Advertisment

ପାହାଡ଼ରୁ ଖସି ପଡ଼ିଲେ Mango ଫ୍ୟାଶନ ଚେନ୍‌ ଫାଉଣ୍ଡର୍‌, ଚାଲିଗଲା ଜୀବନ

ପାହାଡ ଉପରୁ ୩୨୦ ଫୁଟ ଗଭୀର ଖାଇକୁ ଖସି ପଡି ୭୧ ବର୍ଷିୟ ଇସାକ୍‌ ଏଣ୍ଡିକ୍‌ଙ୍କ ମୃତ୍ୟୁ ହୋଇଛି।

author-image
Madhupriya Mistry
Isak Andic

Isak Andic

ଆଉ ନାହାନ୍ତି ଜଣାଶୁଣା ସ୍ପେନିସ୍ ଫ୍ୟାଶନ୍‌ କମ୍ପାନୀ Mangoର ଫାଉଣ୍ଡର ଇସାକ୍‌ ଏଣ୍ଡିକ। ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ପାହାଡ ଉପରୁ ଖସି ତାଙ୍କ ମୃତ୍ୟୁ ହୋଇଛି। ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Advertisment

୭୧ ବର୍ଷିୟ ଏଣ୍ଡିକ୍‌ ବାର୍ସିଲୋନା ନିକଟ ସାଲନିଟ୍ରେର କଲବାଟୋ ଗୁମ୍ଫା ଅଞ୍ଚଳରେ ପାହାଡ ଉପରୁ ୩୨୦ ଫୁଟ ଗଭୀର ଖାଇକୁ ଖସି ପଡିଛନ୍ତି। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। Mangoର ସିଇଓ ଟୋନି ରୁଇଜ ଏନେଇ ସୂଚନା ଦେଇଛନ୍ତି।

ସେ ଏଣ୍ଡିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କମ୍ପାନୀରେ ତାଙ୍କର ଅବଦାନ ବିଷୟରେ କହିଛନ୍ତି। ଏଣ୍ଡିକ୍ Mangoକୁ ନିଜ ଜୀବନ ଉତ୍ସର୍ଗ କରି ଦେଇଥିଲେ। ତାଙ୍କ ରଣନୀତିକ ଦୃଷ୍ଟିକୋଣ ଏବଂ ତାଙ୍କ ନେତୃତ୍ୱ ପ୍ରତି ଅଦମ୍ୟ ପ୍ରତିବଦ୍ଧତା ମାଧ୍ୟମରେ ସେ ଏକ ଅବିସ୍ମରଣୀୟ ଚିହ୍ନ ଛାଡି ଯାଇଛନ୍ତି।

Advertisment

୧୯୮୪ରେ ଇସାକ୍‌ ଏଣ୍ଡିକ୍‌ ତାଙ୍କ ଭାଇଙ୍କ ସହ ମିଶି ସ୍ପେନର ବାର୍ସିଲୋନାରେ Mango ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ। Mango ପ୍ରସିଦ୍ଧ ଫ୍ୟାଶନ ବ୍ରାଣ୍ଡ 'ଜାରା'ର ପ୍ରତିଦ୍ୱନ୍ଦ୍ୱୀ ଅଟେ। ସ୍ପେନରେ ସେ ଏହାକୁ କଡା ଟକ୍କର ଦେଉଛି।

ଫୋର୍ବସ୍ ରିପୋର୍ଟ ଅନୁଯାୟୀ, କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିବା ଏଣ୍ଡିକ୍‌ଙ୍କ ମୋଟ ସମ୍ପତ୍ତି ୪.୫ ବିଲିୟନ ଡ଼ଲାର୍ ଅଟେ। ୧୨୦ରୁ ଅଧିକ ଦେଶରେ Mangoର ଷ୍ଟୋର ଅଛି। ୨୦୨୩ ମସିହାରେ, କମ୍ପାନୀର ବିକ୍ରି ୩.୨ ବିଲିୟନ ଡ଼ଲାର ଅତିକ୍ରମ କରିଥିଲା।

Isak Andic Dies Mango Fashion Chain Founder