Advertisment

ପାକିସ୍ତାନ ଇତିହାସରେ ପ୍ରଥମ: ପଞ୍ଜାବ ପ୍ରଦେଶକୁ ମିଳିଲା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର କୀର୍ତ୍ତିମାନ ହାସଲ କରିଛନ୍ତି।

author-image
Hemant Lenka
Pakistan

Pakistan

ପାକିସ୍ତାନ ଇତିହାସରେ ଗୋଟିଏ ବିରଳ ଘଟଣା ଘଟିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ମିଳିଛି ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ବରିଷ୍ଠ ଉପ ସଭାପତି ୫୦ ବର୍ଷୀୟ ମରିୟମ ମୁଖ୍ୟମନ୍ତ୍ରୀ ପାଇଁ ହୋଇଥିବା ନିର୍ବାଚନରେ ବାଜିମାତ କରିଛନ୍ତି। ମତଦାନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥନ କରୁଥିବା ସୁନ୍ନି ଇଟ୍ଟେହାଦ କାଉନସିଲ(ଏସ୍‌ଆଇସି)ର ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ।

ଏହାପରେ ମାରିୟମ ପିଟିଆଇ ସମର୍ଥିତ ଏସ୍‌ଆଇସି ପ୍ରାର୍ଥୀ ରାଣା ଅଫତାବକୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଞ୍ଜାବ ବିଧାନସଭାକୁ ଯିବା ପୂର୍ବରୁ ମରିୟମ ଜାତି ଉମ୍ରାରେ ଥିବା ମା’ଙ୍କ କବରକୁ ଯାଇଥିଲେ।

Advertisment

ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସେ ବିଧାନସଭାରେ ପ୍ରବେଶ କରିଥିଲେ। ସେହିପରି ନିର୍ବାଚନ ପୂର୍ବରୁ ମରିୟମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏକ୍ସ ଯୋଗେ ପୋଷ୍ଟ କରି ଦମ୍ଭୋକ୍ତି ଦେଖାଇଥିଲେ। ସତକୁ ସତ ସେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି।

Pakistan Maryam Nawaz