Advertisment

ବସ୍‌ ଷ୍ଟପରେ ଛିଡ଼ା ହୋଇଥିଲେ ୮ ଛାତ୍ର, ହେଲା ଆଖିବୁଜା ଗୁଳି ମାଡ଼

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗୁରୁତର ହୋଇଛନ୍ତି ୮ ସ୍କୁଲ ଛାତ୍ର । ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ୯ଟି ଗୁଳି ବାଜିଥିବା ଜଣାଯାଇଛି।

Firing in America

Firing in America

Advertisment

ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଥରେ ବିଚ୍‌ ବଜାରରେ ହୋଇଛି ଆଖି ବୁଜା ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗୁରୁତର ହୋଇଛନ୍ତି ୮ ସ୍କୁଲ ଛାତ୍ର । ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ୯ଟି ଗୁଳି ବାଜିଥିବା ଜଣାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ଫିଲାଡେଲ୍ଫିଆରେ ଘଟିଛି।

Advertisment

ସ୍କୁଲ ଛୁଟି ପରେ ଫିଲାଡେଲ୍ଫିଆର ଏକ ସ୍କୁଲର ପ୍ରାୟ ୮ ଜଣ ଛାତ୍ର ନିକଟସ୍ଥ ବସ୍‌ଷ୍ଟପରେ ଛିଡ଼ା ହୋଇଥିଲେ। ଘରକୁ ଫେରିବାକୁ ସେମାନେ ବସ୍‌କୁ ଅପେକ୍ଷା କରିଥିଲେ। ସମସ୍ତଙ୍କ ବୟସ ୧୫ରୁ ୧୭ ।

ଉକ୍ତ ସମୟରେ ହଠାତ୍‌ ଏକ ଗାଡ଼ି ସେଠାରେ ଅଟକିଲା। ତାହା ମଧ୍ୟରେ କିଛି ଦୁର୍ବୃତ୍ତ ବାହାରି ସମ୍ପୃକ୍ତ ଛାତ୍ରଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ। ଏହି ଫାୟାରିଂରେ ୮ ଛାତ୍ର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ୩୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ଜଣଙ୍କ ଶରୀରରେ ୯ଟି ଗୁଳି ବାଜିଛି।

Advertisment

ତୁରନ୍ତ ସମସ୍ତ ଛାତ୍ରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୯ଟି ଗୁଳି ବାଜିଥିବା ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଦୁଇଟି ବସ୍‌ରେ ବି ଗୁଳି ବାଜିଥିବା ଜଣାଯାଇଛି। ତେବେ ବସ୍‌ରେ ଥିବା ଯାତ୍ରୀ ତଥା ଡ୍ରାଇଭର ଓ କର୍ମଚାରୀ ଏଥିରୁ ବର୍ତ୍ତି ଯାଇଥିବା ଜଣାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ମାସ୍ ଫାୟାରିଂ ଘଟଣା ସବୁଠୁ ଅଧିକ ଚିନ୍ତାଜନକ ହୋଇଥିବା ବେଳେ ଏହାକୁ ରୋକିବା କାଠିକର ପାଠ ହୋଇପଡ଼ୁଛି। ଏଥିନିମନ୍ତେ ଅକାଳରେ ବହୁ ନିରୀହ ଜୀବନ ଚାଲି ଯାଉଛି।

America Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe