Advertisment

Earthquake: ୭.୬ ତୀବ୍ରତାର ଭୂକମ୍ପ, ଜାରି ହେଲା ସୁନାମୀ ଆଲର୍ଟ

ଅନେକ ଲୋକ ଭୂକମ୍ପର ଝଟକା ଅନୁଭୂତ କରିଥିବା ବେଳେ ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Earthquack

‍ଭୂକମ୍ପ ଝଟକା ପରେ ଲୋକେ ଆତଙ୍କିତ

Advertisment

ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଫିଲିପାଇନ୍ସ। ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ କରାଯାଇଛି। ଅନେକ ଲୋକ ଭୂକମ୍ପ(Earthquake)ର ଝଟକା ଅନୁଭୂତ କରିଥିବା ବେଳେ ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। 

Advertisment

ହାୱାଇ ଭିତ୍ତିକ ପ୍ୟାସିଫ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ଫିଲିପାଇନ୍ସ(Philippines) ପାଇଁ ଜାରି ହୋଇଥିବା ସୁନାମୀ ବିପଦ କିଛି ମାତ୍ରାରେ ଟଳି ଯାଇଛି। କିନ୍ତୁ ଅନ୍ୟ ଏଜେନ୍ସି ଗୁଡ଼ିକ ଆଲର୍ଟ ଜାରି ରହିଥିବା କହିଛନ୍ତି। 

ସୁନାମୀ ଆଲର୍ଟ ଜାରି ହେବା ପୂର୍ବରୁ ଫିଲପାଇନ୍ସ ଇନଷ୍ଟିଚ୍ୟୁଟ ଅଫ ଭୋଲକାନଲୋଜି ଓ ସେଇସମୋଲୋଜି କହିଥିଲା ଯେ ମିନଣ୍ଡାନୋର ଡାଭାଓ ଓରିଏଣ୍ଟାଲ ଅନ୍ତର୍ଗତ ମାନ୍ୟା ସହରର ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହା ଗଭୀରତା ଜଳ ପଥରେ ୧୦ କିମି। ଭୂକମ୍ପର ତୀବ୍ରତା ୭.୬ ରହିଥିବାରୁ ଏଥିରେ ବ୍ୟାପକ କ୍ଷୟକ୍ଷତିର ଆକଳନ କରିଛି ଏଜେନ୍ସି। 

Advertisment


ଏଜେନ୍ସି ପକ୍ଷରୁ କେନ୍ଦ୍ରୀୟ ଓ ଦକ୍ଷିଣ ଫିଲିପାଇନ୍ସର ଉପକୂଳରେ ରହୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନ କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି। ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲେ ହେଁ ଏଯାଏ କ୍ଷୟକ୍ଷତିର ରିପୋର୍ଟ ମିଳି ନାହିଁ। 

ଭୂକମ୍ପ ଝଟକା ପରେ ପ୍ୟାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ଆଲର୍ଟ ଜାରି କରି କହିଥିଲା ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଠାରୁ ୧୮୬ ମାଇଲ ଅଞ୍ଚଳ ମଧ୍ୟରେ ବିପଦଜନକ ସୁନାମୀ ଆସିପାରେ। ଫିଲିପାଇନ୍ସ ଉପକୂଳରେ ସମୁଦ୍ର ଜୁଆର ୩ ମିଟର ଉଚ୍ଚକୁ ଉଠି ସ୍ଥଳ ଭାଗରେ ପ୍ରବେଶ କରିପାରେ। ସମାନ ଉଚ୍ଚର ଜୁଆର ଇଣ୍ଡୋନେସିଆ ଓ ପାଲାଉରେ ମଧ୍ୟ ଆସିପରେ ବୋଲି ସେଣ୍ଟର ପକ୍ଷରୁ କୁହାଯାଇଥିଲା। 


ଦକ୍ଷିଣ ଫିଲିପାଇନ୍ସର ଡାଭାଓ ଓରିଏଣ୍ଟାଲର ଗଭର୍ଣ୍ଣର କହିଛନ୍ତି ଯେ ଭୂକମ୍ପ ଝଟକାରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। କିଛି ବିଲଡିଂ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଝଟକା ବେଶ ଶକ୍ତିଶାଳୀ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। 

ଅନ୍ୟପକ୍ଷରେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଝଟକା ପରେ ଲୋକମାନେ ଭୟ ଓ ଆତଙ୍କରେ ଧାଁଧପଡ଼ କରୁଥିବା ଦେଖିବାକୁ ମିଳିଛି। ତାଗୁମ ସିଟି ଡାଭାଓ ହସ୍ପିଟାଲରେ ରୋଗୀ ଓ କର୍ମଚାରୀମାନେ ଝଟକା ପରେ କେମିତି ଭୟରେ ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। 

Earthquake Philippines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe