Advertisment

ବିସ୍ଫୋରଣରେ ଥରିଲା କରାଚୀ; ୩ ମୃତ, ଜଳିଗଲା ୧୦ ଗାଡ଼ି

ଟ୍ୟାଙ୍କର ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୭ ଜଣ। ମୃତକମାନେ ବିଦେଶୀ ନାଗରିକ ଓ ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
Car Burnt

Car Burnt

Advertisment

ବିସ୍ଫୋରଣରେ ଥରିଲା ପାକିସ୍ତାନର କରାଚି। ଜିନା ଅନ୍ତର୍ଜାତୀୟ ଏୟାରପୋର୍ଟ ପାଖରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ ଟ୍ୟାଙ୍କର ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୭ ଜଣ। ମୃତକମାନେ ଚାଇନା ନାଗରିକ ବୋଲି ଜଣାଯାଇଛି।

Advertisment

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ବ୍ୟାପକ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ବିସ୍ଫୋରଣ ହୋଇଥିବା ଟ୍ୟାଙ୍କର ପାଖରେ ଥିବା କିଛି ଗାଡ଼ି ବି ଜଳି ଯାଇଥିଲା। ଫଳରେ କିଛି ସମୟ ପାଇଁ ଚାରିଆଡ଼େ ଖେଳିଯାଇଥିଲା ନିଆଁ ଧୂଆଁର ଆସ୍ତରଣ। ପାକିସ୍ତାନର ଗୃହ ମନ୍ତ୍ରୀ ଓ ପୁଲିସ୍‌ ମହାନିରିକ୍ଷକ ବି ଘଟଣାସ୍ଥଳର ପରିଦର୍ଶନ କରିଛନ୍ତି। ମାତ୍ର ଉଭୟ କିଛି ବିବୃତି ଦେଇ ନାହାନ୍ତି।

ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି। କୌଣସି ଆତଙ୍କବାଦୀଙ୍କ ସଂପୃକ୍ତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କହିଛନ୍ତି ଇଷ୍ଟ ପାକିସ୍ତାନର ଡିଆଇଜି ଜାଫର ମହେଶର। ଏହାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Advertisment

ଚାଇନା ନାଗରିକଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାରଣ ବିଦେଶୀ ନାଗରିକଙ୍କୁ ନେଇ ଏକ କାର୍‌ ଏୟାରପୋର୍ଟ ଅଭିମୁଖେ ଯାଉଥିବା ବେଳେ ତାହାକୁ ଏକ ପୁଲିସ୍‌ ଭ୍ୟାନ୍‌ ଏସର୍କଟ କରୁଥିଲା। ଏୟାରପୋର୍ଟ ସିଗନାଲ ପାଖରେ କାର୍‌ଗୁଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ ହୋଇଥିଲା। ହଠାତ୍‌ ଗାଡ଼ିଗୁଡ଼ିକ ଜଳିବାକୁ ଲାଗିଲା। ତା’ ଭିତରେ ଥିବା ଲୋକେ ଜୀବନ ବିକଳରେ ବାହାରି ଦୌଡ଼ିବାକୁ ଲାଗିଲେ। ଆହତଙ୍କ ମଧ୍ୟରେ ଜଣେ ଚାଇନା ନାଗରିକ ଥିବା ଜଣାଯାଇଛି।

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଗାଡ଼ିଗୁଡ଼ିକୁ ବି ନିଆଁ ବ୍ୟାପି ଯାଇଥିଲା। ଏହି ବିସ୍ଫୋରଣରେ ସମୁଦାୟ ୧୦ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି ।

ତେବେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ ହୋଇଥିବା ଘଟଣାକୁ ପାକିସ୍ତାନ ପକ୍ଷରୁ ସ୍ୱୀକାର କରାଯାଇ ନାହିଁ। ଏଥିସହ ବିସ୍ଫୋରଣ କିପରି ହେଲା, ଏହା ପଛରେ କାହାର ହାତ ଅଛି ତାହାର ତଦନ୍ତ ଚାଲିଥିବା ପାକିସ୍ତାନର ସିଆଇଡି ଡାଇରେକ୍ଟର ଜେନରାଲ ଆସିଫ ଏଜାଜ ଶେଖ କହିଛନ୍ତି। ବିସ୍ଫୋରଣ ପରେ ତୁରନ୍ତ ଏୟାରପୋର୍ଟକୁ କାର୍ଯ୍ୟକ୍ଷମ କରିବାକୁ କାମ ଚାଲିଥିବା ସେ କହିଛନ୍ତି।

Pakistan Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe