Advertisment

Nobel Peace Prize: ରାଷ୍ଟ୍ରପତି ଟ୍ରମ୍ପ ନିରାଶ, ଆତ୍ମଗୋପନ କରିଥିବା ଏହି ମହିଳାଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଟ୍ରମ୍ପଙ୍କୁ କମିଟି ପକ୍ଷରୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇ ନାହିଁ। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଦୋ। ସେ ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀ ଭାବେ କାମ କରୁଛନ୍ତି।

author-image
Hemant Lenka
Maria

ମାରିଆ

ନୋବେଲ ଶାନ୍ତି ପୁରସ୍କାର(Nobel Peace Prize) ପାଇଁ ଗୋଡ଼ ଟେକି ବସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ହ୍ୱାଇଟ ହାଉସ ଠାରୁ ଆରମ୍ଭ କରି ଆମେରିକାର ନୂଆ ବନ୍ଧୁ ପାକିସ୍ତାନ ଗୋଟିଏ ସ୍ୱରରେ ଟ୍ରମ୍ପଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଥିଲା। ହେଲେ ନୋବେଲ ପୁରସ୍କାର କମିଟି ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।

Advertisment

ତଥାକଥିତ ୮ଟି ଯୁଦ୍ଧ ବନ୍ଦ କରିଥିବା ଟ୍ରମ୍ପଙ୍କ କୌଣସି କଥାକୁ ଆଦୌ ଖାତିରି କରିନି ନୋବେଲ କମିଟି। ଟ୍ରମ୍ପଙ୍କୁ କମିଟି ପକ୍ଷରୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇ ନାହିଁ। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଦୋ। ସେ ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀ ଭାବେ କାମ କରୁଛନ୍ତି।

ଶାନ୍ତି ପ୍ରତିଷ୍ଠା ଦିଗରରେ ୫୮ ବର୍ଷୀୟ ମାରିଆ କୋରିନା ଆବଶ୍ୟକ ପଦକ୍ଷପ ନେଉଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ମାରିଆ କୋରିନା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଚାଲିଥିବା ଆନ୍ଦୋଳନର ପ୍ରମୁଖ ଚେହେରା। ସେ ନିରବଚ୍ଛିନ୍ନ ଭାବେ ଭେନେଜୁଏଲାରେ ଚାଲିଥିବା ଏକଛତ୍ରବାଦୀ ଶାସନର ମୂଳପୋଛ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ତାଙ୍କର ଏପରି ଉଦ୍ୟମ ପାଇଁ ତାଙ୍କୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ମିଳିଛି।

Advertisment

ଭେନେଜୁଏଲାର ଆଇରନ ଲେଡି ଭାବେ ପରିଚିତ ମାରିଆ ୨୦୨୫ର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଟାଇମ୍ସ ମାଗାଜିନରେ ସ୍ଥାନ ପାଇଥିଲେ। ଗତବର୍ଷ ଭେନେଜୁଏଲାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ମାରିଆ ନେଉଥିଲେ।

କିନ୍ତୁ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି କାରଣରୁ ସେ ପ୍ରାୟ ଗୋଟିଏ ବର୍ଷ ହେଲା ଅଜଣା ସ୍ଥାନରେ ଆତ୍ମଗୋପନ କରିଛନ୍ତି। ଜୀବନ ପ୍ରତି ବିପଦ ରହିଥିବାରୁ ସେ ଅଜଣା ସ୍ଥାନରେ ରହିଛନ୍ତି। ତଥାପି ସେ ଦେଶରୁ ଏକଛତ୍ରବାଦ ଶାସନର ମୂଳପୋଛ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। 

ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ମୋଟ ୩୩୮ ଜଣ ଆଶାୟୀ ରହିଥିଲେ। ଏମାନଙ୍କ ମଧ୍ୟରେ ଟ୍ରମ୍ପ( Donald Trump)ଙ୍କ ନାଁ ମଧ୍ୟ ରହିଥିଲା। ଟ୍ରମ୍ପଙ୍କ ନାଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଥିବାରୁ ସେ ଏନେଇ ଜୋରଦାର ପ୍ରଚାର କରିଥିଲେ। ଟ୍ରମ୍ପ ନିଜେ ନୋବେଲ ଶାନ୍ତି ପୁରସ୍କାର ହକଦାର ବୋଲି ମଧ୍ୟ କହିଥିଲେ। ହେଲେ ନୋବେଲ କମିଟି ତାଙ୍କୁ କୌଣସି ପ୍ରକାରର ପୁରସ୍କାର ଦେଇ ନାହିଁ। 

ନୋବେଲ ଟ୍ରମ୍ପ ପୁରସ୍କାର ମିଳି ନଥିବାରୁ ନିରାଶ ଓ ହତାଶ ହୋଇଛନ୍ତି। କିନ୍ତୁ ଏହା ତାଙ୍କୁ ସଂପୂର୍ଣ୍ଣ ଭାବେ ବ୍ୟଥିତ କରିବ ନାହିଁ। କାରଣ ନିକଟରେ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ। ମାଦୁରୋ ନିଶା ଚୋରା ଚାଲାଣ କରୁଥିବା ବେଳେ ଏକଛତ୍ରବାଦ ଶାସନ ଚଳାଇଥିବାରୁ ଟ୍ରମ୍ପ ଭେନେଜୁଏଲା ସହ ସମସ୍ତ ପ୍ରକାରର କୂଟନୀତିକ ସମ୍ପର୍କରେ ରୋକ ଲଗାଇଥିଲେ। 

ନୋବେଲ ଶାନ୍ତି ବିଜେତା ମାରିଆ ମଧ୍ୟ ମାଦୁରୋଙ୍କ ବିରୋଧୀ। ତେଣୁ ତାଙ୍କୁ ନୋବେଲ ମିଳିଥିବାରୁ ଟ୍ରମ୍ପଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ। ନୋବେଲ କମିଟି ଶାନ୍ତି ପୁରସ୍କାର ପାଇଁ ମାରିଆଙ୍କ ନାଁ ଘୋଷଣା କରିବା ବେଳେ ତାଙ୍କୁ ଶାନ୍ତି ପ୍ରତିଷ୍ଠାର ସାହାସୀ ଓ ପ୍ରକୃତ ଚାମ୍ପିୟନ ଭାବେ ଆଖ୍ୟା ଦେଇଛି। ବର୍ଦ୍ଧିତ ଅନ୍ଧକାର ମଧ୍ୟରେ ସେ ଗଣତନ୍ତ୍ରର ନିଆଁକୁ ତେଜିବାରେ ଲାଗିଥିବା ମଧ୍ୟ କମିଟି କହିଛି। 

ଭେନେଜୁଏଲାରେ ଚାଲିଥିବା ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନର ପ୍ରମୁଖ ଚେହେରା ରହି ଆସିଛନ୍ତି ମାରିଆ। ମାଦୁରୋ ଶାସନର ଅନେକ କଟକଣା ସତ୍ତ୍ୱେ ସେ ଲଢ଼େଇ କରିଛନ୍ତି। ଏଥିପାଇଁ ତାଙ୍କ ଜୀବନ ପ୍ରତି କେବଳ ବିପଦ ସୃଷ୍ଟି ହୋଇନାହିଁ, ବରଂ ତାଙ୍କୁ ଗିରଫ କରି ରାଜନୀତିକ ବନ୍ଦୀ ଭାବେ ନିର୍ଯାତନା ମଧ୍ୟ ଦିଆଯାଇଛି। 

୨୦୨୪ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ମାରିଆଙ୍କୁ ଅନୁମତି ମିଳି ନଥିଲେ। ବେଆଇନ ଭାବେ ମାଦୁରୋଙ୍କୁ ବିଜେତା ଘୋଷଣା କରାଯାଇଥିଲେ। ଏହାପରେ ମାରିଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରୁ ସେ ଆତ୍ମଗୋପନ କରି ରହିଛନ୍ତି। 

Donald Trump Nobel Nobel Peace Prize