Advertisment

Massive Explosion: ସାମରିକ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ଥରିଲା ଘର, ଚାଲିଗଲା ୧୮ ଜୀବନ

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାକୁ ଅନେକ କିମି ଦୂରରେ ଥିବା ଘରଗୁଡ଼ିକ ଦୋହଲି ଯାଇଛି। ସେହିପରି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀ ଓ କିଛି ସାଧାରଣ ଲୋକ ରହିଥିବା ଜଣାପଡ଼ିଛି।

author-image
Hemant Lenka
Blast

ଘଟଣା ସ୍ଥଳର ଦୃଶ୍ୟ

ସାମରିକ ସାମଗ୍ରୀ ସହ ଜଡ଼ିତ ଗୋଟିଏ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ(Blast) ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାକୁ ଅନେକ କିମି ଦୂରରେ ଥିବା ଘରଗୁଡ଼ିକ ଦୋହଲି ଯାଇଛି। ସେହିପରି ୧୮ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ମୃତକଙ୍କ ମଧ୍ୟରେ ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀ ଓ କିଛି ସାଧାରଣ ଲୋକ ରହିଥିବା ଜଣାପଡ଼ିଛି। ଆମେରିକାUSA)ର ଗ୍ରାମୀଣ ଟେନ୍ନେସେରେ ଥିବା ପ୍ଲାଣ୍ଟରେ ହଠାତ୍‌ ବିସ୍ଫୋରଣ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି। 

ରିପୋର୍ଟ ଅନୁସାରେ ସକାଳ ପ୍ରାୟ ୭.୪୫ରେ eight-building Accurate Energetic Systems facilityରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଠାରେ ଆମେରିକା ସେନା ବାହିନୀ ପାଇଁ ବିସ୍ଫୋରକ ଓ ଗୁଳିଗୋଳାର ଉତ୍ପାଦନ ଏବଂ ପରୀକ୍ଷଣ କରାଯାଏ। ପ୍ଲାଣ୍ଟକୁ ଏଥିପାଇଁ ବୁସ୍କସନୋର୍ଟ ଅଞ୍ଚଳରେ ଥିବା ଗୋଟିଏ ଉପାନ୍ତ ସ୍ଥାନର ପାହାଡ଼ ଉପରେ ପ୍ରତିଷ୍ଠା କରାଯାଇଥିଲା।

Advertisment

ହେଲେ ଆଜି ସକାଳେ ସେଠାରେ ହୋଇଥିବା ବିସ୍ଫୋରଣ ଯୋଗୁ ଏହାର ପ୍ରଭାବ ୧୫ ମାଇଲ ଦୂର ଯାଏ ଅନୁଭୂତ ହୋଇଛି। ଏଥିରେ କିଛି ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଲୋକମାନେ ବିସ୍ଫୋରଣ ଯୋଗୁ ପୂରା ଥରି ଯାଇଛନ୍ତି। ବିସ୍ଫୋରଣ ପରେ ଧ୍ୱଂସାବଶେଷ ଅନେକ କିଛି କିମି ଯାଏ ଛିଟିକି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। 

ପ୍ରାଥମିକ ଭାବେ ୧୯ ଜଣ ନିଖୋଜ ହୋଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ଏହି ସଂଖ୍ୟା ୧୮କୁ ହ୍ରାସ କରାଯାଇଥିଲା। ୧୯ତମ ବ୍ୟକ୍ତି ଜଣଙ୍କ ଘଟଣା ସ୍ଥଳରେ ନୁହେଁ, ବରଂ ନିଜ ଘରେ ସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

ବିସ୍ଫୋରଣ ବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ନିଶ୍ଚିତ କରିଛି। କିନ୍ତୁ ଏହା ମଧ୍ୟରେ କେତେ ଜଣ କର୍ମଚାରୀ ଓ କେତେ ଜଣ ସରଧାରଣ ଲୋକ, ସେକତା ପ୍ରଶାସନ ସ୍ପଷ୍ଟ କରିନାହିଁ। ଏବେ କେଉଁ କାରଣ ପାଇଁ ବିସ୍ଫୋରଣ ହେଲା, ତା’ର ଯାଞ୍ଚ କରାଯାଉଛି। ଏହାବାଦ କ୍ଷୟକ୍ଷତିର ଆକଳ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି। 

USA Blast