଲିସ କହିଛି ଯେ ଉକ୍ତ ବ୍ୟକ୍ତିଙ୍କ ଦେହରୁ ପେଟ୍ରୋଲ ଗନ୍ଧ ଆସୁଥିଲା। ସେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଥିଲେ। ତାଙ୍କ ନିକଟରୁ ଏକ ମଶାଲ ଏବଂ ଫ୍ଲେୟାର ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଆମେରିକାର କ୍ୟାପିଟାଲ ପୁଲିସ କହିଛି ଯେ ଯାଞ୍ଚ ସମୟରେ କ୍ୟାପିଟାଲ ଭିଜିଟରସ୍‌ ସେଣ୍ଟରକୁ ବନ୍ଦ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି।

ସେପଟେ ଏହାରି ଭିତରେ ଆମେରିକାର ବିଭିନ୍ନ ରାଜ୍ୟରେ ମତଦାନ ସ୍ଥାନରେ ନକଲି ବୋମା ଧମକ ଆସିଥିବା FBI କହିଛି। FBI ଅନୁଯାୟୀ, ରୁଷର ଏକ ଇମେଲ ଡୋମେନରୁ ଏହି ଧମକପୂର୍ଣ୍ଣ ମେଲ୍‌ ପଠାଯାଇଥିଲା। ଜର୍ଜିଆ, ମିଶିଗନ୍ ଏବଂ ୱିସ୍କୋସିନ୍‌ରେ ମତଦାନ ସ୍ଥାନରେ ବୋମା ଧମକ ମେସେଜ ମିଳିଥିଲା। ଅନୁସନ୍ଧାନରୁ ଏଗୁଡ଼ିକ ନକଲି ଧମକ ଥିବା ଜଣାପଡିଛି। ଏକ ନିରାପଦ ତଥା ନିରପେକ୍ଷ ରାଷ୍ଟ୍ରପତି ନିର୍ବାଚନ ହେଉଛି ଏଜେନ୍ସିର ସର୍ବୋଚ୍ଚ ପ୍ରାଥମିକତା ବୋଲି FBI କହିଛି।

Advertisment
Man Arrested US Presidential Election 2024 US Capitol