Advertisment

ଆମେରିକାରେ ଗୁଳିମାଡ଼: ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଗୁରୁତର

ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଛି।

author-image
Debibandita Barick
Injured People

Injured People

ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି, ଯେଉଁମାନଙ୍କର ବୟସ ୬ ରୁ ୧୫ବର୍ଷ ମଧ୍ୟରେ ହେବ।

Advertisment

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପ୍ରକୃତରେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ।

Advertisment

ପ୍ରକାଶ ଥାଉ କି, ସାନସାସ ସିଟିରେ ସୁପର ବୋଲର ଫାଇନାଲ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ 'କାନସାସ ସିଟି ମୁଖ୍ୟ'ଙ୍କ ଟିମ୍ ବିଜୟୀ ହୋଇଥିଲା। ଏହି ବିଜୟ ଉତ୍ସବ ମନାଇବା ପାଇଁ ସହରରେ ଏକ ରାଲି ହୋଇଥିଲା। ଏଥିରେ ଶହ ଶହ ଲୋକ ଭାଗ ନେଇଥିଲେ। ହେଲେ ରାଲି ଶେଷ ହେବାକୁ ଥିବା ସମୟରେ ହଠାତ୍ ଏକାଧିକ ଦୁର୍ବୃତ୍ତ ଆସି ଆଖିବୁଜା ଗୁଳି ଚାଳନା କରିଥିଲେ। 

ଗୁଳି ଶବ୍ଦ ଶୁଣି ଏଣେତେଣେ ଦୌଡି ପଳାଇବାର ଦୃଶ୍ୟ ଦେଖିବାକୁ ମିଳୁଛି। ଖବର ପାଇ ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଚବେଳକୁ ଗୁଳିମାଡରେ ଜଣଙ୍କର ଜୀବନ ଯାଇ ସାରିଥିଲା। ପୁଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିବା କହିଛି। କାନସାସ୍ ସିଟି ଅଗ୍ନିଶମ ବାହିନୀର ମୁଖ୍ୟ ରସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକମାନଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ଆହତଙ୍କ ମଧ୍ୟରୁ ଏନେକଙ୍କ ଜୀବନ ପ୍ରତି ବିପଦ ରହିଛି। ଘଟଣାର ତଦନ୍ତ ଚାଲିଛି। ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। 

US Shooting Mass Shooting US Super Bowl Parade America Shooting